ହେଡଲାଇନସ୍:

ରାଜବୋଡାସମ୍ବର ମିଳିତ ଶିକ୍ଷକ ସଂଘ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦେଲା 6, 66, 850 ଟଙ୍କା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବର୍ତ୍ତମାନ ସାରା ବିଶ୍ୱ କୋବିଡ଼ 19 ର କବଜାରେ । ଯାହାଫଳରେ ବର୍ତ୍ତମାନ ସାରା ବିଶ୍ୱରେ କୋରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି । ଆମ ସରକାର ଏହି ମହାମାରୀ କୁ ରୋକିବା ପାଇଁ ଅନେକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ  ସମସ୍ତ ଜନ ସାଧାରଣଙ୍କୁ ଏହି ଲଢେଇରେ ସାମିଲ ହେଇ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ନିଜର ସହଯୋଗ ପ୍ରଦାନ କରିବାକୁ  କରିଥିବା ନିବେଦନ କ୍ରମେ ପଦ୍ମପୁର ଉପଖଣ୍ଡର ଅନେକ ବ୍ୟକ୍ତି ତଥା ଅନୁଷ୍ଠାନ ନିଜର ସାଧ୍ୟ ମତେ ମୁଖ୍ୟମନ୍ତ୍ରୀଙ୍କର ରିଲିଫ ଫଣ୍ଡ କୁ ନିଜର ସହାୟତା ପ୍ରଦାନ କରି ଆସୁଛନ୍ତି । 

ଏହି ପରିପ୍ରେକ୍ଷୀରେ  ମୁଖ୍ୟମନ୍ତ୍ରୀଙ୍କର ଅନୁରୋଧ କ୍ରମେ ଉପଖଣ୍ଡର ବିଭିନ୍ନ ବ୍ଲକ ର ଶିକ୍ଷକ ସଂଘ ମୁଖ୍ୟମନ୍ତ୍ରୀଙ୍କର ରିଲିଫ ଫଣ୍ଡରେ ନିଜର ଯୋଗଦାନ ଦେଇଛନ୍ତି । ପ୍ରଥମେ ସୋହେଲା , ଗାଇସିଲେଟ ଓ ଆଜି ପଦ୍ମପୁର ମିଳିତ ପ୍ରାଥମିକ ଶିକ୍ଷକ ସଂଘ । ଆଜି ରାଜବୋଡାସମ୍ବର ମିଳିତ ଶିକ୍ଷକ ସଂଘର କର୍ମକର୍ତ୍ତା ମାନେ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ଙ୍କର ରିଲିଫ ଫଣ୍ଡ କୁ ଛଅ ଲକ୍ଷ ଛସଠି ହଜାର ଆଠ ଶହ ପଚାଶ ( 6, 66, 850 )ଟଙ୍କାର ଚେକ ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ । ସମାଜ ପ୍ରତି ସବୁ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କ  ଉତ୍ତରଦାୟିତ୍ୱ ସୁଚାରୁ ରୁପେ ନିର୍ବାହ କରିଥିବା ବେଳେ ଏହି ମହାମାରୀ ସମୟରେ ସ୍ବତ ପ୍ରବୃତ୍ତ ଭାବରେ ସମାଜର ମଙ୍ଗଳ ପାଇଁ ଶିକ୍ଷକ ସମାଜର ଏହି ମହତ ଅବଦାନ ସମସ୍ତ ସମାଜ ପାଇଁ ପ୍ରେରଣାଦାୟୀ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

0
0
0
s2sdefault