ହେଡଲାଇନସ୍:

"ଲଘୁଚାପ : କାଲି ସୁଦ୍ଧା ହେବ ଘନୀଭୂତ , ୧୬ ସୁଦ୍ଧା ନେବ ଅବପାତ ରୂପ" 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା କାଲି ସୁଦ୍ଧା ଏକ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଦେଖାଦେଇଥିବା ବେଳେ ମେ ୧୬ ତାରିଖ ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହୋଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି । ଯଦିଓ ଏହି ଲଘୁଚାପ ଆସନ୍ତା କାଲି ସୁଦ୍ଧା ଦାନା ବାନ୍ଧିବାର ସମ୍ଭାବନା ରହିଛି ତେବେ ଓଡ଼ିଶା ଓ ଏହାର ପଡେ଼ାଶୀ ରାଜ୍ୟ ଗୁଡିକରେ ହାଇ ନର୍ଥ ୱେଷ୍ଟରଲି ଅପର ଆଟମୋସଫେରିକ ଉଇଣ୍ଡର ପ୍ରଭାବ ଯୋଗୁ ଏହାର ଘନୀଭୂତ ହେବା ପ୍ରକ୍ରିୟା  ସମୟ ସାପେକ୍ଷ ହେବ ବୋଲି ସି.ଇ.ସିର ନିର୍ଦ୍ଦେଶକ  ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ।

 ତାମିଲନାଡୁ ଉପକୂଳରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଥିବାବେଳେ ମେ ୧୬ ତାରିଖ ରାତିରୁ ଏହି ପ୍ରକ୍ରିୟା  ତୀବ୍ର ହେବ ବୋଲି ସେ କହିଛନ୍ତି । ତେବେ ଏ ନେଇ ସ୍ପଷ୍ଟ ଚିତ୍ର ମେ ୧୫ ତାରିଖ ସୁଦ୍ଧା ଜଣାପଡ଼ିବ ବୋଲି ସେ କହିଛନ୍ତି ।  ବଙ୍ଗୋପସାଗରରେ ଏହା ଘନୀଭୂତ ହେଉଥିବା ବେଳେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ମେ ୧୯ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ଜାରି ରହିବ ଏବଂ ମେ ୧୯ କିମ୍ବା ୨୦ ତାରିଖ ବେଳକୁ ଏହା ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳର ନିକଟବର୍ତୀ ହେବ ବୋଲି ଜଣାପଡ଼ିଛି । ଏହି ଅବପାତ ଘୂର୍ଣ୍ଣିଝଡରେ ପରିଣତ ହେବାର ସମ୍ଭାବନାକୁ ମଧ୍ୟ ଏଡାଇ ହେବ ନାହିଁ ବୋଲି ସେ କହିଛନ୍ତି । କାରଣ ଘୂର୍ଣ୍ଣିଝଡ ସୃଷ୍ଟି ହେବା ନିମନ୍ତେ ଆବଶ୍ୟକୀୟ ପରିବେଶ ଓ ସମୁଦ୍ର ପୃଷ୍ଠାରେ  ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ ରହିଥିବାରୁ ଏହିର ସମ୍ଭାବନା ଦୃଢ଼ିଭୂତ ହୋଇଛି ।  ସେହିପରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆସନ୍ତା ୨୪ ଘଂଟା ମଧ୍ୟରେ କାଳବୈଶାଖୀର ସମ୍ଭାବନା ରହିଥିବା ଡ. ସାହୁ କହିଛନ୍ତି । ତେବେ ଦିନର ତାପମାତ୍ରା ୩୫ ରୁ ୪୦ ଡ଼ିଗ୍ରୀ ରହିବାର ସମ୍ଭାବନା ଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ମେ ୧୮ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୂଇଁପାରେ ବୋଲି ଜଣାପଡ଼ିଛି । ମେ ୧୬ ତାରିଖ ପରେ ରାଜ୍ୟରେ ଅସ୍ୱସ୍ତିକର ପାଣିପାଗ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ମେ ୧୮ ରୁ ୨୦ ମଧ୍ୟରେ ଉପକୂଳ ଜିଲ୍ଲା ଗୁଡିକରେ ବର୍ଷା ଜାରି ରହିପାରେ ବୋଲି ସେ କହିଛନ୍ତି ।

0
0
0
s2sdefault