ହେଡଲାଇନସ୍:

Breaking - ଆଖି ବୁଜିଦେଲେ ରୁଷି କାପୁର  : ଅମିତାଭ କହିଲେ " I am destroyed !"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ରିଷି କପୁରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ମୁମ୍ବାଇ /ଏସପିବି : କର୍କଟ ସହ ଦୁଇ ବର୍ଷର ଲଢେଇରେ ଶେଷରେ ହାରିଯାଇଛନ୍ତି ପ୍ରଖ୍ୟାତ ଅଭିନେତା ରୁଷି କାପୁର | ରିଲୟାନସ ହସ୍ପିଟାଲ ଠାରେ ସେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡିଯାଇଛି | ତାଙ୍କୁ ୬୭ ବର୍ଷ ହୋଇଥିଲା | ମୃତୁ ଶଯ୍ୟା  ନିକଟରେ ତାଙ୍କ ପତ୍ନୀ ଅଭିନେତ୍ରୀ ନିତୁ ସିଂ ଉପସ୍ଥିତ ଥିଲେ | ରୁଷି କାପୁରଙ୍କ ଦେହାନ୍ତ ବିଷୟରେ ପ୍ରଥମେ ସୁପରଷ୍ଟାର ଅମିତାଭ ବଚନ ଉଲ୍ଲେଖ କରିଛନ୍ତି ସେ ତାଙ୍କ ଟୁଇଟରରେ ଉଲ୍ଲେଖ କରିଛନ୍ତି ଯେ . “He’s GONE .. ! Rishi Kapoor .. gone .. just passed away .. I am destroyed !”  ବରିଷ୍ଠ ଅଭିନେତା ରିଷି କପୁରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି  । “ବହୁମୁଖୀ, ସ୍ନେହମୟ ଏବଂ ଜୀବନ୍ତ ... ଏମିତି ଥିଲେ ରିଷି କପୁର ମହାଶୟ । ସେ ଥିଲେ ପ୍ରତିଭାର ଗନ୍ତାଘର । ସୋସିଆଲ ମିଡିଆରେ ଆମର ପାରସ୍ପରିକ କଥାବାର୍ତ୍ତାକୁ ମୁଁ ସବୁବେଳେ ମନେପକାଇବି । ସେ ଚଳଚ୍ଚିତ୍ର ଏବଂ ଭାରତର ପ୍ରଗତି ନେଇ ଆଗ୍ରହୀ ଥିଲେ । ତାଙ୍କ ଦେହାନ୍ତରେ ମୁଁ ମର୍ମାହତ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଋଷିଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବା ବିଷୟରେ ଗତକାଲି ସନ୍ଧ୍ୟାରେ ତାଙ୍କ ବଡ ଭାଇ ରଣଧୀର କାପୁର ସ୍ପଷ୍ଟ କରିଥିଲେ | ହେଲେ ଆଜି ସକାଳେ ତାଙ୍କ ଦେହାନ୍ତ ବିଷୟରେ ଖବର ଅମିତାଭଙ୍କ ପୋଷ୍ଟରୁ ସ୍ପଷ୍ଟ ହୋଇଥିଲା | ୨୦୧୮ ମସିହାରେ ଋଷିଙ୍କ ଦେହରେ ଚିହ୍ନଟ ହୋଇଥିଲା କ୍ୟାନ୍ସର | ସେଥିପାଇଁ ଏ ନ୍ୟୁୟର୍କରେ ପାଖାପାଖି ଏକବର୍ଷ କାଳ ଚିକିତ୍ସା ବି ନେଇଥିଲେ |  ୨୦୧୯ରେ   ସେପ୍ଟେମ୍ବରରେ ସେ ସୁସ୍ଥ ହୋଇ  ଭାରତ ଫେରିଥିଲେ | ତାପରେ ବି ଭାରତରେ ସେ ଫେବୃୟାରୀରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | 

ଅଭିନୟ ବାଦଶାହ ରାଜ କପୁରଙ୍କ ଦ୍ଵିତୀୟ ସନ୍ତାନ ରୁଷି ଶ୍ରୀ ୪୨୦ ଓ ମେରା ନାଁ ଜୋକରରେ ଶିଶୁ ଅଭିନେତା ଭାବେ ଅଭିନୟ ଜଗତରେ ପାଦ ଥାପିଥିବା ବେଳେ ୧୯୭୩ ମସିହାରେ "ବବି " ସିନେମାରେ ଡିମ୍ପଲ କାପଡ଼ିଆଙ୍କ ସହ ନାୟକ ଭାବେ ଦମଦାର  ପ୍ରବେଶ  କରିଥିଲେ | ଅମର ଆକବର ଆନ୍ଥୋନୀ, ଲଇଲା ମଜନୁ, ରଫୁ ଚକ୍କର, ସରଗମ, କର୍ଜ଼,  ବୋଲ ରାଧା ବୋଲ ଆଦି ଅନେକ ସଫଳ ସିନେମା କରି ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର  ସ୍ଥାନ ହାସଲ କରିଥିବା ଋଷି ପରବର୍ତ୍ତୀ ସମୟରେ କାପୁର ଆଣ୍ଡ ସନସ,  ଡି - ଡେ,  ମୁଲକ , ୧୦୨-ନଟ ଆଉଟ ଆଦି ସିନେମାରେ ଅଭିନୟ କରିଥିଲେ | ଋଷିଙ୍କ ଶେଷ ସିନେମା ଥିଲା ଇମ୍ରାନ ହାସମୀଙ୍କ ଦି ବଡ଼ି | ଦୀପିକା ପାଦୁକନଙ୍କ ସହ ସେ ଆଉ ଏକ ସିନେମା ଦି ଈଂଟର୍ନ ରେ ଅଭିନୟ କରିବା ପାଉ ଚୁକ୍ତି ବଦ୍ଧ ହୋଇଥିଲେ |

ଋଷିଙ୍କ ଦେହାନ୍ତରେ ବଲିଉଡ ତଥା କଳା ଜଗତରେ ଶୋକର ଛାୟା ଖେଳିଯାଇଛି | <

0
0
0
s2sdefault