ବରଗଡ :- ବରଗଡ ଜିଲ୍ଲାର ପାଇକମାଲ ଥାନା ଗତ କିଛି ସପ୍ତାହ ହେବ କ୍ରମାଗତ ଭାବରେ ଚର୍ଚ୍ଚାରେ ରହି ଆସୁଛି । ଗତ କିଛି ମଧ୍ୟରେ ଦୁଇ ଗୋଟି ହତ୍ୟା ମାମଲା ସହିତ ଗୋଟେ ବହୁଚର୍ଚିତ ନାବାଳିକାର ଜଣେ କ୍ରସର ମାଲିକ ଦ୍ୱାରା ବଳତ୍କାର ଘଟଣାର ଅଂଚଳରେ ଚାଂଚଲ୍ୟକର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ପୁଣି ଗୋଟିଏ ନାବାଳିକା ବଳତ୍କାର ର ଶିକାର ହେଇଛି ।
ଗତ କାଲି ବିଳମ୍ବିତ ରାତିରେ ଥାନା ଅଧିକାରୀଙ୍କର ନିକଟକୁ ଅଭିଯୋଗ ଆସିଲା ଯେ ପାଇକମାଲ ଥାନା , ଝିଟିକି ଗ୍ରାମ ପଞ୍ଚାୟତ ର ପଥରେଳ ଗ୍ରାମରେ ଜଣେ 13 ବର୍ଷୀୟ ନାବାଳିକା ବଳତ୍କାରର ଶିକାର ହେଇଛି । ଖବର ପାଇବା ପରେ DSP ଶ୍ରୀ ଦିନେଶ ନାୟକ ଓ ଥାନା ଅଶିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଘଟଣା ସ୍ଥଳକୁ ପହଂଛି ତଦନ୍ତ ଆରମ୍ଭ କରିଥିଲେ । ଆଜି କଥିତ ଅଭିଯୁକ୍ତ ପିଣ୍ଟୁ ଅମରି ଓ ତାର ଜଣେ ସହଯୋଗୀ କୁ ପୋଲିସ ଥାନାକୁ ଆଣି ତଦନ୍ତ ଜାରି ରଖିଛି । ମାମଲା ଅତ୍ୟନ୍ତ ସମ୍ବେଦନଶୀଳ ହେଇଥିବାରୁ ପୋଲିସ ତରଫରୁ ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଛି । ତଦନ୍ତ ପ୍ରକ୍ରିୟା ସମାପ୍ତ ହେବା ପରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇ ପାରିବ ବୋଲି ଥାନା ଅଧିକାରୀ ଶ୍ରୀ ମନବୋଧ ଜଣାଇଛନ୍ତି ।
ବିଗତ ସପ୍ତାହ ମାନଙ୍କରେ ପାଇକମାଲ ପୋଲିସ ଦ୍ୱାରା କରାଯାଇଥିବା ଦୁଇ ଗୋଟି ହତ୍ୟାକାଣ୍ଡ ର ତଦନ୍ତ ଓ ଗୋଟେ ବଳତ୍କାରର ହୋଇଥିବା ତଦନ୍ତ ଓ ପରିଣାମକୁ ଦେଖି ଲାଗୁଛି ଯେ ଏହି ଘଟଣାର ତଦନ୍ତ ବହୁତ ଜଲଦି ସମ୍ପୂର୍ଣ୍ଣ ହେବା ସହିତ ଅଭିଯୁକ୍ତ ମଧ୍ୟ ତାର କୁକର୍ମର ସଜା ମଧ୍ୟ ପାଇବ ।