ହେଡଲାଇନସ୍:

ଦୁଇ ଡକାୟତି ମାମଲା, ତିନି ଗିରଫ : ୫୦୦୦ ଟଙ୍କା, କଟୁରି,ବାଇକ ଏବଂ ସ୍କୁଟି ଜବତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଘୁ.ଉଦୟଗିରି/ଗଗନ ପ୍ରଧାନ : କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଥାନା ଅଧିନସ୍ଥ କଳିଙ୍ଗିଆ ଘାଟିରେ ଗତ ୩୧/୦୫/୨୦୨୦ ଏବଂ ୬/୦୫/୨୦୨୦ରେ ଘଟି ଥିବା ଦୁଇ ପୃଥକ ପୃଥକ ଘଟଣାର ପର୍ଦ୍ଦାଫାଶ  କରିଛି ଘୁ.ଉଦୟଗିରି ଥାନା ପୁଲିସ I ଏହି ଡକାୟତି ମାମଲାରେ ପୁଲିସ ଲଚ୍ଛମନ@ଆଜାଦ@ଟୁଟୁ(21) ଗେଟ ସାହି, ଦିପକ ପ୍ରଧାନ@ଡିଜେ(୨୦) ବଙ୍ଗଳାସାହି, ମିଥୁନ ପ୍ରଧାନ (୨୦) ବଙ୍ଗଳା ସାହିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି I ଗିରଫ ତିନି ଆସାମୀଙ୍କ ଠାରୁ ପୁଲିସ ନଗଦ ୫୦୦୦ ଟଙ୍କା, ୫ ଟି ମୋବାଇଲ, ସ୍କୁଟି, ବାଇକ, କଟୁରି ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି I ପୁଲିସ ସୂଚନା ମୁତାବକ ଗତ ୩୧/୦୫/୨୦୨୦ ତାରିଖରେ ଶଙ୍ଖରାଖୋଲ ଗ୍ରାମର ଦୁତିକୃଷ୍ଣ ପାଢ଼ୀ ନିଜ କାର ଯୋଗେ ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ଘରକୁ ଫେରୁ ଥିଲେ I ଏହି ସମୟରେ ଗିରଫ ତିନି ଡକାୟତ ରାସ୍ତାରେ ବାଲିବସ୍ତା ଏବଂ ପ୍ଲେଟ ପକାଇ ଥିଲେ I ଯାହା ଦ୍ୱାରା କାର ସେଠାରେ ଅଟକିବା ପରେ ଡକାୟତମାନେ କାର ଚାଳକଙ୍କୁ ଭୟଭିତ କରି ୧୦,୦୦୦ଟଙ୍କା ଏବଂ ମୋବାଇଲ ନେଇ ଫେରାର ହୋଇ ଥିଲେ I ସେହିପରି କିଛିଦିନ ବ୍ୟବଧାନରେ ଅର୍ଥାତ ୬/୦୫/୨୦୨୦ ରିଖରେ ସାରଙ୍ଗଡ଼ ଗ୍ରାମର ସୌମ୍ୟରଂଜ ସାହୁ ନାମକ ବ୍ୟକ୍ତି ପିକଅପ ଭ୍ୟାନ ଧରି ଫେରୁଥିବା ବେଳେ ରାସ୍ତାରେ ବାଲିବସ୍ତା ପକାଇ ଥିଲେ I ଗାଡି ଅଟକିବାରୁ ତିନି ଡକାୟତ ସୌମ୍ୟରଂଜନଙ୍କୁ ଭୟଭୀତ କରି ୨୦,୦୦୦ ଟଙ୍କା ଏବଂ ଦୁଇଟି ମୋବାଇଲ ନେଇ ଫେରାର ହୋଇ ଥିଲେ I ଲୁଟର ଶିକାର ଦୁଇ ଜଣ ଘୁ.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରି ଥିଲେ I ଅଭିଯୋଗକୁ ଭିତି କରି ପୁଲିସ ତଦନ୍ତ କରି ଗତକାଲି ରାତ୍ରିରେ ତିନି ଡକାୟତଙ୍କୁ ଗିରଫ କରିଥିଲା I ପୁଲିସ ଏହି ଦୁଇ ଘଟଣାକୁ ନେଇ ଦଫା ୩୯୫ରେ ମାମଲା ସଂଖ୍ୟା ୪୨/ ତାରିଖ ୩୧/୦୫/୨୦୨୦ ଏବଂ ୪୩/ ତାରିଖ ୦୬/୦୫/୨୦୨୦ରେ ଦୁଇ ପୃଥକ ପୃଥକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି I

 

0
0
0
s2sdefault