ହେଡଲାଇନସ୍:

ପାରାଦୀପରେ ବିମାନ ବନ୍ଦର ପାଇଁ  ସୁରେଶ ପ୍ରଭୁଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

24-04-18-dharmendra.jpg - 63.87 kB

ଭୁବନେଶ୍ୱର  - ପାରାଦୀପରେ ଏକ  ବିମାନ ବନ୍ଦର ସ୍ଥାପନା କରିବାକୁ  ନେଇ କେନ୍ଦ୍ର ବାଣିଜ୍ୟ, ଶିଳ୍ପ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ  ପତ୍ର ଲେଖିଛନ୍ତି  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପାରାଦୀପରେ ବିମାନ ବନ୍ଦର ସ୍ଥାପନା ନେଇ ବୈଷୟିକ- ଆର୍ଥିକ ଫିଜିବିଲିଟି ସମ୍ପର୍କରେ ପରୀକ୍ଷା କରିବାକୁ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବା ପାଇଁ ଶ୍ରୀ ପ୍ରଧାନ ଏହି ପତ୍ରରେ ଅନୁରୋଧ କରିଛନ୍ତି । 

ଶ୍ରୀ ପ୍ରଧାନ କହିଛନ୍ତି ଯେ  ପାରାଦୀପ ହେଉଛି ପୂର୍ବ ଭାରତର ପ୍ରମୁଖ ବନ୍ଦର ।  ଗତ ବର୍ଷ  ୧୦୦ ମିଲିୟନ ଟନରୁ ଅଧିକ ମାଲ  ପରିବହନ କରିଥିବା ଦେଶର ତିନୋଟି ବନ୍ଦର ମଧ୍ୟରେ ପାରାଦୀପ ଅନ୍ୟତମ ଥିଲା । ପାରାଦୀପ ବନ୍ଦରର ଆଧୁନୀକୀକରଣ କାର୍ଯ୍ୟ ଚାଲିଛି ଓ ୨୦୨୦ ସୁଦ୍ଧା ପାରାଦୀପ ବନ୍ଦରରୁ ୩୨୩ ମିଲିୟନ ଟନ ମାଲ  ପରିବହନ କରା ଯାଇ ପାରିବା ସହ ଏହା ଦେଶର ସବୁଠାରୁ ବଡ ମାଲ ପରିବହନ କରି ପାରୁଥିବା  ବନ୍ଦରରେ ପରିଗଣିତ ହେବ । ଖଣିଜ ସମ୍ପଦ ବିିଶିଷ୍ଟ ରାଜ୍ୟ  ଗୁଡିକ ଏହି ବନ୍ଦରର ନିକଟରେ ହୋଇଥିବାରୁ ଏହା ପାରାଦୀପ ବନ୍ଦରର ବୃଦ୍ଧିରେ ସହାୟକ ହେବ । 

ଶ୍ରୀ ପ୍ରଧାନ ଏହି ପତ୍ରରେ କହିଛନ୍ତି ଯେ   ଭାରତ ସରକାର ପାରାଦୀପ ବନ୍ଦରକୁ ସ୍ମାର୍ଟ ପୋର୍ଟ ଇଣ୍ଡଷ୍ଟ୍ରିଆଲ ସିଟି ଭାବେ ଘୋଷଣା କରି ସାରିଛନ୍ତି । ପାରାଦୀପ ଧୀରେ ଧୀରେ ଓଡିଶା ଏବଂ ପୂର୍ବ ଭାରତର ଇଣ୍ଡଷ୍ଟ୍ରିଆଲ ହବ  ହେବାଲେ ଲାଗିଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ  ପାରାଦୀପରେ  ବନ୍ଦର ବ୍ୟତୀତ ୧୫ ଏମଏମଟିପିଏ କ୍ଷମତା ବିଶିଷ୍ଟ ତୈଳ ବିଶୋଧନାଗାର, ୧୨ ଏମଏମଟିପିଏ କ୍ଷମତା ବିଶିଷ୍ଟ ପେଲେଟ ପ୍ଲାଂଟ,  ମୋଟ ୪ ଏମଏମଟିପିଏ କ୍ଷମତା ବିଶିଷ୍ଟ  ଦୁଇଟି ସାର କାରଖାନା ଓ ଗୋଟିଏ ଖାଇବା ତେଲ  ବିଶୋଧନାଗାର ରହିଛି । ଏହା ବ୍ୟତୀତ  ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅନେକ ଅନେକ ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି । ମନ୍ତ୍ରଣାଳୟ ତୈଳ ବିଶୋଧନାଗାରର କ୍ଷମତାକୁ ସଂପ୍ରସାରଣ କରି ୧୫ ଏମଏମଟିପିଏରୁ ବଢାଇ ୨୧ ଏମଏମଟିପିଏ  କ୍ଷମତା ବିଶିଷ୍ଟ କରିବାକୁ ଯାଉଥିବା ବେଳେ ୨୦୧୮ ସୁଦ୍ଧା ୭୦୦ ଟିଏମଟି ପଲି ପ୍ରପିଲିନ ପ୍ଲାଂଟ କାର୍ଯ୍ୟକାରୀ କରିବାକୁ ଯାଉଛି । ସେହିପରି ମନ୍ତ୍ରଣାଳୟ ୨୦୨୩-୨୪ ସୁଦ୍ଧା ୩୫୫ ଟିଏମଟି କ୍ଷମତା ବିଶିଷ୍ଟ ମନୋ ଇଥାଇଲ ଗ୍ଲାଇକଲ ୟୁନିଟ ସ୍ଥାପନା କରିବାକୁ ଯାଉଛି । ଏଗୁଡିକ  ଦ୍ୱାରା  ଆଗାମୀ ଦିନରେ  ପ୍ଲାଷ୍ଟିକ, ପେଂଟ, ରବର,  ସିଂଥେଟିକ ୟାର୍ନ ଶିଳ୍ପ ପରି ଅନେକ ଡାଉନଷ୍ଟ୍ରିମ ଶିଳ୍ପ ପ୍ରତିଷ୍ଠା  ହେବ ।  ଏହି ଶିଳ୍ପ ଗୁଡିକ ଆଗାମୀ ଦିନରେ ସ୍ଥାପିତ ପ୍ଲାଷ୍ଟିକ ପାର୍କକୁ ସାହାଯ୍ୟ କରିବା ସହ ଅଂଚଳରେ ଆର୍ଥିକ ଗତିବିଧିକୁ ପ୍ରୋତ୍ସାହିତ କରିବ ।   ଶ୍ରୀ ପ୍ରଧାନ ଏହି ପତ୍ରରେ ଲେଖିଛନ୍ତି ଯେ ପାରାଦୀପର ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ  ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ପାରାଦୀପ ଯାଏ ଗ୍ୟାସ ପାଇପଲାଇନ ବିଛା ଯାଉଛି । ସେହିପରି ଲଜିଷ୍ଟିକ ଓ ବେୟାରହାଉସିଂର ଆବଶ୍ୟକତାକୁ ପୂରଣ କରିବା ପାଇଁ  ଭାରତମାଳାରେ ପାରାଦୀପ ଠାରେ ମଲ୍ଡି ମଡାଲ ଲଜିଷ୍ଟିକ ପାର୍କକୁ କାର୍ଯ୍ୟକାରୀ କରା ଯାଉଛି । 

ଏହି ସବୁ କାମ ପାଇଁ ପାରାଦୀପର ରେଳ ଓ ସଡକ  ମାର୍ଗରେ ସଂଯୋଗରେ ବ୍ୟାପକ ବିସ୍ତାର କରାଯିବାର ଆବଶ୍ୟାକତାକୁ ଆଖି ଆଗରେ ରଖି  ଚଂଡିଖୋଲ- ପାରାଦୀପ ଜାତୀୟ ରାଜପଥକୁ ୮ ଲେନ ବିଶିଷ୍ଟ କରିବା,  ପାରାଦୀପ ଦେଇ  ଦୀଘା- ଗୋପାଳପୁର କୋଷ୍ଟାଲ ହାଇବେର ନିର୍ମାଣ,  ପାରାଦୀପ - ହରିଦାସପୁର ରେଳଲାଇନ କାମ ଚାଲିଛି । ଏହା ଦ୍ୱାରା ଆଗାମୀ ଦିନରେ ପାରାଦୀପରେ ପ୍ରତିଷ୍ଠା  ହେବାକୁ ଥିବା  ଡାଉନଷ୍ଟ୍ରିମ ଶିଳ୍ପ ଦ୍ୱାରା ପରିବହନ କ୍ଷେତ୍ରରେ ଆସିବାକୁ ଥିବା ଆବଶ୍ୟକତାକୁ ପୂରଣ କରା ଯାଇ ପାରିବ । ଶ୍ରୀ ପ୍ରଧାନ ଏହି ପତ୍ରରେ କହିଛନ୍ତି ଯେ  ୪୧୯୦ କୋଟି ଟଙ୍କା ବ୍ୟୟରେ ନ୍ୟାସନାଲ ଇନଲ୍ୟାଣ୍ଡ ବାଟରବେଜ -୫କୁ ମଧ୍ୟ କାର୍ଯ୍ୟକାରୀ କରା ଯାଉଛି ।  ଏହାର କାମ ୨୦୨୩ ସୁଦ୍ଧା ପୂରା କରା ଯିବାକୁ ଲକ୍ଷ୍ୟ ରଖା ଯାଇଛି । ଆଗାମୀ ଦିନରେ ପାରାଦୀପ ବନ୍ଦର ଆଧାରିତ ବିକାଶ କ୍ଷେତ୍ରରେ ଏକ ଉଦାହରଣ ହେବା ସହ  ପୂର୍ବ ଭାରତର ବାଣିଜ୍ୟିକ ଓ ସାଂସ୍କୃତିକ ହବରେ ପରିଣତ ହେବ । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ପାରାଦୀପ  ପାଇଁ ଥିବା ଏହି ଭିଜନ ସେ ପର୍ଯ୍ୟନ୍ତ ପୂରା ହୋଇ ପାରିବ ନାହିଁ  ଯେ ପର୍ଯ୍ୟନ୍ତ ପାରାଦୀପରେ ଏକ ବିମାନ  ବନ୍ଦର ସ୍ଥାପନା କରା ଯାଇ ନାହିଁ । ପାରାଦୀପରୁ ନିକଟତମ ବନ୍ଦର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ  ବନ୍ଦରର ଦୂରତା ୧୩୫ କିମି ହୋଇଥିବା ବେଳେ ଏହି ରାସ୍ତା ସଡକ ମାର୍ଗରେ ଅତିକ୍ରମ କରିବାକୁ ତିନି ଘଂଟା ସମୟ ଲାଗେ । ପାରାଦୀପ  ବନ୍ଦର କର୍ତୃପକ୍ଷ   ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆକୁ   ସମ୍ପର୍କରେ ଅନୁରୋଧ  କରିଥିବା ତାଙ୍କ ନିକଟରେ ସୂଚନା ରହିଛି ।   ପାରାଦୀପରେ ବିମାନ ବନ୍ଦର ସ୍ଥାପନା ନେଇ ବୈଷୟିକ- ଆର୍ଥିକ ଫିଜିବିଲିଟି ସମ୍ପର୍କରେ ପରୀକ୍ଷା କରିବାକୁ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବା ପାଇଁ ଶ୍ରୀ ପ୍ରଧାନ  ଏହି ପତ୍ରରେ ଅନୁରୋଧ କରିଛନ୍ତି । 

0
0
0
s2sdefault