ହେଡଲାଇନସ୍:

ପୋଲିସ୍ ପ୍ରଶାସନ ତରଫରୁ କରୋନା ସମ୍ପର୍କତ ସଚେତନତା ଓ ମାସ୍କ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାତୃ ଦିବସ ଅବସରରେ ଗଜପତି ପୋଲିସ୍ ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ସହରର ଲକ୍ଷ୍ମୀନଗର ଅଞ୍ଚଳରେ କରୋନା ଓ ଲକ୍ ଡାଉନ୍ ଉପରେ ସଚେତନ କରାଯିବା ସହ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

 ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା  ଯୋଗଦେଇ ଅଞ୍ଚଳବାସୀଙ୍କୁ ସବୁବେଳେ ମାସ୍କ ବ୍ୟବହାର କରିବା , ଜରୁରୀ କାମ ନ ଥିଲେ ବାହାରକୁ ନ  ବାହାରିବା , ସାମାଜିକ ଦୂରତା ଏକ ମିଟର ବାଧ୍ୟତା ମୂଳକ ଭାବେ ବଜାୟ ରଖିବା , ଘରକୁ କି ଆଖପାଖ ପଡୋଶୀ ଘରକୁ କେହି ନୂଆ ଲୋକ ଆସିଲେ  ପୋଲିସ କି ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେବା , ଏହି ପରିସ୍ଥିତିରେ ଦେଶ ତଥା  ସରକାରୀ ନିୟମ-କାନୁନକୁ ମାନି ଚଳିବା ପ୍ରଭୃତି ଉପରେ ସଚେତନ କରାଇଥିଲେ । 

 ପୋଲିସ ପ୍ରଶାସନ ପକ୍ଷରୁ ଛତା ଦ୍ୱାରା ମଧ୍ୟ ଲୋକଙ୍କୁ ସାମାଜିକ ଦୂରତା କିଭଳି ହୋଇଥାଏ ଏବଂ ଏହା ଦ୍ବାରା ଗ୍ରୀଷ୍ମ-ପ୍ରବାହରୁ କିଭଳି ମୁକ୍ତି ମିଳିଥାଏ , ତାହା  ଏସପି.ସାରା ଶର୍ମା ବୁଝାଇଥିଲେ ।  ଅନ୍ୟପକ୍ଷରେ , ମାତୃ ଦିବସ ଭଳି ପବିତ୍ର ଦିନରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ମାଆ ମାନଙ୍କ ଦ୍ୱାରା ଆମକୁ ଆଶୀର୍ବାଦ ଓ ଶୁଭେଚ୍ଛା ମିଳିଲା , ଯାହା ଫଳରେ ଆମେ ଆମର ଡ୍ୟୁଟିକୁ ଆଗାମୀ ଦିନରେ ଆହୁରି ଆଗକୁ ବଢ଼ାଇବା ଦିଗରେ ଏକ  ବଡ଼ ପ୍ରେରଣା ପାଇଲୁ ବୋଲି ଏସପି.ଶର୍ମା  କହିଥିଲେ ।

ଏହି ଅବସରରେ ଲକ୍ଷ୍ମୀନଗର ଅଞ୍ଚଳବାସୀ ଏସପି:-ମେଡମ  ସାରା ଶର୍ମା ଏବଂ ପାରଳାଖେମୁଣ୍ଡି ଆଦର୍ଶ ଥାନାଧିକାରୀ ଶ୍ରୀ ବିବେକାନନ୍ଦ ସ୍ବାଇଁଙ୍କୁ , ତାଙ୍କ ତଥା ଉଭୟଙ୍କ ସମୟପଯୋଗୀ ଦାୟିତ୍ୱ ସମ୍ପନ୍ନ କର୍ତ୍ତବ୍ୟ ନିଷ୍ଠା ନେତୃତ୍ୱ ଯୋଗୁଁ ଆଜି ସମଗ୍ର ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାଞ୍ଚଳ କରୋନା ମୁକ୍ତ ଭାବେ ରହି ଆସିଥିବା ପରିପ୍ରେକ୍ଷୀରେ ଉଭୟଙ୍କୁ କରୋନା ବିରୋଧୀ ଯୁଦ୍ଧର ମୁଖ୍ୟ ଭାବେ ସମ୍ମାନିତ କରାଯାଇଥିଲା । ଏହି କରୋନା ସଚେତନତା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ପୋଲିସ ଓ ଜନସାଧାରଣ ଉପସ୍ଥିତ ଥିଲେ ।

 

0
0
0
s2sdefault