ହେଡଲାଇନସ୍:

ଶ୍ରୀହୀନ ରଥ, ହତଭାଗା ପଥ ଆଉ ଦୁଃଖରେ ଭକତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଗଡ଼ିଲାନି ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ

  • ଶୂନ୍ୟ ପଡ଼ିଲା ଜନ୍ମବେଦୀ, ଭକ୍ତଙ୍କ ଆଖିରେ ଲୁହ

  • ମନ୍ଦିର ବେଢ଼ାରେ ଶେଷ ହେଲା ସମସ୍ତ ରୀତିକାନ୍ତି

  • ଭାଙ୍ଗିଲା  ଶହ ଶହ ବର୍ଷର ପରମ୍ପରା 

ବାରିପଦା(ଦିଲ୍ଲୀପ ମହାନ୍ତି)- ରଥେ ତୁ ବାମନଂ ଦୃଷ୍ଟୱା  ପୁର୍ନଜନ୍ମ ନ ଲଭ୍ୟତେ ଅର୍ଥାତ୍ ବଡ଼ଦାଣ୍ଡରେ ବାମନ ରୂପି ମହାପ୍ରଭୂଙ୍କୁ ଦର୍ଶନ କଲେ ପୁର୍ନଜନ୍ମରୁ ମୁକ୍ତି ମିଳିବା ସହିତ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ଜଗନ୍ନାଥ ସଂସ୍କୃତିରେ ଦର୍ଶାଯାଇଛି ଏବଂ ଭକ୍ତମାନେ ବିଶ୍ୱାସ ରଖିଛନ୍ତି । ପୁଣି ପ୍ରତ୍ୟେକ ବର୍ଷ ମହାପ୍ରଭୂ ଶ୍ରୀଜଗନ୍ନାଥ ରତ୍ନସିଂହାସନ ତ୍ୟାଗକରି ଭକ୍ତମାନଙ୍କ ସହିତ ଲୀଳାଖେଳା କରିବା ନିମନ୍ତେ ବଡ଼ଦାଣ୍ଡକୁ ବିଜେ ହୋଇଥାନ୍ତି । କିନ୍ତୁ କରୋନା କଟକଣା ବାରିପଦାରେ ଶ୍ରୀ ଶ୍ରୀ ଶ୍ରୀହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାକୁ ବାଟବଣା କରାଇଦେଇଛି । ଲୋକମୁଖରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ କଥିତ ବାରିପଦାରେ ଚଳିତ ବର୍ଷ ରଥ ପ୍ରସ୍ତୁତ, ପଥ ପଥ ପ୍ରସ୍ତୁତ କିନ୍ତୁ ବଡ଼ଦାଣ୍ଡରେ ଗଡ଼ିଲା ନାହିଁ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ । ଶୁନ୍ୟ ପଡ଼ିଲା ଜନ୍ମବେଦୀ । ଶ୍ରୀହୀନ ହେଲା ବଡ଼ଦାଣ୍ଡ,  ଜଗନ୍ନାôଥ ପ୍ରେମୀ ନିରାଶ । ବଡ଼ଦାଣ୍ଡରେ ଜଗତର ନାଥ ଶ୍ରଜଗନ୍ନାଥଙ୍କୁ ଦର୍ଶନ କରି ନ ପାରିବାରୁ ଭକ୍ତମାନଙ୍କ ଆଖିରୁ ଲୁହ ଝରିଲା । ଭଙ୍ଗ ହେଲା ଶହ ଶହ ବର୍ଷର ପରମ୍ପରା । ପ୍ରଶାସନର ନିଦେ୍ର୍ଧଶ ଅନୁସାରେ ବିନା ଭକ୍ତରେ କେବଳ ସେବାୟତ ଓ ଜିଲ୍ଲା ପ୍ରଶାସନର କେତେକ କର୍ମଚାରୀମାନଙ୍କ ଗହଣରେ ମନ୍ଦିର ବେଢ଼ା ଭିତରେ ଶେଷ ହେଲା ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । 

ସୂଚନା ଯୋଗ୍ୟ, ଜୁନ ୨୩ ଶ୍ରୀକ୍ଷେତ୍ରଧାମ ପୁରୀରେ ମହାପ୍ରଭୂ ଶ୍ରୀଜଗନ୍ନାଥ ଲୀଳାଖେଳା ଶେଷ କରି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ଜୁନ ୨୪ରେ ଦର୍ଶନ  ଦେଇଥାନ୍ତେ । ଏଥି ନିମନ୍ତେ ଜୁନ ୨୩ରେ ମହାପ୍ରଭୂ ଶ୍ରୀଜଗନ୍ନନାଥ ଭ୍ରାତା ବଳଭଦ୍ର , ଭଉଣୀ ସୁଭଦ୍ରା ଏବଂ ମହାପ୍ରଭୂ ସୁଦର୍ଶନଙ୍କ ସହିତ ଗୋଟି ପହଣ୍ଡି ବିଜେରେ ବାହାରି ବଡ଼ଦାଣ୍ଡରେ ରଥାରୂଢ଼ ହୋଇ ସାରା ରାତି ଅବସ୍ଥାନ ପରେ ପରବର୍ତ୍ତି ଦିନ ପ୍ରଥମେ ମହାପ୍ରଭୂ ବଳଭଦ୍ରଙ୍କ ତାଳଦ୍ୱଜ ରଥ ମାଉସୀ ମା ମନ୍ଦିର ନିକଟରେ ପହଁଞ୍ଚି ଥାନ୍ତେ ଏବଂ ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣି ବଡ଼ଦାଣ୍ଡର ମଧ୍ୟସ୍ଥଳ ବାରିପଦା ଟାଉନ ଥାନା ସମ୍ମୁଖରେ ପହଁଞ୍ଚାଇବା ପରେ ରଥ ଟଚ୍ଚା ନବ୍ଦ ରହିଥାନ୍ତା । ଜୁନ ୨୫ରେ ପୁଣି ମହିଳାମାନେ ଟାଉନ ଥାନା ସମ୍ମୁଖରୁ ଦର୍ପଦଳନ ରଥକୁ ଟାଣି ମାଉସୀ ମା ମନ୍ଦିର ନିକଟରେ ପହଁଞ୍ଚାଇବା ପରେ ମନ୍ଦିର ବେଢ଼ା ନିକଟରେ ଅପେକ୍ଷାରେ ଥିବା ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥାନ୍ତା । ଏହାପରେ ତିନି ରଥରୁ ମହାପ୍ରଭୂ ଶ୍ରୀଜଗନ୍ନାଥ, ଭ୍ରାତା ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ମାଉସୀ ମା ମନ୍ଦିର ଭିତରକୁ ନିଆଯାଇଥାଏ । ମହାପ୍ରଭୂ ଜନ୍ମ ବେଦୀରେ ଲୀଳାଖେଳା ଶେଷ କରି ପୁଣି ଥରେ ବାହୁଡ଼ି ଆସିଥାନ୍ତେ ରତ୍ନ ସିଂହାସନ ଅଭିମୁଖେ । କିନ୍ତୁ ପୁରୀରେ କଟକଣା ଭିତରେ ମହାପ୍ରଭୂଙ୍କ ଘୋଷଯାତ୍ରା ଆୟୋଜନ ହୋଇଥିବା ବେଳେ ଜନସାଧାରଣଙ୍କ ପକ୍ଷରୁ କଟକଣା ଯୁକ୍ତ ରଥ ଯାତ୍ରା ଦାବି କରାଇଥିଲେ ମଧ୍ୟ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କଟକଣା କାରଣରୁ ୧୯୭୫ ମସିହାଠାରୁ ପ୍ରଚଳିତ ପରମ୍ପରା ଭଙ୍ଗ ହୋଇଥିଲା ।  ଯାହାକୁ ନେଇ ବିଭିନ୍ନ ମହଲରେ ଜିଲ୍ଲା ପ୍ରଶାସନକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି । 

କେବଳ ଏତିକି ନୁହେଁ, ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ଆନ୍ତରିକତାର ଅଭାବ କାରଣରୁ ବାରିପଦାରେ ଶ୍ରୀ ଶ୍ରୀହରିବଳଦେବ ଜୀଉ ବିଜେ ମହାପ୍ରଭୂ, ସାନ ଜଗନ୍ନାଥ ମହାପ୍ରଭୂଙ୍କ ମନ୍ଦିର ସହିତ ମାଉସୀ ମା(ରାଧାମୋହନ) ମନ୍ଦିର, ସାନ ଜଗନ୍ନାଥ ମହାପ୍ରଭୂଙ୍କ ମାଉସୀ ମା ମନ୍ଦିର ଓ ବଡ଼ଦାଣ୍ଡ ଶ୍ରୀହୀନ ଅବସ୍ଥାରେ ଦେବୋତ୍ତର ବିଭାଗର ପାରିବା ପଣିଆକୁ ଉପହାସ କରୁଛି । ପ୍ରତ୍ୟେକ ବର୍ଷ ଭଳି ମନ୍ଦିରେ ରଙ୍ଗ ହେଲା ନାହିଁ କି ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସିଲା ନାହିଁ । ଏଥି ସହିତ ଭକ୍ତ ସାଲବେଗ, ଭିକାରୀ ବଳ ଆଦିଙ୍କ ଶ୍ରଜଗନ୍ନାଥ ଜଣାଣର ମୁର୍ଚ୍ଛନା ଶୁଣିବାକୁ ମିଳିଲା ନାହିଁ । ସର୍ବତ୍ର ଖାଁ ଖାଁ ଲାଗୁଛି । ଏପରିକି ମନ୍ଦିର ବେଢ଼ାରେ ମହାପ୍ରଭୂଙ୍କ ରୀତିକାନ୍ତି ଆଦିକୁ ଗଣମାଧ୍ୟମରେ ପ୍ରସାରଣ ନିମନ୍ତେ ମଧ୍ୟ ଅନୁମତି ମିଳିଲା ନାହିଁ । ପୁଣି ବଡ଼ଦାଣ୍ଡକୁ ମୌଖିକ ଭାବେ ସଟଡ଼ାଉନ କରାଇ ବ୍ୟବସାୟୀମାନଙ୍କ ନିକଟରୁ ରୋଜଗାରକୁ ଛଡ଼ାଇ ନିଆଗଲା । ଫଳରେ ବାରିପଦା ପୌରବାସୀଙ୍କ ମଧ୍ୟରେ ଏକ ଅସନ୍ତୋଷର ନିଆଁ ଗୁମୁରିବା ଆରମ୍ଭ କରିଦେଇକ୍ତି । ଯାହାର କୁପ୍ରଭାବ  ଭବିଷ୍ୟତରେ ସରକାର ଓ ଶାସକ ଦଳ ଉପରେ ପ୍ରତିଫଳିତ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।  

0
0
0
s2sdefault