ହେଡଲାଇନସ୍:

ରାସ୍ତା ସିନା ଶୁନଶାନ, ତଥାପି ରଜ ପାଳିଲେ ନୟାଗଡ଼ବାସୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ (ବିଶ୍ୱଜିତ ନାୟକ ) - ଆଜି ହେଉଛି ପହିଲି ରଜ ।ଓଡ଼ିଶାର ପ୍ରମୁଖ ପର୍ବ ପର୍ବାଣୀ ଭିତରେ ଏହା ଏକ ଅନ୍ୟତମ ପ୍ରମୁଖ  ପର୍ବ । ଗାଁ ଗାଁରେ ପିଠା ପଣାର ଆସର ,ଘରେ ଘରେ ବନ୍ଧୁ ବାନ୍ଧବଙ୍କର କୋଳାହଳ । ଗାଁରୁ ସହର ସବୁଠି ପାଳନ କରାହୁଏ ରଜ ପର୍ବ ।କିନ୍ତୁ ମହାମାରୀ କରୋନା ପାଇଁ  ଫିକା ପଡିଛି ଏ ରଜ ପର୍ବ ।ନୟାଗଡ଼ ଜିଲାରେ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ହେତୁ ରାଜ୍ୟସରକାରଙ୍କ ନିର୍ଦେଶ କ୍ରମେ ଶନିବାର ଏବଂ ରବିବାର ଜିଲ୍ଲାକୁ shutdown ଘୋଷଣା କରାଯାଇଛି । ନୟାଗଡ ପୋଲିସ ଏହି ଦୁଇ ଦିନକୁ କଡାକଡି ଭାବରେ ଗାଡି ମଟର ଯାଞ୍ଚ କରୁଛି । ନୟାଗଡ ଜନସାଧାରଣ ମଧ୍ୟ ଏହି ନିର୍ଦେଶକୁ ସୁଚାରୁ ରୁପେ ମାନି ଚଳୁଛନ୍ତି । ନୟାଗଡ଼ ସହରକୁ ଦେଖିଲେ ଚାରିଆଡେ ଶୁନଶାନ, ତଥାପି ନୟାଗଡ ବାସି ଘରେ ରହି ନିଆରା ଢଙ୍ଗରେ ପାଳିଛନ୍ତି ରଜ ପର୍ଵ ।

0
0
0
s2sdefault