ହେଡଲାଇନସ୍:

ବିଦ୍ୟୁତ ଆଘାତରେ ଜଣେ ମୃତ ଓ ଜଣେ ଗୁରୁତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବାଦିକଣ୍ଟା ଗ୍ରାମ ପଞ୍ଚାୟତ ର ଘେସରା ଗ୍ରାମର ଦୁକାଳୁ ବରିହା ଙ୍କର ପୁଅ ବିକାଶ ବରିହା ବିଦ୍ୟୁତ ଖୁଣ୍ଟରୁ ନିଜ ଘରକୁ ଏକ ତାର ସଂଯୋଗ କରି ଟାଣୁଥିବା ସମୟରେ ଅସାବଧାନତା କାରଣରୁ ବିକାଶକୁ କରେଣ୍ଟ ମାରିଥିଲା । ବିକାଶ ସହିତ ସେହି ଗ୍ରାମର ଝସକେତନ ବରିହା ମଧ୍ୟ ବିକାଶକୁ ସହଯୋଗ କରୁଥିଲା । କରେଣ୍ଟ ମାରିବା ପରିବାର ଲୋକେ ଉଭୟଙ୍କୁ ପଦ୍ମପୁର ସରକାରୀ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରଖାନାରେ ଡାକ୍ତର ବିକାଶ କୁ ମୃତ ଘୋଷଣା କରିଥିବା ବେଳେ ଝସକେତନ ର ଅବସ୍ଥା ଗୁରୁତର ଥିବାରୁ ତାକୁ ବୁର୍ଲା ପଠାଇଦେଇଥିଲେ । ପରେ ଡାକ୍ତରଖାନା ତରଫରୁ ଏହି ବିଷୟରେ ଜଗଦଲପୁର ପୋଲିସ କୁ ଖବର ଦିଆଯାଇଥିଲା । ଥାନା ଅଧିକାରୀ ଶ୍ରୀମତୀ ଲଳିମା ଲଳିତା ବାର୍ଳା ଙ୍କର ନିର୍ଦେଶ କ୍ରମେ ASI କେତନ ଧରୁଆ ଅପମୃତ୍ୟୁ ମାମଲା 3 / 20 ରୁଜୁ କରି ଘଟଣାର ତଦନ୍ତ ଜରିରଖିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ବିକାଶ ର ଶବକୁ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଦେଇଛି ।

0
0
0
s2sdefault