ହେଡଲାଇନସ୍:

 ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ : କୋଭିଡ  ଚିକିତ୍ସା ଭିତରେ ଅଣ-କୋଭିଡ ରୋଗୀଙ୍କ ଚିକିତ୍ସାରେ ଅବହେଳା ନହେଉ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ (ଏସପିବି) :  ଅଣ-କୋଭିଡ ଜରୁରି ଚିକିତ୍ସାକୁ ଅବହେଳା ନକରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ ସବୁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । ଡାଏଲିସିସ, କର୍କଟ ଚିକିତ୍ସା, ମଧୁମେହ, ଗର୍ଭବତୀ ମହିଳା ଏବଂ ହୃଦରୋଗୀମାନଙ୍କୁ ଯଥେଷ୍ଟ ଚିକିତ୍ସା ଯୋଗାଇ ଦେବା ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଗୁରୁତ୍ୱ ଦେଇଛନ୍ତି । ଜରୁରି ଚିକିତ୍ସା ଆବଶ୍ୟକ କରୁଥିବା ଲୋକମାନଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇ ଦେବା ଏବଂ ଏହା ଅପ୍ରଭାବିତ ରହିବା ଉଚିତ ବୋଲି ରାଜ୍ୟଗୁଡ଼ିକୁ ଅନୁରୋଧ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ  | 

ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ସଚିବ ପ୍ରୀତି ସୁଦାନ ରାଜ୍ୟ ଓ ଜିଲ୍ଲାଗୁଡ଼ିକର ପ୍ରତିନିଧିମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ କୋଭିଡ -19 ମୁକାବିଲା ନିମନ୍ତେ ସ୍ଵାସ୍ଥ୍ୟ ଭିତ୍ତିଭୂମି ଏବଂ ବିଭିନ୍ନ ମୁକାବିଲା କୌଶଳ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଭିଡିଓ କନଫରେନ୍ସ ଅବସରରେ ଜିଆଇଏସ ଡ୍ୟାଶବୋର୍ଡ ପରିଚାଳନା, କୋଭିଡ-19 ପୋର୍ଟାଲ ଏବଂ ସମର୍ପିତ ଆରଟି-ପିସିଆର ରେଫରାଲ ଆପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସଂକ୍ରମଣକୁ ପ୍ରତିହତ କରିବା ଲାଗି ଆତ୍ମନିରୀକ୍ଷଣ ଉପକରଣ ଭାବେ ଆରୋଗ୍ୟ ସେତୁ ଆପର ଉପଯୋଗ ନିମନ୍ତେ ସେ ରାଜ୍ୟଗୁଡ଼ିକୁ ଅନୁରୋଧ କରିଥିଲେ।

0
0
0
s2sdefault