ହେଡଲାଇନସ୍:

ବ୍ଲକ ପ୍ରଶାସନ ଆଗରେ ଟଣା ଓଟରା :  ଷ୍ଟେଟମେଣ୍ଟ କପି ଫାଡ଼ିଲେ ସେଲସମ୍ୟାନ ନିରଞ୍ଜନ ସାହୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବଲାଙ୍ଗୀର /ନିରୋଜ ମିଶ୍ର : ବଲାଙ୍ଗୀର ପୁଇଁତଲା ବ୍ଲକ ଅନ୍ତର୍ଗତ ମହିମୁଣ୍ଡା ଗ୍ରାମ ପଞ୍ଚାୟତ ରେ ପିଡ଼ିଏସ ଚାଉଳ ବଣ୍ଟନରେ ମହାଦୁର୍ନିତ୍ତି ହୋଇଥିବା ଗତ ୨୫ତାରିଖ ରେ ମହିମୁଣ୍ଡା ସମୂହ ଗ୍ରାମବାସୀଙ୍କ ଅଭିଯୋଗ ପରେ ଗ୍ରାମର ସରପଞ୍ଚ ଏହାର ସତ୍ୟା ସତ୍ୟ ପାଇଁ ଅନ ଲାଇନ ରେ ପିଡ଼ିଏସ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ବିବରଣୀ ବାହାରକରିଥିଲେ। ଯାହା ପିଡ଼ିଏସ ଚାଉଳ ଦୁର୍ନିତ୍ତି ର ଘଟଣା ସାମ୍ନା କୁ ଆସିଥିଲା।ଯେଉଁଥିରେ ଦୀର୍ଘ ଦୁଇ ଅଢେ଼ଇ ବର୍ଷରୁ ଚାଉଳ ଦୁର୍ନିତ୍ତି ହୋଇଆସୁଥିବା ବିଷୟ ପଦା କୁ ଆସିଥିଲା।୩୫କେଜି ଦିଆହେବାକୁ ଥିବା ଅନ୍ତଦ୍ୱୟ ହିତାଧିକାରୀଙ୍କୁ ବିଗତ ବର୍ଷରୁ ୫ କେଜି ଦେଇଆସୁଛନ୍ତି,ସେହିପରି ୪୦କେଜି ପାଉଥିବା  ଏନ,ଏସ,ଏଚ,ହିତାଧିକାରୀ ବିଗତ ବର୍ଷରୁ କିଏ ୨୦କେଜି ତ କିଏ ୨୫କେଜି ପାଇଆସୁଛନ୍ତି। ଅନ୍ୟପଟେ କାର୍ଡ଼ ପିଡ଼ିଏସ କାର୍ଡ଼ ଥାଇ ମଧ୍ୟ ହିତାଧିକାରୀ ଏପ୍ରଯନ୍ତ ଚାଉଳ ପାଇପାରୁନାହାନ୍ତି।ଅନ୍ୟପଟେ ଜାଳି ପିଡ଼ିଏସ କାର୍ଡ଼ ମଧ୍ୟ ବଣ୍ଟନ ହୋଇ ଚାଉଳ ପ୍ରତିମାସ ଉଠୁଥିବା ଭଳି ପ୍ରସଙ୍ଗ ଏବେ ସାମ୍ନା କୁ ଆସିଛି।ଯାହାର ସତ୍ୟା ସତ୍ୟ ପାଇଁ ବଲାଙ୍ଗୀର ବ୍ଲକ ଅଧିକାରୀ ଙ୍କ ନିର୍ଦେଶ ରେ ଏ,ବି,ଡ଼ି,ଓ, ଉପେନ୍ଦ୍ର ମାଝୀ   ଏବଂ ଯୋଗାଣ ଅଧିକାରୀ ପ୍ରଶାନ୍ତ ପ୍ରଧାନ ମହିମୁଣ୍ଡା ଗ୍ରାମ ପଞ୍ଚାୟତରେ ତଦନ୍ତ ପାଇଁ ଯାଇଥିବା ବେଳେ ସେଠିକାର ଚିତ୍ର ଥିଲା ଭିର୍ଣ ପ୍ରକାର ଯାହା ସି,ସି, ଟିଭି, ଫୁଟେଜରେ ସମ୍ପୂର୍ଣ୍ଣ ଚିତ୍ର ବର୍ଣ୍ଣିତ ହୋଇରହିଛି। ସୂଚନା ଅନୁସାରେ ବଲାଙ୍ଗୀର ବ୍ଲକ ର ଏ,ବି,ଡ଼ି,ଓ, ଯୋଗାଣ ଅଧିକାରୀ ମହିମୁଣ୍ଡା ଗ୍ରାମପଂଚାୟତ ର ଇ,ଓ ଯୁଗଳ କିଶୋର ମେହେର,ଗ୍ରାମର ସରପଞ୍ଚ ଅନନ୍ତ ନାରାୟଣ ପଧାନ,ଏବଂ ପିଡ଼ିଏସ ବଣ୍ଟନ ଦାୟିତ୍ୱରେ ଥିବା ସେଲସମେନ ନିରଞ୍ଜନ ସାହୁଙ୍କୁ ନିଜ ନିଜ ଷ୍ଟେଟମେଣ୍ଟ ଲେଖିଦେବାକୁ ନିର୍ଦେଶ କରିଥିଲେ। ଯାହା ସରପଞ୍ଚ ଓ ଇ.ଓ.ଦେବା ପରେ ସେଲସମେନ ନିରଞ୍ଜନ ସାହୁ ବ୍ଲକ ଏବିଡ଼ିଓ ଉପେନ୍ଦ୍ର ମାଝୀକୁ ହସ୍ତାନ୍ତର ପରେ ପୁଣି ଦେଇଥିବା ଷ୍ଟେଟମେଣ୍ଟକୁ ଜୋରଜବରଦସ୍ତି ଠେଲାପେଲା କରି ଘିଛିନେଇ ଚିରି ଚୋବାଇ ଖାଇଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି |   

ପୁଇଁତଲା ବ୍ଲକ ର ପାଞ୍ଚ ଖଣ୍ଡ ଗ୍ରାମକୁ ନେଇ ୫୦୦୦ରୁ ଉର୍ଦ୍ଧ୍ୱ ଲୋକେ ବସବାସ କରନ୍ତି ମହିମୁଣ୍ଡା ଗ୍ରାମ ପଞ୍ଚାୟତ ରେ।ତେବେ ଏମାନେ ପ୍ରାୟ ସମସ୍ତେ ଦିନ ମଜୁରିଆ ଖଟିଖିଆ ଭାବେ ନିଜ ଜୀବନ ନିର୍ବାହ କରିଥାନ୍ତି।ଯାହା ଏବେ ମହାମାରୀ କରୋନା ଭୁତାଣୁର ମୁକାବିଲା ପାଇଁ ଉଭୟ ସରକାର ଜନ ହିତ ପାଇଁ ଲକ  ଡାଉନ ଭଳି ପଦକ୍ଷେପ ନେଇ ସମସ୍ତ ଦେଶବାସୀଙ୍କୁ ସମ୍ପୂର୍ଣ ଭାବେ ଘରେ ରହିବା ପାଇଁ ନିର୍ଦେଶ ଦେଇଛନ୍ତି।ଏବଂ ଭୁକ ମରି ଭଳି ପରିସ୍ଥିତି ଦେଖା ନ ଯାଉ ଏବଂ ଲଗ ଡାଉନ କୁ ସମ୍ପୂର୍ଣ୍ଣ ମାତ୍ରାରେ ସହଯୋଗ ପାଇଁ କାର୍ଡ଼ ହିତାଧିକାରୀଙ୍କ ଖାଦ୍ୟପେୟ ର ଧ୍ୟାନ ଦେଇଛନ୍ତି। ପିଡ଼ିଏସ ଚାଉଳ ମାଧ୍ୟମରେ।ଅନ୍ୟପଟେ ରାଜ୍ୟ ସରକାର ଖଟିଖିଆ ମଜୁରିଆ ତଥା ପିଡ଼ିଏସ ହିତାଧିକାରୀଙ୍କ ପାଇଁ ୧୦୦୦ଟଙ୍କା ଏବଂ ଜଣ ପ୍ରତି ୫କେଜି ଆକାରରେ ଚାଉଳ ପଞ୍ଚାୟତ ମାନଙ୍କୁ ବଣ୍ଟନ ଭଳି ସୁବନ୍ଦୋବସ୍ତ କରିଆସୁଛନ୍ତି । ଯାହା ଏବେ କାର୍ଡ଼ ହିତାଧିକାରୀ ଚାଉଳ ବଣ୍ଟନ କର୍ମଚାରୀଙ୍କ ଅନିୟମିତତା ତଥା ମହାଦୁର୍ନୀତି ରେ ଛନ୍ଦି ହୋଇ  କାଳାତିପାତ କରିଆସୁଛନ୍ତି ଦୀର୍ଘ ବର୍ଷରୁ।ଯାହା ଏବେ ରାଜ୍ୟସରକାରଙ୍କ ୧୦୦୦ଟଙ୍କା ବଣ୍ଟନରେ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ତାଲିକା ପରେ ମହା ଦୁର୍ନୀତିର ପର୍ଦାଫାସ ହୋଇଛି। ଏବଂ ମହିମୁଣ୍ଡା ସେଲସମେନ ନିରଞ୍ଜନ ସାହୁ  ପ୍ରଶାସନ ଆଗରେ ଷ୍ଟେଟମେଣ୍ଟ ଲୁଟି ଫାଡ଼ି ଖାଇବା ଚିତ୍ରପ୍ରମାଣିତ କରିଛି ଯେ ଦୁର୍ନିତ୍ତୀ କରିବା ପାଇଁ ଏହି କର୍ମଚାରୀ ମାନେ ଯେ କୌଣସି ପ୍ରକାର ପଦକ୍ଷେପ ବି ନେଇ ପାରନ୍ତି। ନାଁ ଏମାନେ ଗରିବ ଙ୍କ ପ୍ରତି ଦୟା ପାତ୍ର ହେଉଛନ୍ତି।ନାଁ ଏମାନଙ୍କୁ ପ୍ରଶାସନ ର ଡର ଅଛି। କେବଳ ଅନ୍ୟାୟ ଅତ୍ୟାଚାର ତଥା ଶୋଷଣ କରିବା ପାଇଁ ସଦାସର୍ବଦା ନିଜ ପଦପଦବୀ ର ଦୂରଉପଯୋଗ କରିଆସୁଛନ୍ତି।ଏଥିରେ ହନ୍ତସନ୍ତ ହେଉଛନ୍ତି।ସାଧାରଣ ଜନତା ଖଟିଖିଆ ଦିନମଜୁରିଆ। ଯାହା ଏବେ ଚର୍ଚ୍ଚା ର ବିଷୟ ସାଜିଛି।ତାହାପୁଣି ଏବେଠୁଁ ନୁହଁ ଦୀର୍ଘ ୨ରୁ ଅଢେଇ ବର୍ଷ ରୁ ଏହିପରି କାର୍ଡ଼ ହିତାଧିକାରୀ ହନ୍ତସନ୍ତ ହୋଇଆସୁଛନ୍ତି।

ମହିମୁଣ୍ଡା ପଞ୍ଚାୟତରେ ଦୀର୍ଘ ବର୍ଷରୁ କାର୍ଡ଼ ହିତାଧିକାରୀଙ୍କ କାର୍ଡ଼ ରୁ ନାଁ କଟିବା ସତ୍ତ୍ୱେ କଟିଥିବା ହିତାଧିକାରୀଙ୍କ ନାଁ ରେ ୨ବର୍ଷ ରୁ ଚାଉଳ ଉଠାଣ ହୋଇଆସୁଛି।ସମାନ ଭାବରେ ଭର୍ତ୍ତା ବଣ୍ଟନ ରେ ମଧ୍ୟ ଅନିୟମିତତା କରୁଛନ୍ତି ଗ୍ରାମପଞ୍ଚାୟତ ର କର୍ମଚାରୀ ।ଯେଉଁଥିରେ ପଞ୍ଚାୟତ ଚାଉଳ ବଣ୍ଟନ ବିଭାଗରେ ଥିବା ସେଲସ ମେନ ନିରଞ୍ଜନ ସାହୁ,ଏବଂ ପଞ୍ଚାୟତ ଇ,ଓ, ଫିଲଡ଼ ଅଫିସର ଯୁଗଳ କିଶୋର ମେହେରଙ୍କ ବିରୁଦ୍ଧରେ ପିଡ଼ିଏସ ଚାଉଳ ଦୁର୍ନୀତି ହୋଇଥିବା ପରେ ମହିମୁଣ୍ଡା ସରପଞ୍ଚ ଅନନ୍ତ ନାରାୟଣ ପ୍ରଧାନ ଏହାର ସତ୍ୟା ସତ୍ୟ ପାଇଁ ପଞ୍ଚାୟତ ସ୍ତରୀୟ ନୋଟିସ ମାଧ୍ୟମରେ କାର୍ଡ଼ ହିତାଧିକାରୀଙ୍କ ସମସ୍ତ ପିଡ଼ିଏସ କାର୍ଡ଼ ମାଗିଥିଲେ ପିଡ଼ିଏସ ବଣ୍ଟନ କର୍ମଚାରୀଙ୍କୁ।ଯାହା କୌଣସି ପ୍ରକାର ଉତ୍ତର କି କୌଣସି ସାନ୍ତ୍ୟନାମୂଳକ ପଦକ୍ଷେପ ନ ପାଇବାରୁ।ହିତାଧିକାରୀଙ୍କ ସମସ୍ତ ପିଡ଼ିଏସ କାର୍ଡ଼ ର କପି ଅନ ଲାଇନ ରେ ବାହାର କରିଥିଲେ। ଏବଂ କେବଲ ଦୁର୍ନିତ୍ତି ନୁହଁ ମହା ଦୁର୍ନିତ୍ତି ହୋଇଥିବା କାଗଜପତ୍ର ଝଲ ଝଲ ହୋଇ କଥା କହୁଥିବା ପ୍ରମାଣିତ କରିଥିଲା। ଯେଉଁଥିରେ ଅନ୍ତଦ୍ୱୟ କାର୍ଡ଼ ଧାରୀ ୬୯ ଜଣ ରହିଥିବା ବେଳେ ଏମାନଙ୍କୁ ୩୫କିଲୋ ଚାଉଳ ମିଳିବାକୁ ଥିବାବେଳେ ଦୀର୍ଘ ୨ବର୍ଷରୁ ଏମାନଙ୍କୁ ୫କେଜି ଦିଆହେଉଛି।ଅନ୍ୟପଟେ ଏନ,ଏଫ,ଏସ, ଚାଉଳ ହିତାଧିକାରୀ ୫ଜଣ ରହିଛନ୍ତି।ଏମାନଙ୍କୁ ମିଶାଇ ୧୧,୭୦ ହେବା କଥା କିନ୍ତୁ ତାହା ଏବେ କଟି ୧୧୬୩ଟି ହିତାଧିକାରୀ ରହିଛନ୍ତି, ମହିମୁଣ୍ଡା ଗ୍ରାମପଞ୍ଚାୟତରେ।ଯାହା ଏବେ ଲଗ ଡାଉନ ସମୟରେ ହନ୍ତସନ୍ତ ହେଉଥିବାର ପରିଲକ୍ଷିତ ହେଉଛି।ସେପଟେ ମହିମୁଣ୍ଡା ସରପଞ୍ଚ ଅନନ୍ତ ପ୍ରଧାନ ଏହି ମହାଦୁର୍ନୀତି ର ବିଷୟରେ ଜିଲ୍ଲା ପ୍ରଶାସନ କୁ ସୋସିଆଲ ମିଡ଼ିଆ ମାଧମରେ ଜଣାଇବା ପରେ ଏବେ ବ୍ଲକ ଅଧିକାରୀଙ୍କ ଦ୍ଵାରସ୍ଥ ହେଉଛନ୍ତି। ଯାହା ଯଥାଶୀଘ୍ର ଏହାର ସୁବନ୍ଦୋବସ୍ଥ କରି ହିତାଧିକାରୀଙ୍କୁ  ସୁଫଳ ଦେବା ସହ ଦୁର୍ନିତ୍ତିରେ ସାମିଲ ଥିବା ଦୋଷୀ ଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରିବାପାଇଁ ନିବେଦନ କରିଛନ୍ତି। ଅନ୍ୟପଟେ ମହିମୁଣ୍ଡା ଗ୍ରାମ ପଞ୍ଚାୟତ ସେଲସମେନ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ଯୋଗାଯୋଗ କରିବା ପରେ ତୁ, ତୁ, ମେ, ମେ ,ରେ ଚାଲିଛି ତାଙ୍କ ଉତ୍ତର।ଦୋଷ ଲଦା ଲଦି ହେଉଥିବା ଚିତ୍ର ସାମ୍ନା କୁ ଆସୁଛି।ଚେଷ୍ଠା  ପରେ ମଧ୍ୟ ଏମାନଙ୍କଠୁଁ କୌଣସି ପ୍ରକାର ଉତ୍ତର ମିଳିପାରିନଥିବାବେଳେ।ସେପଟେ  ପୁଇଁତଲା ବ୍ଲକ ଅଧିକାରୀ ଶ୍ରୀ ରବିନାରାୟଣ ଆଚାର୍ଯ୍ୟ ନିଜ ମତ ରଖିଛନ୍ତି |ତଦନ୍ତ ରିପୋର୍ଟ ମୋ ପାଖକୁ ଆସିଲା ପରେ  ସତ୍ୟତା ପଦା କୁ ଆସିବ ଓ ଦୁର୍ନୀତିରେ ସାମିଲ ଥିବା ବ୍ୟକ୍ତି ଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି ନିଜ ମତ ବ୍ୟକ୍ତ ରଖିଛନ୍ତି।

 

0
0
0
s2sdefault