ହେଡଲାଇନସ୍:

ବିପୁଳ ପରିମାଣର ରନ୍ଧା ମଦ ଜବତ : ମେଲଛାମୁଣ୍ଡା ପୁଲିସ ପଂଝାରେ ବେଆଇନ ମଦ ବ୍ୟବସାୟୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା(ମନୋଜ ଭୋଇ)-ବର୍ତମାନ ସରକାର ନିଜ ରାଜ୍ୟବାସିଙ୍କୁ କରୋନା ଭୁତାଣୁରୁ ରକ୍ଷା କରିବା ପାଇଁ ଲକଡାଉନ ଘୋଷଣା ସହ ରାଜ୍ୟରେ ଦେଶି ମଦ ବିକ୍ରି ବନ୍ଦ ଘୋଷଣା କରିଛନ୍ତି । ଏହାରି ସୁଯୋଗ ନେଇ କିଛି ଅସାମାଜିକ ବ୍ୟକ୍ତି ବିଶେଷ ଲୁଚା ଛପାରେ ବେଆଇନ ମଦ ପ୍ରସ୍ତୁତ କରି ଚଢା ଦରରେ ବିକ୍ରି କରି ଅପର୍ଯ୍ୟାପ୍ତ ଅର୍ଥ ଆଦାୟରେ ଲାଗି ପଡିଛନ୍ତି । ମେଲଛାମୁଣ୍ଡା ପୁଲିସ ପେଟ୍ରୋଲିଙ୍ଗ ସମୟରେ ପ୍ରତିଦିନ ଏକାଧିକ ମଦ ବେପାରିକୁ ଧରିଚାଲିଥିବା ବେଳେ ମଙ୍ଗଲବାର ଦିନ ବେଳା ଅର୍ତକିତ ଭାବେ ଚଢାଉ କରି ଏକ ବଡ ଧରଣର ମଦ ବେପାରିକୁ କାବୁ କରିବାରେ ସଫଳ ହୋଇଛି । ମଦ ବେପାରି ପାଖରୁ ୧୫୦ଲିଟରରୁ ଉଦ୍ଧ୍ୱର୍ ପରିମାଣର ମଦ ଜବତ କରିବା ସହ ଅଭିଯୁକ୍ତ ଜଣକୁ ଗିରଫ କରି କୋଟ ଚାଲାଣ କରିଛି ।

ଘଟଣାଟି ଅଂଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି । ପୁଲିସ ସୁତ୍ରରୁ ପ୍ରାପ୍ତ ସୂଚନାନୂସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମେଲଛାମୁଣ୍ଡା ଥାନାଭାରପ୍ରାପ୍ତ ଅଧିକାରୀ ସ୍ୱପ୍ନାରାଣୀ ଗୋଛାୟତ ସଦଳବଳ ସହ ପେଟୁପାଲି ଗ୍ରାମର ଧନମଣି ରାଉତିଆଙ୍କ ଘରେ ଚଢାଉ କରିଥିଲେ । ଘର ଭିତରୁ ଚାରୋଟି ବଡ ବଡ ଡେକଚିରେ ଦେଶି ରନ୍ଧା ମଦ ଠାବ କରିବା ସହ ଜବତ କରିଥିଲେ । ମଦ ବ୍ୟବସାୟରେ ଜଡିତ ଥିବା ଧନମଣି ରାଉତକୁ ଘଟଣାସ୍ଥଳରେ କାବୁ କରି ଥାନାକୁ ଜବତ ମଦ ସହ ନେଇ ଆସିଥିଲେ । ଏ ନେଇ ମେଲଛାମୁଣ୍ଡା ଥାନା କେସ ନଂ ୬୪/୨୦ ଦଫା ୫୨(ଓ)ରେ ମାମଲା ରୁଜୁ କରି ଧନମଣିକୁ ଗିରଫ କରି କୋଟ ଚାଲାଣ କରିଛନ୍ତି । ଚଢାଉଟି କୋଭିଡ-୧୯ ପାଇଁ ମାଜିଷ୍ଟ୍ରେଟ  ଦାୟୀତ୍ୱରେ ଥିବା ପଦ୍ମପୁର ଅତିରିକ୍ତ ତହସିଲଦାର ସରିତା ଗୁପ୍ତାଙ୍କ ଉପସ୍ଥିତିରେ ହୋଇଥିବା ବେଳେ, ଏଏସଆଇ ସଂଜିବ ସାନବଡ, କନେଷ୍ଟବଲ ରିନାରାଣୀ ସାହୁ, ବାସୁଦେବ ମେହେର, ହୋମଗାର୍ଡ ନିମେଇ ବାରିକ, ସୁମନ୍ତ ବାରିକ, ସୌକି ବାରିହା ପ୍ରମୁଖ ପୁଲିସ କର୍ମଚାରୀ ଚଢାଉରେ ସାମିଲ ଥିଲେ । ପ୍ରକାଶ ଯୋଗ୍ୟ ଯେ ଏତେ ପରିମାଣର ବେଆଇନ ରନ୍ଧା ମଦ ପ୍ରସ୍ତୁତ କରି ବିକ୍ରି କରିବା ଜଣେ ଲୋକ ପକ୍ଷେ ସମ୍ବବ ନୁହେଁ । ଏଥିରେ ନିଶ୍ଚିତ ଭାବେ ଅନେକ ଅସାମାଜିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ବୁଦ୍ଧିଜିବି ମହଳରେ ଚର୍ଚ୍ଚା ହେଉଛି । ମେଲଛାମୁଣ୍ଡା ପୁଲିସ ଅଧିକ ତଦନ୍ତକରି ମଦ ବ୍ୟବସାୟରେ ସଂପୃକ୍ତଥିବା ବ୍ୟକ୍ତି ବିଶେଷଙ୍କୁ ଗିରଫ କରିବା ପାଇଁ ଜନସାଧାରଣରେ ଦାବି ହେଉଛି ।  

0
0
0
s2sdefault