ହେଡଲାଇନସ୍:

ବିସ୍ଫୋରଣ କଲା ଆଜି କରୋନା : ନୂଆ  ୫୬୧, ଗଂଜାମରୁ ୨୮୩

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଆଶଙ୍କିତ ଗୋଷ୍ଠୀ ସଂକ୍ରମଣ ଦ୍ୱାରଦେଶରେ ଓଡିଶା !

କରୋନା ନେଲା ୨ ଜୀବନ | ମୃତ୍ୟବରଣ କରିଥିବା ଦୁଇଜଣଯାକ ଗଂଜାମ ଜିଲ୍ଲାରୁ |

ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ହୋଇଛି ବିସ୍ଫୋରଣ | କରନା ଆଜି କରିଛି ସମସ୍ତଙ୍କୁ ଛାନିଆ | ବଢ଼ାଇ ଦେଇଛି ଚିନ୍ତା | ଆଶଙ୍କିତ ଗୋଷ୍ଠୀ ସଂକ୍ରମଣ ଦ୍ୱାରଦେଶରେ ଓଡିଶା | ଆଜି  ରାଜ୍ୟରେ ଚିହ୍ନଟ ହୋଇଛନ୍ତି ରେକର୍ଡ ପରିମାଣର ୫୬୧ ନୂଆ କରୋନା ଆକ୍ରାନ୍ତ | ସେମାନଙ୍କ ମଧ୍ୟରୁ ୪୨୫ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଉଦ୍ବେଗଜନକ ଭାବେ ୧୩୬ ଜଣ ସର୍ବସାଧାରଣ ଅଂଚଳରୁ ଚିହ୍ନଟ ହୋଇଛନ୍ତି  | ଆଜି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ପହିତିଭ ସଂଖ୍ୟା ୮୧୦୬ .ରେ ପହଁଚିଥିବା  ବେଳେ ସୁସ୍ଥ ହୋଇଛନ୍ତି ୫୫୦୨ ଜଣ | ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଆଜିର ଆକ୍ରାନ୍ତଙ୍କୁ ମିଶାଇ ୨୫୬୭ରେ  ପହଂଚିଛି | ଆଜି ପୁଣି କରୋନା ନେଇଛି  ୨ ଜୀବନ | ମୃତ୍ୟବରଣ କରିଥିବା ଦୁଇଜଣଯାକ ଗଂଜାମ ଜିଲ୍ଲାରୁ | ଏହାଫଳରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୯ରେ ପହଂଚିଛି | 

ଆଜି ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଗଂଜାମରୁ ୨୮୩ ଚିହ୍ନଟ ହୋଇଥିବା ବେଳେ କଟକ ରୁ  ୮୧ଜଣ ଓ ସବା ଶେଷରେ କରନା  କବଳକୁ ଆସିଥିବା ରାୟଗଡାରୁ  ଏକକାଳୀନ ୭୬ ଜଣ ଚିହ୍ନଟ ହୋଇଛନ୍ତି | ସେହି ପରି ବରଗଡ  ୨୧,  ବଲାଙ୍ଗୀର  ୧୯,  ସୁନ୍ଦରଗଡ, ଯାଜପୁର ଓ ଢେଙ୍କାନାଳ ରୁ  ୩ ଲେଖାଏ, ଜଗତସିଂହପୁର ୬,  ଝାରସୁଗୁଡା ଓ କେନ୍ଦ୍ରାପଡାରୁ   ୨ଜଣ ଲେଖାଏ ,  କଳାହାଣ୍ଡି  ୫, କେନ୍ଦୁଝର  ୬,  ଖୋର୍ଦ୍ଧା  ୨୬, କୋରାପୁଟ  ୪, ମୟୁରଭଞ୍ଜ  ୧୦, ପୁରୀ, ଭଦ୍ରକରୁ ଜଣେ ଲେଖାଏ,  ସମ୍ବଲପୁର ୮ଜଣ NDRF ରୁ ଜଣେ ଚିହ୍ନଟ ହୋଇଛନ୍ତି | 

0
0
0
s2sdefault