ହେଡଲାଇନସ୍:

କରୋନା ଶିଖାଇଲା ସୁଚରିତାଙ୍କୁ କାରିଗରୀ ଶିଳ୍ପ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): କରୋନାକୁ ନେଇ ଯେତିକି ସ୍ୱର୍ଶ୍ୱକାତର ପ୍ରସଙ୍ଗ ସାମ୍ନାକୁ ଆସୁଛି,ତl'ଠାରୁ ବଡ  ଖବର ବି ଅନେକ ସମୟରେନଜରକୁ  ଆସୁଛି। ବ୍ୟସ୍ତବହୁଳତା ଜୀବନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମାଜିକ ବ୍ୟବଧାନ ଓ ବିନା କାମରେ ଘରୁ ନବାହାରିବାକୁ ସାମାଜିକ ସଚେତନତା ଅନେକ ଜୀବନରେ କୌଶଳ ଓ କାରିଗରି ଶିଳ୍ପର ସଫଲତା ଆତ୍ମନିର୍ଭରଶୀଳତାକୁ ବାଟ ଦେଖାଇଛି । ଅତ୍ମନିର୍ଭରଶିଳତା ହିଁ ଜୀବନର ବଡ କୃତି ଓ କୃତିତ୍ୱ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା ଅନେକଙ୍କୁ ପ୍ରଭାବିତ କରିଛି । ଏଭଳି ଏକ ନଜିର ସାମ୍ନାକୁ ଆଣିଛନ୍ତି, ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷର ବିଜ୍ଞାନ ଛାତ୍ରୀ ସୁଚରିତା ଷଡଙ୍ଗୀ । ଆବଶ୍ୟକତା ବେଳେ ବଜାରରେ ଠିକ୍ ସମୟରେ ଉପଲବ୍ଧ ହୋଇପାରୁନଥିବା କେତେକ କୁଟୀର ଶିଲ୍ପର କାରିଗରି କୌଶଳ ନିଜ ହାତରେ ତିଆରି କରି ସେ ବେସ୍ ଚର୍ଚ୍ଚାକୁ ଆସିଛନ୍ତି ।

ଆଧୁନିକ ସମାଜରେ ଦିନକୁ ଦିନ ଆଲବମ୍ ଲୋପ ପାଇ ଯାଉଥିବା ବେଳେ  ଗରୀବ,ମଧ୍ୟବିତ୍ତ ଏପରିକି ଉଚ୍ଚ ବର୍ଗ ତଥା ସରକାରୀ ସ୍ତରରେ ଆବଶ୍ୟକ ପଡୁଥିବା ବିଭିନ୍ନ କିସମର ଆଲବମ୍ କୋଭିଦ୍-୧୯ ଲକଡାଉନ୍ ସମୟରେ ନିଜ ହାତରେ ତିଆରି କରି ସୁଚରିତା ନିଜର ପାରଦର୍ଶିତା ଦେଖାଇଛନ୍ତି । ଏପରିକି ଆଜିର ସମାଜରେ ଗିପ୍ଟ (ଉପହାର) କାର୍ଡର ଚାହିଦା ବହୁଳ ପରିମାଣରେ ଥିବା ବେଳେ ଏହାକୁ ମଧ୍ୟସେ ନିଜର ପାରଦର୍ଶିତା ଦେଖାଇ ଆତ୍ମନିର୍ଭରଶିଳତା ହିଁ ଜୀବନ ପାଇଁ ସଫଲତାର ମାର୍ଗବୋଲି ସେ ନିଜକୁ ଅନୁଭବ କରିଥିବା କହିଛନ୍ତି। ଲକ ଡାଉନ୍ ସମୟରେ ଗତ ଅଢେଇ ମାସ ଧରି ଏହା ସେ ନିଜ ହାତରେ ତିଆରି କରି ବ୍ୟବସାତରେ ସାମିଲ ହୋଇନଥିଲେ ସୁଦ୍ଧା,ଯେଉଁ କେତେ ଜଣଙ୍କୁ  ଉପହାର ଦେଇଛନ୍ତି ସମସ୍ତେ  ତାଙ୍କର ଏହି କଳାକୃତିକୁ ସମ୍ମାନ ଜଣାଇ ଉଜ୍ଜଳ ଭବିଷ୍ୟତ ପାଇଁ ଆଶିର୍ବାଦ ପ୍ରଦାନ କରିଛନ୍ତି ।

ଏ ସଂପର୍କରେ ସୁଚରିତା କହନ୍ତି, ମହିଳା ସଂୟ ସହାୟକ ଗୋଷ୍ଠୀଙ୍କୁ  ସରକାର ବିଭିନ୍ନ ଆତ୍ମନିର୍ଭରଶୀଳ ପାଇଁ ପ୍ରୋତ୍ସାହନ ରାଶି ଦେବା ସ୍ୱାଗତ ଯୋଗ୍ୟ । ଏଥିରେ ମହିଳାଙ୍କ ସାମଗ୍ରିକ ବିକାଶ ଦିଗରେ କେତେ ଅଗ୍ରଗତି ହୋଇଛି,ତାହାକୁ ସରକାର ନିଜେ ସମୀକ୍ଷା କରିବା ସହିତ ଆମଭଳି  ଆଗ୍ରହ ରଖୁଥିବା କୁଶଳୀ ପ୍ରତିଭାର ସନ୍ଧାନ କରି ସରକାର ଯଦି  କେବଳ ନିଜର ଚାହିଦାକୁ ନେଇ ଆମ ପରି କୋମଳମତୀ ପ୍ରତିଭା ଧାରୀଙ୍କୁ ପ୍ରୋତ୍ସାହିତ କରନ୍ତେ,ତେବେ ରାଜ୍ୟରେ ଅନେକ ମହିଳା ସମଗ୍ର ଦେଶ ଓ ଜାତି ପାଇଁ ଗର୍ବ ଓ ଗାରିମା ଆଣି ପାରନ୍ତେ । କରୋନା ଭଳି ଏକ ଘଡି ସନ୍ଧି ମୂହୁର୍ତରେ ରାଜ୍ୟ ସରକାର ଓଡିଶାର ଗୌରବ ପାଇଁ  "କଳିକା ଗାରିମା"ର ବାଟ ଫିଟାଇବେ ବୋଲି ସେ ବିଶ୍ୱାସ କରୁଥିବା କହିଛନ୍ତି ।  ସୂଚନା ଯୋଗ୍ୟ ଯେ, ସୁଚରିତା ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର ଚଳିତ ବର୍ଷ ରାସାୟନିକ, ଭୌତିକ, ଗଣିତ ଓ ସୂଚନା ପ୍ରଦ୍ୟୋଗିକି ବିଷୟ ରଖି ବିଜ୍ଞାନ ଯୁକ୍ତ+୨ର ଶେଷ ବର୍ଷ ପରୀକ୍ଷା ଦେଇଛନ୍ତି। ସେ ଯୁଜୋମୁରା ବ୍ଲକ୍ ର ବାହାମ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଡିଆବାହଲ ମୂଳନିବାସୀ ଓ ତାଙ୍କ ବାପା ଜଣେ ସାମାଜିକ କର୍ମୀ ଭାବେ ସମଗ୍ର ଜିଲ୍ଲାରେ ବେଶ୍ ଜଣାଶୁଣା ।

0
0
0
s2sdefault