ହେଡଲାଇନସ୍:

ଫ୍ରେଜରପୁର ହତ୍ୟାକାଣ୍ଡ ର ଖୁଲାସା: ପ୍ରେମିକାର ହତ୍ୟା କରି ପ୍ରେମିକ ଜେଲରେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଗତ 11 ତାରିଖ ଦିନ ଫ୍ରେଜରପୁର ନିକଟସ୍ଥ ପଠାରି ଜଙ୍ଗଲରୁ ଏକ ଅଚିହ୍ନ ମହିଳାଙ୍କର ଗଳିତ ଶବ ଉଦ୍ଧାର କରାଯାଇଥିଲା । ମୃତଦେହର ଅନେକ କ୍ଷତ ଚିହ୍ନ ରହିଥିଲା । ମୃତଦେହ ଉଦ୍ଧାର ପରେ ପାଇକମାଲ ଥାନାରେ ud କେଶ ନମ୍ବର 7/20 ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା । ମୃତଦେହର ପରିଚୟ ଖୋଜିବା ପାଇଁ ପାଇକମାଲ ପୋଲିସ ଜିଲ୍ଲାର ଅନେକ ଥାନାକୁ ଯୋଗାଯୋଗ କରିଥିଲା । ଗତ 14 ତାରିଖ ଦିନ ପଦ୍ମପୁର ଥାନା ବଗେଇଜୁରୀ ଗ୍ରାମର ଘନଶ୍ୟାମ ସାହୁ ଏହି ମୃତଦେହଟି ନିଜର ସ୍ତ୍ରୀ ରେବତୀ ବୋଲି ଚିହ୍ନଟ କରିଥିଲେ । ଘନଶ୍ୟାମ ପୋଲିସ କୁ ଦେଇଥିବା ସୁଚନା ମୁତାବକ ଗତ 8 ତାରିଖ ଦିନ ଘନଶ୍ୟାମ ଓ ତାଙ୍କର ସ୍ତ୍ରୀ ପଦ୍ମପୁର SBI କୁ ଆସିଥିଲେ ଓ ସେହି ଠାରୁ ରେବତୀ ନିଖୋଜ ହେଇଯାଇଥିଲେ । 9 ତାରିଖ ଦିନ ଘନଶ୍ୟାମ ପଦ୍ମପୁର ଥାନାରେ ସ୍ତ୍ରୀ ର ନିଖୋଜ ବାବଦରେ ରିପୋର୍ଟ ମଧ୍ୟ ଦେଇଥିଲେ । 

        ଶବ ଚିହ୍ନଟ ହେବା ପରେ ବରଗଡ SP ପଦ୍ମିନୀ ସାହୁ ଙ୍କର ନିର୍ଦେଶକ୍ରମେ ଓ ପଦ୍ମପୁର SDPO ଶ୍ରୀ ପ୍ରଦୀପ ସାହୁଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳର ଗଠନ କରାଯାଇଥିଲା । ଅନୁସନ୍ଧାନ ରୁ ଜଣା ପଡିଲା ଯେ  ମୃତ ମହିଳା ଙ୍କର ପାଇକମାଲ ବ୍ଲକ ଛେଳିଆମାଲ ଗ୍ରାମର ହୃଷୀକେଶ ଅଦାବର ନାମକ ଜଣେ ଯୁବକ ସହିତ ପ୍ରେମ ସମ୍ପର୍କ ରହିଥିଲା । ରେବତୀ 8 ତାରିଖ ଦିନ ପଦ୍ମପୁର ଆସିଥିବା ସମୟରେ ହୃଷିକେଶ ସହିତ ଏକ ବୁଲେରୋ ଗାଡ଼ିରେ ଫେରାର ହେଇଯାଇଥିଲା । ପରଦିନ ସେମାନେ ବିନା କାରଣରେ ବୁଲାବୁଲି କରି ଫେଜରପୁର ପଠାରି ଜଙ୍ଗଲକୁ ଆସିଥିଲେ । ସେହିଠାରେ ରେବତୀ ହୃଷିକେଶ କୁ ବିବାହ କରିବା ପାଇଁ ଜୋର ଦେବାରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହେଇଥିଲା । ଏଥିରେ ହୃଷିକେଶ ଉତ୍ୟକ୍ତ ହୋଇ ପ୍ରଥମେ ରେବତୀକୁ ଏକ ଲୁହା ରଡ଼ ରେ ମାରିଥିଲା ।  ପ୍ରମାଣ ନଷ୍ଟ କରିବା ପାଇଁ ରେବତୀ ତଳେ ପଡିଯିବା ପରେ ହୃଷୀକେଶ ରେବତୀ ଉପରେ ତିନି ରୁ ଚାରିଥର ବୋଲେରୋ ଗାଡି ଚକ ଚଢାଇ ଦେଇଥିଲା । ଏହାପରେ ଆରୋପୀ ରେବତୀଙ୍କର ନିକଟରେ ଥିବା ନଗଦ ଚାଳିଶ ହଜାର ଟଙ୍କା ଓ ଗହଣା ଲୁଟ କରି ଘଟଣା ସ୍ଥଳରୁ ଫେରାର ହେଇଯାଇଥିଲା । 

        ପୋଲିସ ଅଭିଯୁକ୍ତ କୁ ଗିରଫ କରିବା ପରେ ଅଭିଯୁକ୍ତ ପାଖରୁ ତିନି ଗୋଟି ସୁନା ହାର , କାନ ଅନ୍ୟାନ୍ୟ ସୁନା ଅଳଙ୍କାର , ନଗଦ 40 ହଜାର ଟଙ୍କା , ହତ୍ୟାରେ ବ୍ୟବହାର କରାଯାଇଥିବା ଲୁହା ରଡ଼ , ଗୋଟେ ବୋଲେରୋ ଗାଡି , ଗୋଟେ ବାଇକ ଜବତ କରିବା ସହିତ ହତ୍ୟାକାରୀ ହୃଷିକେଶ କୁ କୋର୍ଟ ଚାଲାଣ କରାଯାଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପଦ୍ମପୁର SDPO ଶ୍ରୀ ପ୍ରଦୀପ ସାହୁ ଜଣାଇ ଛନ୍ତି । ଉକ୍ତ ସମ୍ମିଳନୀରେ ଅନୁସନ୍ଧାନ କାରୀ ଦଳର ଅଧିକାରୀ ମାନେ ଯଥା , ପାଇକମାଲ dsp ଶ୍ରୀ ଦିନେଶ ନାଏକ , ପାଇକମାଲ ଥାନା ଅଧିକାରୀ ଶ୍ରୀ ବିସ୍ୱଜିତ ମନବୋଧ , ପଦ୍ମପୁର ଥାନା ଅଧିକାରୀ ଶ୍ରୀ M R ପ୍ରଧାନ , ସବ ଇନ୍ସପେକ୍ଟର S R ପାତ୍ର , ପ୍ରମୁଖ ଉପସ୍ଥିତ ଥିବାବେଳେ ସବ ଇନ୍ସପେକ୍ଟର ବିପିନ ବାଗ , asi S K ସାହୁ ASI ପ୍ରକାଶ ଭୋଇ ପ୍ରମୁଖ ତଦନ୍ତରେ ସହଯୋଗ କରିଥିଲେ ।

0
0
0
s2sdefault