ହେଡଲାଇନସ୍:

ଆଶଙ୍କାରେ ଗାଁ ଲୋକେ : ବାହାରୁ ଲୋକ ଫେରିବା ପରେ କଣ ହେବ ତାକୁ ନେଇ ଚିନ୍ତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର):  କରୋନାର ଭୟାବହତା ବର୍ତମାନ ସୁଦ୍ଧା  ଗାଁକୁ ଛୁଇଁପାରିନି । ଏବେ ପର୍ଯ୍ୟନ୍ତ କରୋନା ସଂକ୍ରମଣ ସାଧାରଣତଃ ସହରାଂଚଳରେ ସୀମାବଦ୍ଧ ରହିଛି । ମାତ୍ର ସରଙ୍କାରଙ୍କ ନିଷ୍ପତି ଅନୁସାରେ ବାହାର ରାଜ୍ୟରେ ବିଭିନ୍ନ କାର୍ଯ୍ୟରେ ଯାଇ ଫସି ରହିଥିବା କର୍ମଜୀବି  ମାନଙ୍କୁ ଗାଁକୁ ଫେରେଇ ଆଣିବାର ପ୍ରୟାସ ଆରମ୍ଭହୋଇଛି । ଫସିରହିଥିବା ୫ଲକ୍ଷରୁ ଉର୍ଦ୍ଧ କର୍ମଜିବୀ ଗାଁକୁ ଫେରିବା ପରେ କରୋନା ସଂକ୍ରମଣ ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଗାଁରେ ସରଳ ନିରାଡମ୍ବର ଜୀବନ ଯାପନ କରୁଥିବା ଗ୍ରାମବାସୀ ନିଜ ନିଜ ଦୁଃଖସୁଖରେ ଜମିରେ କୃଷି କାମକରି ଜିବୀକା ନିର୍ବାହ କରୁଛନ୍ତି । କରୋନା ଆକଟ ଏବେ ଯାଏ ତାଙ୍କୁ ପ୍ରଭାବିତ କରିପାରିନାହିଁ । ହେଲେ ବିଭିନ୍ନ ସହରର ଭିନ୍ନଭିନ୍ନ ସ୍ଥାନମାନଙ୍କରୁ ଗାଁକୁ ଫେରୁଥିବା ଶ୍ରମିକ ଏବଂ କର୍ମଜୀବି ମାନେ ପ୍ରତ୍ୟେକ ଗ୍ରାମପଂଚୟତରେ ପ୍ରସ୍ତୁତ ହୋଇ ରହିଥିବା ସଂଗରୋଧ ଗୃହରେ ସରପଂଚ ଓ ଗ୍ରାମବାସଙ୍କ କଥାମାନି ମାତ୍ର ୧୪ ଦିନ ସଂଗରୋଧରେ ରହିଲେ କରୋନା କାହାରିକୁ ଡରେଇ ପାରିବନାହିଁ । କିନ୍ତୁ ସେମାନେ ଯଦି ଅମାନିଆ ହୁଅନ୍ତି ପ୍ରଥମେ ତାଙ୍କୁ ମନେଇବାକୁ ପଡିବ । ଅନ୍ୟଥା  ଶେଷରେ ବାଧ୍ୟହୋଇ ଆଇନର ସାହାହୋଗ  ଲୋଡିବାକୁ ହେବ । ଏବେ ପ୍ରତ୍ୟେକ ଗାଁରେ ଗହଳ ଚହଳ ଆରମ୍ଭ ହୋଇଯାଇଛି । କେତେ ଗାଁକୁ ଫେରିଲେଣି ଏବଂ ଅନେକ ଗାଁକୁ ଫେରିବେ । ଅମାନିଆଙ୍କ ସଂଖ୍ୟା ତୁଳନାରେ ନିୟନ୍ତ୍ରଣକାରୀଙ୍କ ସଂଖ୍ୟା କମିଗଲେ କରୋନା ତାର କାୟା ବିସ୍ତାର କରିବ । ଏଥି ସହିତ ଆଗାମି ଦିନରେ ଏମାନଙ୍କର କର୍ମ ସଂସ୍ଥାନ ବ୍ୟବସ୍ଥା ଚିନ୍ତା କରାନଗଲେ ବିଭିନ୍ନ ଅସାମାଜିକ କାର୍ଯ୍ୟ ବୃଦ୍ଧିପାଇବାକୁ ଏଡାଇ ଦିଆଯାଇନପାରେ ।

 

0
0
0
s2sdefault