ହେଡଲାଇନସ୍:

ତୁଷୁରା ପୁଲିସର ଚଢାଉ : ବ୍ୟାପକ ଦେଶୀ ମଦ ଜବତ ଓ ଦୁଇ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ଼  (ଗୌରବ ଦର୍ଜି)- ବଲାଙ୍ଗିର ଜିଲ୍ଲା ପୋଲିସ ଅଧ୍ୟକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ତୁଷୁରା ପୋଲିସ ଅଧିକାରୀ ଯଶୋବନ୍ତ ପ୍ରଧାନଙ୍କ ନେତୃତ୍ବରେ ବିଭିନ୍ନ ଗ୍ରାମରେ ଚଢାଉ ରନ୍ଧା ଦେଶୀ ମଦ ସହ ସାମଗ୍ରୀ ଜବତ କରାଯାଇଛି । ଚଢାଉରେ ପ୍ରାୟ ଶହେରୁ ଉଦ୍ଧ ଲିଟର ମଦ ଏବଂ ଦେଶୀ ମଦ ରକ୍ଷା ପାଇଁ ବ୍ୟବହୃତ ସାମଗ୍ରୀ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଏ ନେଇ ତୁଷୁରା ଥାନା ଏକ ମାମଲା ରୁଜୁ କରାଯିବା ସହ ଉକ୍ତ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ପ୍ରକାଶ ଯେ , ତୁଷୁରା ଥାନା ଅନ୍ତର୍ଗତ ଥାଳବନ୍ଧ ଗ୍ରାମର ଚିତ୍ରସେନ ବାରିକ ( ୪୦ ବର୍ଷ ) ଓ ଲମ୍ବୋଦର ବାରିକ ( ୪୫ ବର୍ଷ ) ଙ୍କ ଘରେ ଚଢାଉ କରିଥିବା ବେଳେ ଉକ୍ତ ଦୁଇ ଜଣ ନିଜ ଘରର ପଛପଟେ ମାଟି ତଳେ ରନ୍ଧା ମଦକୁ ଲୁଚାଇ ରଖୁଥିଲେ । ଉକ୍ତ ମଦକୁ ପୋଳିସ ଠାବ କରିବାରେ ସକ୍ଷମ ହୋଇଥିବା ବେଳେ ଏସିଆଇ ତୁଲସୀ ରାମ ଶବର , ଏଏସଆଇ ଜୟଦେବ ପ୍ରଧାନ , ଏଏସଆଇ ମୁଲରୀଧର ସେଠୀ , କନେଷ୍ଟବଲ ବିଜୟ ମାଝା , ମଙ୍ଗଳା ମାଡକାମୀ , ପି ମଲ୍ଲିକ ଓ ନବୀନ ମିଶ୍ର ପ୍ରମୁଖ ଚଢାଉରେ ସାମିଲ ଥିଲେ ।

0
0
0
s2sdefault