ହେଡଲାଇନସ୍:

କ୍ଵାରେଣ୍ଟାଇନ ଅନ୍ତେବାସୀଙ୍କ ସହ ରଜ ପାଳିଲେ ସରପଞ୍ଚ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ମିଠା, ପିଠା ଓ ରଜ ପାନ ଦେଇ ବାଣ୍ଟିଲେ ଆତ୍ମୀୟତାର ବାର୍ତ୍ତା 

ହାଟଡିହି(ମକରଧ୍ବଜ ଜେନା) : ଆଜି ଥିଲା ପହିଲି ରଜ | ସବୁଠି ଲକ ଡାଉନ ଭିତରେ ବି ଘରେ ଘରେ ରଜ ପାଳନ ହେଉଛି | ହେଲେ କ୍ଵାରେଣ୍ଟାଇନରେ ରହିଥିବା ପ୍ରବାସୀଙ୍କ ପହିଲି ରଜ କଣ ବା ଶେଷ ରଜ କଣ ! କେମିତି କ୍ଵାରେଣ୍ଟାଇନ ସମୟକୁ କାଟି ଘରକୁ ଫେରିବେ ସେଇ ଚିନ୍ତାରେ କରୁଛି ସେମାନଙ୍କ ଦିନ | କି ପର୍ବ ଆଉ ପର୍ବାଣି | ହେଲେ  ସେମାନଙ୍କୁ ଟିକେ ଖୁସି ଦେବା ପାଇଁ ଆଉ କ୍ଵାରେଣ୍ଟାଇନରେ ବି ରଜର ଅନୁଭବ ଦେବାପାଇଁ  ଟିକେ ନିଆରା ପଦକ୍ଷେପ ହେଇଥିଲେ କେନ୍ଦୁଝର ହାଟଡିହି ସରପଂଚ ଅନୁସୂୟା ସେଠି |

କେନ୍ଦୁଝର ଜିଲ୍ଲା  ହାଟଡିହି ବ୍ଲକ ହାଟଡିହି ସରପଞ୍ଚ  ଅନୁସୂୟା ସେଠି ପଞ୍ଚାୟତ କ୍ଵାରେଣ୍ଟାଇନ ରେ ରହୁଥିବା 25 ଜଣ  ଅନ୍ତେବାସୀଙ୍କ ଭିତରେ ରଜ ପର୍ବର ଅନୁଭବ ଆଣିଦେବ ପାଇଁ ସେଠାରେ ପାଳିଛନ୍ତି ରଜ | ଅନ୍ତେବାସୀ ପ୍ରବାସୀଙ୍କ ସହ  ସାମାଜିକ ଦୂରତା ରକ୍ଷା କରି ସେମାନଙ୍କୁ  ମିଠା, ପିଠା ଓ ରଜ ପାନ ଦେଇ ଅପ୍ୟାୟୀତ କରିଥିଲେ  ସରପଞ୍ଚ ଅନୁସୂୟା . ଫଳରେ ଏକ ଭାବାବେଗମୟ ପରିବେଶ ସୃଷ୍ଟି ହୋଇଥିଲା | ସରପଞ୍ଚ ଏକଧାରାରେ ଅନ୍ତେବାସୀଙ୍କ ମଧ୍ୟରୁ କାହା ପାଇଁ ମା ସାଜିଥିବା ବେଳେ କାହା ପାଇଁ ଭଉଣୀ ଓ ଆଉ କାହା ପାଇଁ ଭାଉଜ ସାଜିଛନ୍ତି | କ୍ଵାରେଣ୍ଟାଇନ କେନ୍ଦ୍ରକୁ ନିଜର ଘର ଏବଂ ଆମେ ସମସ୍ତେ ଗୋଟିଏ ପରିବାର ଭାବି ରଜ କୁ ପାଳନ କରିବା ପାଇଁ ସରପଞ୍ଚ  ଅନ୍ତେବାସୀଙ୍କୁ କହିଥିଲେ | ରଜ ପର୍ବରେ ଯେପରି କେହି ଦୁଃଖ ଅନୁଭବ ନ କରିବେ ସେଥିପାଇଁ ସରପଞ୍ଚ ଏପରି ଉଦ୍ୟମକୁ ପ୍ରଶଂସା କରାଯାଇଛି |  ପ୍ରତି ବ୍ୟକ୍ତି ରଜ ପର୍ବକୁ ନିଜ ଘରେ ନିଜର ଲୋକଙ୍କ ସହ ପାଳନ କରିବାକୁ ବାର୍ତ୍ତା ଦେଇଥିଲେ | ଏହି ସମୟ ରେ ସାମାଜିକ କର୍ମୀ କଳ୍ପତରୁ ସେଠି, କାମପାଳ ନାୟକ, ସଦାଶିବ ଚକ୍ର, ଆଶୁତୋଷ ପହି, ଜଗନ୍ନାଥ ନାୟକ, ବିଶ୍ୱନାଥ ସାହୁ, ଚନ୍ଦ୍ରମଣି ସାହୁ, ଆଶା ଓ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ | ଏଥିସହ ସରପଞ୍ଚ ସେଠି ହାଟଡିହି ଅଞ୍ଚଳର ଖବରଦାତାଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରିଥିଲେ | .

 

0
0
0
s2sdefault