କରୋନା ପ୍ରଭାବରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ : ଦିଶାହୀନ ସରକାର - ନିରଞ୍ଜନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର/ shasak Prashasak  – ଓଡିଶାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ । ଯେଉଁ ଅଭିଭାବକମାନେ ଘରୋଇ  ଶିକ୍ଷାନୁଷ୍ଠାନ ଯଥା ସାଇ ଇଂଟରନ୍ୟାସନାଲ ସ୍କୁଲ, ଦିଲ୍ଲୀ ପବ୍ଲିକ ସ୍କୁଲ, ମଦର୍ସ ପବ୍ଲିକ ସ୍କୁଲ, କିଟ୍ ଇଦ୍ୟାଦିରେ ସେମାନଙ୍କ ପିଲାଙ୍କୁ ପାଠ ପଢାଉଛନ୍ତି, ସେମାନେ ଅଲଗା ବର୍ଗର ଲୋକ । ସେମାନଙ୍କ କଥା ଭିନ୍ନ । କାରଣ ସେମାନେ ସେମାନଙ୍କ ପିଲାଙ୍କୁ ପାଠ ପଢ଼ାଉଥିବା ସ୍କୁଲଗୁଡିକର ଭିତିଭୂମି ଉନ୍ନତ । ସେଠାରେ ପଢ଼ୁଥିବା ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ମୋବାଇଲ, ଲାପଟପ୍ ଦ୍ୱାରା ଇଂଟରନେଟ୍ ବ୍ୟବହାର କରିବାରେ ସିଦ୍ଧହସ୍ତ । ସେମାନଙ୍କ ଘରେ ଇଂଟରନେଟ୍ ଥାଇପାରେ । ସେମାନଙ୍କ ପିଲାମାନେ ଇଂଟରନେଟ୍‌ରେ ପାଠ ପଢ଼ିଲେଣି । କିନ୍ତୁ ବାକିତକ ଯେଉଁ ୯୫ ପ୍ରତିଶତ ପିଲା ଗାଁ ଗଣ୍ଡାଠୁଁ ଆରମ୍ଭ କରି ଭୁବନେଶ୍ୱର ସହର ପର୍ଯ୍ୟନ୍ତ ମଧ୍ୟବିତ ଓ ଗରିବ ପରିବାରର ପିଲାମାନେ ଯେଉଁ ସ୍କୁଲରେ ପଢ଼ୁଛନ୍ତି ସେମାନଙ୍କ ପାଖରେ ଇଂଟରନେଟ୍‌ର ସୁବିଧା ନାହିଁ । ତେଣୁ  ସେମାନଙ୍କ ପାଖରେ ଇଂଟରନେଟ୍ ନଥିବାରୁ ସେମାନେ କିପରି ପାଠ ପଢ଼ିବେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ । 

ସରକାର ଏଥିପାଇଁ କି ବ୍ୟବସ୍ଥା କରୁଛନ୍ତି । ଶିକ୍ଷା କ୍ଷେତ୍ରରେ ଓଡିଶାର ଛାତ୍ରଛାତ୍ରୀମାନେ ବର୍ତମାନ ଅସହାୟ ଅବସ୍ଥାରେ ଅଛନ୍ତି । ବର୍ତମାନ ସୁଦ୍ଧା ସାରା ରାଜ୍ୟରେ ପ୍ରତ୍ୟେକ ଅଂଚଳକୁ, ବିଶେଷ ଭାବରେ ଗ୍ରାମାଚଂଳରେ ଟେଲିଫୋନ୍ ଏବଂ ଇଂଟରନେଟ୍‌ର ବ୍ୟବସ୍ଥା ଲୋକଙ୍କ ପାଖରେ ପହଂଚି ନାହିଁ । ଓଡିଶାର ଅନେକ ପଛୁଆ ଏବଂ ଅନୁନ୍ନତ ଅଂଚଳରେ ଯୋଗାଯୋଗ ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଅଛି ବା ନାହିଁ କହିଲେ ଚଳେ । ଯେତେବେଳେ ସାରା ରାଜ୍ୟରେ ଅନେକ ପରିବାରଙ୍କ ପାଖରେ ସ୍ମାର୍ଟ ଫୋନ୍ ବା ଇଂଟରନେଟ୍‌ର ସୁବିଧାର ନାହିଁ, ଏଭଳି ପରିସ୍ଥିତିରେ ସ୍କୁଲରେ ସାମାଜିକ ଦୂରତାକୁ ବଜାୟ ରଖି ମାସ୍କ ପିନ୍ଧିବା ସହିତ ବିଦ୍ୟାଦାନର ପ୍ରକ୍ରିୟା ତୁରନ୍ତ ଆରମ୍ଭ ହେବା ଉଚିତ୍ । ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ । ଏଥିପାଇଁ ସରକାରଙ୍କର କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ନାହିଁ କିମ୍ବା ନୀତି ନିର୍ଦ୍ଦାରଣ ମଧ୍ୟ ହୋଇନାହିଁ । ସମସ୍ତ ସ୍କୁଲ, କଲେଜଗୁଡିକରେ ତ ବର୍ତମାନ କ୍ୱାରେନ୍‌ଟାଇନ୍ ସେଂଟର ଖୋଲିଛନ୍ତି । ପିଲାମାନେ ପାଠ କେଉଁଠି ପଢ଼ିବେ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପଟ୍ଟନାୟକ । ବର୍ତମାନ ଯେପରି ସବୁ ଲକ୍‌ଡାଉନ୍ ଖୋଲିଗଲାଣି, ସେହିପରି ତୁରନ୍ତ ସ୍କୁଲ ଖୋଲାଯାଇ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ସାମାଜିକ ଦୂରତ୍ୱ ଓ ସମସ୍ତ ନୀତି ନିୟମ ରକ୍ଷା କରି ପାଠ ପଢ଼ାଯିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ ଦାବି କରିବା ସହିତ ରାଜ୍ୟ ଶିକ୍ଷା ବିଭାଗ ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀ ଏହା ଉପରେ ଅତିଶୀଘ୍ର ନିଷ୍ପତି ଗ୍ରହଣ କରନ୍ତୁ । ନଚେତ୍ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବ ।

0
0
0
s2sdefault