ହେଡଲାଇନସ୍:

ସାଇକେଲ ପେଲି ୯ ଦିନ ପରେ ଗାଁରେ ପହଁଚିଲେ ୨ମନ୍ଦିର ମିସ୍ତ୍ରୀ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

୧୨୦୦ କିମି. ସୁଦୁର ବିହାରରୁ ଆସି ପହଁଚିଲେ ଓଡ଼ଗାଁରେ ରହିଲେ ସଙ୍ଗ ରୋଧରେ 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ରୋଜଗାର ପାଇଁ ଓଡ଼ଗାଁରୁ ବିହାର ରାଜ୍ୟ ପୁରଲିଆ  ଜିଲ୍ଲା ବନମଥି ଯାଇଥିବା ୨ମନ୍ଦିର ମିସ୍ତ୍ରୀ ସାଇକେଲ ଯୋଗେ ଆଜି ଗାଁକୁ ଫେରିଛନ୍ତି । ସାରା ଦେଶରେ ଲକଡାଉନ ଘୋଷଣା ପରେ ସେମାନେ ରୋଜଗାର ହରାଇଥିଲେ । ମାଲିକ କାମ ବନ୍ଦ କରିବାକୁ କହିବା ପରେ ଚଳିବାରେ ଅସୁବିଧା ହୋଇଥିଲା । ଫଳରେ ଓଡ଼ଗାଁ ଛାମୁସାହିର ସୋମନାଥ ସେନାପତି(୩୬) ଓ ରବିଗାଡିଆର ମୁରଲି ସ୍ୱାଇଁ(୨୦) ଉଭୟେ ୨ଟି ସାଇକେଲ କିଣି ୨୦ ତାରିଖ ଭୋର ସମୟରୁ ଓଡ଼ିଶା ଅଭିମୁଖେ ବାହାରିଥିଲେ । ସେମାନେ ଭାଗଲପୁର, ଆସନସୋଲ, ପୁରୁଲିଆ, ଟାଟା, ରାଂଚିରେ ପହଁଚିବା ପରେ ସଟଡାଉନ କାରଣରୁ ବାଲେଶ୍ୱର ନଯାଇ ରାଉଲକେଲା, ଝାସୁଗୁଡା, ସମ୍ବଲପୁର, ବୈାଦ, ଦଶପଲ୍ଲା, ମହିପୁର ଏପରି ୧୨ଶହ କିମି ଅତିକ୍ରମ କରି ବୁଧବାର  ମଧ୍ୟାହ୍ନରେ ସ୍ଥାନୀୟ ଏନଏସି କାର୍ଯ୍ୟାଲୟରେ ପହଁଚିଥିଲେ । ଉଭୟ ପହଁଚିବା ପରେ ସେମାନଙ୍କ ସାଇକେଲକୁ ଏନଏସି ତରଫରୁ ବିଶୋଧିତ କରାଯାଇଥିଲା । ସୋମନାଥକୁ ଓଡ଼ଗାଁ କଲ୍ୟାଣୀ ମଣ୍ଡପ ସଂଗରୋଧ ୧୪ଦିନ ପାଇଁ ଅବସ୍ଥାପିତ କରାଯାଇଥିବା ବେଳେ ମୁରଲିକୁ ରବିଗାଡିଆ  ସରପଂଚଙ୍କ ମାଧ୍ୟମରେ ରବିଗାଡିଆ ପଂଚାୟତ ସଂଗରୋଧ ଗୃହକୁ ପଠାଇ ଦିଆଯାଇଛି । ସେମାନଙ୍କୁ ଏହି ସୁଦିର୍ଘ ପଥ ଅତିକ୍ରମ କରିବା ପାଇଁ ଗୋଟିଏ ଦିନରେ ପ୍ରାୟ ୧୨୫ କିମିରୁ ଅଧିକ ରାସ୍ତା ଅତିକ୍ରମ କିବାକୁ ପଡୁଥିବା କହିଥିଲେ । 

0
0
0
s2sdefault