ହେଡଲାଇନସ୍:

କୋଉଟା ସତ : ସିଡିଏମଓ କହୁଛନ୍ତି ଆମ୍ବୁଲାନ୍ସ, ହେଲେ ବାହାନ ଆପ କହୁଛି ସେଟା ବାଇକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସମ୍ କୋଭିଡ ହସ୍ପିଟାଲକୁ ବାଇକରେ ଗଲେ ନା ଆମ୍ବୁଲାନସରେ ଗଲେ କରୋନା ଆକ୍ରାନ୍ତ !

ଭୁବନେଶ୍ୱର / ବୌଦ୍ଧ (ଶାସକ ପ୍ରଶାସକ):- ଗତକାଲି ବୌଦ୍ଧଜିଲ୍ଲାରେ ୩ଜଣଙ୍କ କରୋନା ପୋଜିଟିଭ ରିପୋର୍ଟ ବାହାରିଥିଲା । ଆକ୍ରାନ୍ତମାନେ ଥିବା ଜଗତି କ୍ୱାରେଣ୍ଟାଇନ ସେଣ୍ଟରର ସୁରକ୍ଷା ବ୍ୟବସ୍ଥା ବଢାଯିବା ସହ ୩ ଆକ୍ରାନ୍ତଙ୍କୁ ଭୁବନେଶ୍ୱରସ୍ଥିତ ସମ୍ କୋଭିଡ ହସ୍ପିଟାଲକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା । ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲକ୍ଷ୍ମୀଧର ସାହୁ ରୋଗୀମାନଙ୍କୁ ରେଫର କରିଥିଲେ ସମ୍ ହସପିଟାଲର ଅଧୀକ୍ଷକଙ୍କ ନିକଟକୁ ଅଧିକ ଚିକିତ୍ସା ପାଇଁ । ସେହି ଚିଠି ଯେଉଁଥିରେ କି ଉଲ୍ଲେଖ ଥିଲା ଆମ୍ବୁଲାନ୍ସ ଗାଡି ନଂ ଓଡି-୧୫ଏମ୫୨୬୨ରେ ରୋଗୀମାନେ ଯାଉଥିବାର ସୂଚନା । ସେହି ଆମ୍ବୁଲାନସ ଗାଡିକୁ ପୋଲିସ ଏସକର୍ଟରେ ନେବାପାଇଁ ବୌଦ୍ଧ ଏସପିଙ୍କୁ ମଧ୍ୟ ନକଲ ଦେଇଛନ୍ତି ।

ସୂଚନା ଓ ପ୍ରଯୁକ୍ତିର ପ୍ରସାର ପରେ କେଉଁକଥା କାହାକୁ ଅଛପା ବୋଲି କିଛିନାହିଁ । ଲୋକେ ମୋବାଇଲ ସାହାଯ୍ୟରେ ଆମ୍ବୁଲାନ୍ସ ନମ୍ବରକୁ ସର୍ଚ୍ଚକଲେ ବାହାରୁଚି ବାଇକ ବାହାନ ଗାଡି  ବୋଲି । ଯେଉଁ ଗାଡିରେ ୩ଜଣ ରୋଗୀ ଓ ସ୍ୱାସ୍ଥ୍ୟ ସହାୟକମାନେ ଯାଇଛନ୍ତି ଅର୍ଥାତ ସିଡିଏମଓ ବୌଦ୍ଧଙ୍କ ଚିଠି ଅନୁଯାୟୀ ଗାଡି ନଂ ଓଡି ୧୫ ଏମ୍‌୫୨୬୨ ହେଉଛି ଏକ ବାଇକ (ପ୍ଲାଟିନା-୧୦୦)ର ପଞ୍ଜିକରଣ ନମ୍ବର ଅଟେ । ବାହାନ ପୋର୍ଟାଲର ରିପୋର୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗର ତ୍ରୁଟି ଓ ଅପାରଗତାକୁ ନେଇ ଲୋକେ ମନ୍ତବ୍ୟ ଦେବାରେ ଲାଗିଛନ୍ତି ।

ସିଡିଏମଓଙ୍କ କାର୍ଯ୍ୟାଳୟରେ ଯେଉଁ ଅଧିକାରୀମାନେ ଚିଠି ପ୍ରସ୍ତୁତ କରିଛନ୍ତି କାର୍ଯ୍ୟକରିବାରେ ସେମାନଙ୍କର ପାରଦର୍ଶିତା ଉପରେ ଏୂବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଦେଶରେ କରୋନାଭଳି ମହାମାରୀ ବ୍ୟାପିଥିବାବେଳେ ସିଡିଏମଓ ଆଖିବୁଜି ସ୍ୱାକ୍ଷର କରିବା ତାଙ୍କର ଖାମଖିଆଲି ମନୋଭାବକୁ ସ୍ପଷ୍ଟ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

 ଚିଠିରେ ଆମ୍ବୁଲାନସ ନମ୍ବର ବଦଳରେ ଏକ ବାଇକ ନମ୍ବର ପଡିଥିବା ଘଟଣାକୁ ନେଇ କରୋନା କାମରେ ନିୟୋଜିତ ସରକାରୀ ଅଧିକାରୀ ମାନଙ୍କର ନିଷ୍ଠା, ଆଗ୍ରହ ଓ ପାରଦର୍ଶିତାକୁ ଜନସାଧାରଣରେ ଭିନ୍ନଭିନ୍ନ ଆଲୋଚନାର ଖୋରାକ ଯୋଗାଇଛି ।

 

0
0
0
s2sdefault