ହେଡଲାଇନସ୍:

ସରକାରଙ୍କର ଜନବିରୋଧୀ ପେଟ୍ରୋଲ୍ ଏବଂ ଡିଜେଲ ଦର ବୃଦ୍ଧି ବିରୁଦ୍ଧରେ ଆମ୍ ଆଦମୀ  ପାର୍ଟିର ରାଜ୍ୟବ୍ୟାପି ବିକ୍ଷୋଭ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ସରକାରଙ୍କର ଜନବିରୋଧୀ ପେଟ୍ରୋଲ୍ ଏବଂ ଡିଜେଲ ଦର ବୃଦ୍ଧି ବିରୁଦ୍ଧରେ ଆମ୍ ଆଦମୀ ପାର୍ଟିର ରାଜ୍ୟବ୍ୟାପି ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, କେନ୍ଦ୍ର ସରକାର କରୋନା ମହାମାରୀ ନାମରେ ତୈଳ ଦର ଅହେତୁକ ଭାବରେ ବଢ଼ାଇ ଚାଲିଛନ୍ତି । ବିଗତ ୨୨ ଦିନରେପେଟ୍ରୋଲ୍ ଏବଂ ଡିଜେଲ ଦର ପ୍ରାୟ ୧୦ ଟଙ୍କାରୁ ଅଧିକ ବୃଦ୍ଧି ପାଇ ଆଜି ୮୦ ଟଙ୍କା ପାର ହୋଇଛି । ସରକାର ତର୍କ ଦେଉଛନ୍ତି ଯେକରୋନା ମହାମାରୀର ମୁକାବିଳା ପାଇଁ ଅର୍ଥ ଆବଶ୍ୟକ ହେଉଥିବାରୁ ଏହି ଦର ବଢ଼ାଯାଉଛି ।

 ଆମ୍ ଆଦମୀ  ପାର୍ଟି ଏହି ତୈଳ ଦର ବୃଦ୍ଧିର ତୀବ୍ର ନିନ୍ଦା କରୁଛି । କରୋନା ନାମରେ ଜନସାଧାରଣଙ୍କୁ ଲୁଟିବା ବିରୁଦ୍ଧରେ ଆଜି ରାଜ୍ୟବ୍ୟାପି ଆନେ୍ଦାଳନ କରିବାର ନିଷ୍ପତ୍ତି ନେଇଛି ଏବଂ ବର୍ଦ୍ଧିତ ତୈଳ ଦରକୁ ହ୍ରାସ କରିବା ପାଇଁ ଦାବି କରୁଛି ।  ସମସ୍ତଙ୍କ ଅବଗତି ନିମନ୍ତେ ଆମେ ସ୍ପଷ୍ଟ କରୁଛୁ ଯେ ତୈଳ ଦର ବୃଦ୍ଧିର କରୋନା ସହିତ କୌଣସି ସମ୍ପର୍କ ନାହିଁ । ୨୦୧୪ ମସିହାରୁ ୨୦୧୬ ପର୍ଯ୍ୟନ୍ତ ଯେତେବେଳେ ସାରା ବିଶ୍ୱରେ ତୈଳ ଦର ଅତ୍ୟନ୍ତ କମ୍ ଥିଲା ସେତେବେଳେ ମୋଦୀ ସରକାର ପେଟ୍ରୋଲ୍ ଏବଂ ଡିଜେଲର ଏକ୍ସସାଇଜ ଡିଉଟି ୯ ଥର ବଢ଼ାଇ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ଆଦାୟ କରିଥିଲେ । ମୋଦୀ ସରକାର କ୍ଷମତାକୁ ଆସିବାବେଳେ ପେଟ୍ରୋଲ ଉପରେ ଏକ୍ସସାଇଜ ଡିଉଟି ୯.୪୮ ଟଙ୍କା ଥିବାବେଳେ ବର୍ତ୍ତମାନ ତାହାକୁ ୩୨.୯୮ ଟଙ୍କା କରିଛନ୍ତି । ସେହିପରି ଡିଜେଲର ଏକ୍ସସାଇଜ ଡିଉଟି ୩.୫୬ ଟଙ୍କା ଥିବାବେଳେ ବର୍ତ୍ତମାନ ମୋଦୀ ସରକାର ତାକୁ ୩୧.୮୩ ଟଙ୍କାରେ ପହଞ୍ଚାଇଛନ୍ତି । ଦେଶରେ ପ୍ରଥମ ଥର ପାଇଁ ଡିଜେଲର ଦର ପେଟ୍ରୋଲ୍ ଦର ଠାରୁ ଅଧିକ ହେବା ସହିତ ଲିଟର ପିଛା ୮୦ ଟଙ୍କା ପାର ହୋଇଛି ।

 କରୋନା ହେତୁ ଲୋକଙ୍କର ଜୀବନ ଜୀବିକା ଉପରେ ସଙ୍କଟ ଦେଖାଦେଇଥିବା ବେଳେ ଏବଂ ରୋଜଗାର ବନ୍ଦ ଥିବାବେଳେ ସରକାର ଏପରି ଲୁଟରୁ କ୍ଷାନ୍ତ ରହିବା ଉଚିତ । ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ହେତୁ ଆଜି ପନିପରିବା, ଫଳ, ଔଷଧ, ଖାଦ୍ୟ ପଦାର୍ଥ ଇତ୍ୟାଦିର ଦର ଆକାଶ ଛୁଆଁ ହୋଇଛି । କୃଷି ସାମଗ୍ରୀ ଏବଂ ଚାଷର ଖର୍ଚ୍ଚ ବଢୁଛି । ସର୍ବସାଧାରଣ ଯାତାୟାତ ବ୍ୟବସ୍ଥା ବନ୍ଦ ଥିବା ହେତୁ ଲୋକମାନେ ବ୍ୟକ୍ତିଗତ ସାଧନ ବ୍ୟବହାର କରି ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି ।  ଏପରି ପରିସ୍ଥିତିରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲକୁ ଛାଡି ଅନ୍ୟ ଉପାୟରେ ସମ୍ବଳ ସଂଗ୍ରହକ କରିବା ଉଚିତ । ଯେଉଁ ପେଟ୍ରୋଲ୍ ଏବଂ ଡିଜେଲ ଦର ବୃଦ୍ଧି ତୁମ୍ବିତୋଫାନ କରି ବିଜେପି ସରକାରକୁ ଆସିଛି ଆଜି ତାର ବିପରୀତ କାମ କଲେ ଜନସାଧାରଣ କ୍ଷମା ଦେବେନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି | 

 

0
0
0
s2sdefault