ଝାରସୁଗୁଡା / ସୁବାସ ସାହରେ : ଝାରସୁଗୁଡ଼ାର ସରବାହାଲ ଅଞ୍ଚଳ ସମାଜ ସେବକ ଯୁବକ ରଞ୍ଜିତ ଉପାଧ୍ୟାୟ ନିରାନ୍ତରଲ ରେ ଜନ ସେବା ପଶୁ ସେବା ଓ ଅନ୍ୟାନ୍ୟ ସେବା ଯୋଗେଇବାର ଏକ ନୂତନ ସ୍ଥାନ ନିରୂପଣ କରୁଥିବାର ଦେଖିବାକୁ ମିଳିଛି ।ସେ ବୁଲା ଗାଈ ଗୋରୁଙ୍କୁ ଦୁର୍ଘଟଣା ରୁ ରକ୍ଷା କରିବାକୁ ଯାଇ ୧୦୦୦ ରୁ ଉର୍ଦ୍ଧ୍ବ ଗାଈ ଗୋରୁଙ୍କ ବେକରେ ରେଡ଼ିଅମ ବେଲ୍ଟ ଲଗେଇବା ଦ୍ୱାରା ବହୁ ମାତ୍ରା ରେ ବୁଲା ଗାଈଗୋରୁ ଦୁର୍ଘଟଣା ରୁ ବଞ୍ଚିଥିବାର ଦେଖିବାକୁ ମିଳିଛି ଓ ସମଗ୍ର ଝାରସୁଗୁଡ଼ାରେ ଓ ବାହ୍ୟ ଜିଲ୍ଲାରେ ବେଶ ପରିଚିତ ହୋଇପାରିଛନ୍ତି ।ତାହା ସହ ସେ ଯେ କୌଣସି ବିଷଧର ସର୍ପ ଧରିବାରେ ମଧ୍ୟ ପାରଙ୍ଗମ ସେ ଫୋନ ଯୋଗେ ଜାଣିବାକୁ ପାଇଲେ ଶୀଘ୍ର ସାପ ଧରିବାକୁ ଯାନ୍ତି ଏବଂ ଏହି ସାପ ମାନଙ୍କୁ ଧରିବା ପରେ ଜଙ୍ଗଲରେ ନେଇ ସୁରକ୍ଷିତ ଭାବରେ ଛାଡିଦିଅନ୍ତି ।ଗତ କାଲି ସରବାହଲ ଅଞ୍ଚଳ ମିଳନ ହୋଟେଲ ନିକଟରେ ଏକ 4 ଫୁଟିଆ ଦୁଧିଆ ନାଗ ସାପ କୁ ଉଦ୍ଧାର କରିଥିଲେ । ଲକ ଡାଉନ ସତ୍ତ୍ୱେ ସେ ନିରନ୍ତରାଲ ବିଭିନ୍ନ ପ୍ରଜାତିର ନାଗ ସାପ ବାହାରୁଥିବା ଖବର ପାଇବା ମାତ୍ରେ ନାଗ ସାପ ଉଦ୍ଧାର କରିଥାନ୍ତି ଓ ଜଙ୍ଗଲ ରେ ଛାଡ଼ିଦିଅନ୍ତି ।ତାଙ୍କର ମହତ କାର୍ଯ୍ୟ କୁ ସମସ୍ତେ ପ୍ରସଂସା କରିଥିବା ଦେଖିବାକୁ ମିଳିଛି ଏବଂ ଝାରସୁଗୁଡା ଅଞ୍ଚଳବାସୀ ମଧ୍ୟ ସାପ ଦ୍ୱାରା ଅସ୍ବସ୍ତି ପାଇଥିବାର ଦେଖିବାକୁ ମିଳିଛି ।