ହେଡଲାଇନସ୍:

ଘନଘନ ବିଦ୍ୟୁତ କାଟକୁ ନେଇ ଜନ ଅସନ୍ତୋଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନାକୁ ନେଇ ଲକ୍ ଡ଼ାଉନ ପର୍ବ ପାଳନକୁ ଫିକା ପକାଇ ଦେଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଜ ନିଜ ଘରେ ପର୍ବକୁ ପାଳନ କରିବା ନିମନ୍ତେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ପରାମର୍ଶ ଦେଇଥିଲେ ।  ପଳରେ ମୁସଲିମ୍ ସମ୍ପ୍ରଦାୟ ପକ୍ଷରୁ ନିଜ ନିଜ ଘରେ ପର୍ବକୁ ଧୁମଧାମ ସହକାରେ ମାନିବା ନିମନ୍ତେ ଯୋଜନା ପ୍ରସ୍ତୁତ କରିଥିଲେ । ମାତ୍ର ଏଥିରେ ମୁଖ୍ୟ ପ୍ରତିବନଯଦକ ସାଜିଥିଲା ଘନ ଘନ ବିଦ୍ୟୁତ କାଟ । ଆଜି ପ୍ରତୁ୍ୟଷରୁ ବାରିପଦା ପୌରପରିଷଦର କେତେକ ନିର୍ଦ୍ଧିଷ୍ଟ ୱାଡର଼୍ ସହିତ ଅଧିକ ମୁସଲିମ  ସମ୍ପ୍ରଦାୟ ବସବାସ କରୁଥିବା ୧୬ ନମ୍ବର ୱାର୍ଡରେ  ବିଦ୍ୟୁତ କାଟ ହୋଇଥିଲା । ବିଦ୍ୟୁତ କାଟ ହୋଇଥିବା ୱାର୍ଡରୁ ଜନସାଧାରଣ ବିଛଣା ତ୍ୟାଗ କରି ନିତ୍ୟକର୍ମ ଶେଷ କରିବାକୁ ଯିବା ବେଳେ ପାଣି ନାହିଁ । ବିଦ୍ୟୁତକ୍ରାଟ ହୋଇଥିବା ଫଳରେ  ପିଏଚଡ଼ି ପାଣି ସାପ୍ଲାୟ ବନ୍ଦ ରହିଥିଲା । ଘରେ ଶୌଚ ଯିବା, ସ୍ନାନ ଯିବା ସହିତ ପିଇବା ନିମନ୍ତେ ପାଣି ନ ଥିବା କାରଣରୁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏ ବିଷୟରେ ୧୬ ନମ୍ବର ୱାଡର଼୍ର ରାଜଉଦ୍ଧିନ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଜି ଭଳି ପବିତ୍ର ପର୍ବରେ ବିଦୁ୍ୟତ୍ ବିଭାଗ ପକ୍ଷରୁ ଜାଣତରେ ହେଉ ଅଥବା ଅଜାଣତରେ କିମ୍ବା ବୈଷୟିତ ତୃଟି ଅଥବା ଇଚ୍ଛାକୃତ ଭାବେ ହେଉ ପ୍ରତୁ୍ୟଷ ପ୍ରାୟ ୪ଟାରୁ ବିଦୁ୍ୟତ୍ କାଟ ହୋଇଥିଲା । ଆମ୍ଭେମାନେ ପିଏଚଡ଼ି ପାଣି ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଥିବା ବେଳେ ପାଣି ବିନା ଆମ୍ଭେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲୁ । ଏହି ଅସୁବିଧାକୁ କେବଳ ହୃଦୟଙ୍ଗମ କରାଯାଇ ପାରେ, ବର୍ଣ୍ଣନା କରିବା ଅସମ୍ଭବ । ନିତ୍ୟକର୍ମ ଶେଷ କରିବା ନିମନ୍ତେ ଅପେକ୍ଷା କରି ହତାଶ ହେବା ପରେ ପ୍ରାୟ ସାଢେ଼ ୧୦ ସମୟରେ ବିଦ୍ୟୁତ  ବିଭାଗର ସେକସନ-୨କୁ ଫୋନ କରିବା ପରେ ବିଦ୍ୟୁତ କାଟ ହୋଇଛି ବୋଲି ସୂଚନା ନ ଥିବାର ପ୍ରକାଶ କରିଥିଲେ  । ଯଦିଓ କିଛି ସମୟ ପରେ ବିଦ୍ୟୁତ ସରବରାହ ମିଳିଥିଲା କିନ୍ତୁ ପରବର୍ତ୍ତି ସମୟରେ ଲୁଚକାଳୀ ଖେଳ ଆରମ୍ଭ କରି ଦେଇଥିଲା ବୋଲି ରାଜଉଦ୍ଧିନ କହିଥିଲେ । ସେହିପରି ମଧୁବନ ଅଞ୍ଚଳରେ ବିଦ୍ୟୁତ ଉପଭୂକ୍ତାମାନଙ୍କ ସହିତ ଲୁଚକାଳି ଖେଳ ଆରମ୍ଭ କରିଦେଇଥିଲା । ଏ ବିଷୟରେ ବିଭାଗର ଅଧିକ୍ଷଣ ଯନ୍ତ୍ରୀ କ୍ଷୀରୋଦ  ବେହେରା ବାରମ୍ବାର ଫିଉଜ ଯିବା ଓ ଫିଉଜ ବାନ୍ଧିବା ଫଳରେ ଏହି ପ୍ରକାର ସମସ୍ୟା ହୋଇଥାଇ ପାରେ ବୋଲି ପ୍ରକାଶ କରିଥିଲେ । ତେବେ ବାରିପଦା ସହରରେ ବିଦୁ୍ୟତ୍ ବିଭାଗର ଏହି ପ୍ରକାରର ଲୁଚକାଳି ଖେଳ ମାଧ୍ୟମରେ ଘନ ଘନ ବିଦ୍ୟୁତକାଟକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ଓ ସରକାର ଏଦିଗରେ ନିଘା ନାହିଁ କି ପଘା ନାହି ନୀତିକୁ ଆପଣେଇ ନେବା ଆଗାମୀ ଦିନରେ ହେବାକୁ ଥିବା ପୌର ନିର୍ବାଚନ ଉପରେ ସିଧାସଳଖ ପ୍ରଭାବ ପକାଇବ ବୋଲି ଜନସାଧାରଣରେ ମତପ୍ରକାଶ ପାଇଛି । 

0
0
0
s2sdefault