ହେଡଲାଇନସ୍:

ଆୟୁଷ ଡାକ୍ତରଙ୍କ ପ୍ରତି ସରକାରଙ୍କ ସାବତ ଆଚରଣ, ସୁବିଧା ସୁଯୋଗ ନହେଲା ନାହିଁ ଶ୍ରେୟ ଟିକେ ତ ମିଳୁ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ବୀମା ସହ ୪ମାସର ଅଗ୍ରୀମ ଦରମା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗରୁ ବଂଚିତ ଆୟୁଷ ଡାକ୍ତର

  • ଅଭିଜ୍ଞତା ଥିବା ଡାକ୍ତରଙ୍କ ପ୍ରତି ଅବହେଳା, ଅନଭିଜ୍ଞଙ୍କୁ ନିଯୁକ୍ତି ଦେଇ ଦରମା ଦିଆଯାଉଛି ଚଢା  

  • ଦାନା ବାନ୍ଧୁଛି ଅସନ୍ତୋଷ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଘେରିଲେ ଆରବିଏସକେ ଆୟୁଷ

ରାଜ୍ୟ ଆରବିଏସକେ ଆୟୁଷ ଡାକ୍ତର ସଂଘ ପକ୍ଷରୁ ଆୟୁଷ ଡାକ୍ତରମାନଙ୍କ ସମସ୍ୟା ସମ୍ପର୍କ ରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶକଙ୍କୁ ଏପ୍ରିଲ ୨୭ରେ ଦିଆଯାଇଥିବା ଦାବିପତ୍ର

ଭୁବନେଶ୍ୱର (ଶାସକ ପ୍ରଶାସକ)  କରୋନା ମୁକାବିଲାରେ ସରକାର ଯେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ସେ କଥା ଏବେ ଦାଣ୍ତରେ ପଡି ହାଟରେ ଗଡୁଛି।କରୋନା ମୁକାବିଲା ଲାଗି ଦୈନିକ ୨୨୦୦ ଟଙ୍କାରେ ଆୟୂଷ ଡାକ୍ତର ନିଯୁକ୍ତ କରି ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧିନରେ କାମ କରୁଥିବା ସମସ୍ତ ଆୟୁଷ ଡାକ୍ତରଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ସରକାର,ପ୍ରାର୍ଥୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆସିବା ପରେ ବଲାଙ୍ଗୀର ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆଜି ବଲାଙ୍ଗୀର ଜିଲ୍ଲା ଆରବିଏସକେ ଆୟୁଷ ଡାକ୍ତର ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ନିଜ ପ୍ରତି ହେଉଥିବା ଅନ୍ୟାୟ ଅବିଚାର ର ନିରପେକ୍ଷ ବିଚାର ସହ ଅନ୍ୟାନ୍ୟ କରୋନା ଯୋଦ୍ଧା ଙ୍କ ପରି ସମାନ ସୁବିଧା ସୁଯୋଗ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ।

ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସରକାର ଘୋଷଣା କରିଥିବା ବୀମା ସହ ୪ମାସର ଅଗ୍ରୀମ ଦରମା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗରୁ ଏମାନଙ୍କୁ ବଂଚିତ ରଖାଯାଇଛି। ଅଭିଜ୍ଞତା ନଥିବା ନୂତନ ଆୟୁଷ ଡାକ୍ତର ମାନଙ୍କୁ ଅତି ଉଚ୍ଚ ହାରର ବେତନ ପ୍ରଦାନ କରି ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧିନରେ କାମ କରୁଥିବା ଚୁକ୍ତିଭିତ୍ତିକ ଡାକ୍ତର ମାନଙ୍କୁ ଅପମାନିତ କରାଯିବା ସହ ବିଭିନ୍ନ କାମରେ ମୌଖିକ ଭାବେ ଆୟୁଷ ଡାକ୍ତର ମାନଙ୍କୁ ନିୟୋଜିତ କରି ପ୍ରଶଂସାକୁ ନିଜ ମୁଣ୍ତ କୁ ନେବାକୁ ଉଦ୍ୟମ କରାଯାଉଛି।

ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଠାରୁ କଣ୍ଟନମେଣ୍ଟ ଜୋନ ଷ୍ଟେସନ ଠାରୁ ଆରମ୍ଭ କରି ପ୍ରବାସୀ ଓଡିଆମାନଙ୍କ ହେଲ୍ଥ ସ୍କ୍ରିନିଂ କରିବା ଆଦି କାମରେ ସରକାରୀ ସୁବିଧା ଉପଲବ୍ଧ କରିଥିବା କର୍ମଚାରୀ ମାନଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରି ଆରବିଏସକେ ଆୟୁଷ ଡାକ୍ତର ମାନଙ୍କୁ ନିୟୋଜିତ କରାଯାଉଥିବା ଅଭିଯୋଗ ହୋଇଛି।

ଆୟୁଷ ଡାକ୍ତରମାନଙ୍କ ପ୍ରତି ହେଉଥିବା ଅବିଚାରର ଗୋଟିଏ ଛୋଟିଆ ଉଦାହରଣ ଦେବା |  ଫନି ର ତାଣ୍ଡବଲୀଳା ପରେ,ପୁରୀ ଜିଲ୍ଲାର ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ, ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବାକୁ, ଗଞ୍ଜାମ ଜିଲ୍ଲା ରେ କାର୍ଯ୍ୟରତ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ୩୨ ଆୟୁଷ ଡାକ୍ତରଙ୍କୁ , ୧୬ ଜଣ ଲେଖାଏଁ ଦୁଇଟି ପର୍ଯ୍ୟାୟରେ ,ପୁରୀ ଜିଲ୍ଲା ର ଚିଲ୍ଲିକା ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଯାଇଥିଲା। ଏହାକୁ ଗଞାମ ଜିଲ୍ଲା ର ତତ୍କାଳୀନ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ,ସମସ୍ତ ଡାକ୍ତର ଙ୍କୁ ଚିଠି କରି ପଠାଇଥିଲେ ,ଏବଂ ଉକ୍ତ ଚିଠି ରେ ଏହା ମଧ୍ୟ ଉଲ୍ଲେଖ ଥିଲା ଯେ ଏହି ଡାକ୍ତର ମାନଙ୍କ ର ରହିବା, ଖାଇବା, ଦୌନିକ ଭତ୍ତା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିଲ୍ଲିକା ନୂଆପଡା ତରଫରୁ ମିଳିବ । କିନ୍ତୁ ବିଡମ୍ବନା ର ବିଷୟ ଏହିକି ଯେ,ଦୈନିକ  ଭତ୍ତା କଣ,ଏମାନଙ୍କ ର ରହିବା, ଖାଇବା ବ୍ୟବସ୍ଥା ବି ଚିଲ୍ଲିକା ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର କତୃପକ୍ଷ ବୁଝିବାରେ ଅସଫଳ ହୋଇଥିଲେ । ଫଳରେ ଚିଲ୍ଲିକା ନୂଆପଡା ପରି  ବିଚ୍ଛିନ୍ନା ଅଞ୍ଚଳ ରେ ଏମାନେ ଖାଇବା କୁ ନପାଇ ଡହଳବିକଳ ହେଉଥିଲେ, ଏବଂ ନିଜର କାର୍ଯ୍ୟ ସାରି, ମେଡିକାଲ ର ବାରଣ୍ଡାରେ ରାତ୍ରି ଯାପନ କରୁଥିଲେ, ଯେଉଁ ଠାରେ ବିଷଧର ସାପ ଏବଂ ବୁଲା କୁକୁରଙ୍କର ପ୍ରାଦୁର୍ଭାବ ଅଧିକ ଥିଲା  । ପରେ ଏ ବିଷୟରେ, ଏହି ଡାକ୍ତର ମାନେ, ପୁରୀ, ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଓଡିଶା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ ମଧ୍ୟ, ଆଜି ଯାଏ କୌଣସି ପ୍ରକାର ର ସୁଫଳ ମିଳିନାହିଁ  ।କେବଳ ଗଞାମ ଜିଲ୍ଲା ତତ୍କାଳୀନ  ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ ପାଣିଗ୍ରାହୀ, ପୁରୀ ଜିଲ୍ଲା ର ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଓଡିଶା ଜାତୀୟ ସ୍ୱାସ୍ଥ୍ୟ ମିଶନ  ର ନିର୍ଦ୍ଦେଶିକା ଙ୍କୁ, ଏ ବିଷୟରେ ରେ ଚିଠି ଲେଖିଥିଲେ ମଧ୍ୟ,କିଛି ସୁଫଳ ମିଳିନାହିଁ।

ବର୍ତ୍ତମାନ କରୋନା ଲଢେଇରେ ବି ପ୍ରାଣକୁ ବାଜି ଲଗେଇ ଅନ୍ୟମାନଙ୍କ ପରି  ଗ୍ରାଉଣ୍ଡ ଜ଼ିରୋରେ କାମ କରୁଛନ୍ତି ଅନେକ ଆୟୁଷ ଡାକ୍ତର | ହେଲେ ସରକାର ଡାକ୍ତର ମାନଙ୍କ ପାଇଁ ଯେଉଁ ବ୍ୟବସ୍ଥା ଘୋଷଣା କଲେ ତାହା ଆୟୁଷ ଡାକ୍ତରଙ୍କ ପାଇଁ ଲାଗୁ ନହେବା ପଛରେ ସରକାରଙ୍କ କି ଉଦ୍ଦେଶ୍ୟ ରହିଛି ତାହା ସରକାରଙ୍କୁ ହିଁ ଜଣା |

ଲଗାତାର ବୈମାତୃକ ଆଚରଣ ଯୋଗୁ ସାରା ରାଜ୍ୟରେ ଆରବିଏସକେ ଆୟୂଷ ଡାକ୍ତର ମାନଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ରେ ଲାଗିଛି ଯାହା କରୋନା ମୁକାବିଲରେ ଏକ ବଡ ସମସ୍ୟା ହୋଇ ଉଭା ହେବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ନପାରେ। ଏଣୁ ସରକାର ସ୍ଥିତି ସମୀକ୍ଷା କରି ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଆୟୁଷ ଡାକ୍ତର ମାନେ ନିବେଦନ କରିଛନ୍ତି।ସୁବିଧା ସୁଯୋଗ ନହେଲା ନାହିଁ ଅନ୍ତତଃ ଶ୍ରେୟ ଟିକେ ତ ତାଙ୍କୁ ମିଳୁ୍।

0
0
0
s2sdefault