ହେଡଲାଇନସ୍:

ସେଞ୍ଚୁରିଅନ୍ ପବ୍ଲିକ ସ୍କୁଲରେ ଭରଚୁଆଲ୍ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ସେଞ୍ଚୁରିଅନ୍ ପବ୍ଲିକ ସ୍କୁଲରେ ଭରଚୁଆଲ୍ ପୁରସ୍କାର ବଣ୍ଟନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଭଳି ଭରଚୁଆଲ୍ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ଏହି ପବ୍ଲିକ ସ୍କୁଲ ତଥା ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା କୁହାଯାଇଛି।

ଏହି ଭରଚୁଆଲ୍ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମରେ ପବ୍ଲିକ ସ୍କୁଲର ସମସ୍ତ ଶିକ୍ଷକ , ଶିକ୍ଷୟତ୍ରୀ ଓ ଛାତ୍ର/ଛାତ୍ରୀ ଉପସ୍ଥିତ ଥିଲେ । ଗତ କିଛିଦିନ ପୂର୍ବରୁ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରେ ଇଂରାଜୀ ଭାଷଣର ଅନ୍ ଲାଇନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେହି ଅନ୍ ଲାଇନ୍ ଇଂରାଜୀ ଭାଷଣ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତି ବିଦ୍ୟାର୍ଥୀ ମାନଙ୍କୁ ଇ - ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।

 ଏହି ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସୁନିତା ପାଣିଗ୍ରାହୀ , ନିର୍ଦ୍ଦେଶିକା ଏନ୍ . କାଲାପୂର୍ଣ୍ଣା ଏବଂ ଆଞ୍ଚଳିକ ନିର୍ଦ୍ଦେଶକ ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ରହି କୃତି ଛାତ୍ର/ଛାତ୍ରୀ ମାନଙ୍କୁ ଇ-ସାର୍ଟିଫିକେଟ ବଣ୍ଟନ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।

ଏହି ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ଓ ଛାତ୍ର/ଛାତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ଏବଂ ଶିକ୍ଷୟତ୍ରୀ ତାରା ଦେବୀ ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ।

0
0
0
s2sdefault