ହେଡଲାଇନସ୍:

ମଇ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ରବିଧାନ ସଂଗ୍ରହ କାର୍ଯ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଧାନ ସଂଗ୍ରହରେ ସାମାଜିକ ଦୂରତ୍ୱ ଓ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବରେ ପାଳନ କରାଯିବ 

ଭୁବନେଶ୍ୱର(ଶାସକ ପ୍ରଶାସକ ):  ରାଜ୍ୟରେ ରବିଧାନ ସଂଗ୍ରହ କାର୍ଯ୍ୟ ଆସନ୍ତା ମଇ ମାସ ପ୍ରଥମ ସପ୍ତାହରେ ଆରମ୍ଭ ହେବାକୁ ଯାଉଛିା କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍-୧୯) ପରିସ୍ଥିତିରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହିତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରି ରବିଧାନ ସଂଗ୍ରହ କାର୍ଯ୍ୟ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତିା ଆଜି ଏହି ମର୍ମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ଏକ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛିା କୌଣସି କେନ୍ଦ୍ରରେ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁପାଳନରେ ଖିଲାପ  ହେଲେ ସେହି କେନ୍ଦ୍ରରେ ଧାନ ସଂଗ୍ରହ କାର୍ଯ୍ୟକୁ ବନ୍ଦ କରିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛିା ଚଳିତ ରବିଧାନ ସଂଗ୍ରହ ନିମନ୍ତେ ରାଜ୍ୟର ୧୭ଟି ଜିଲ୍ଲାରେ ମୋଟ ୨ ଲକ୍ଷ ୫୮ ହଜାର ୩୫୭ ଜଣ ଚାଷୀ ସେମାନଙ୍କ ନାମ ଅନ୍ଲାଇନ୍ ଯୋଗେ ପଞ୍ଜୀକୃତ କରିଛନ୍ତିା ଚଳିତ ବର୍ଷ ଗତବର୍ଷ ଅପେକ୍ଷା ୨୦ ପ୍ରତିଶତ ଅଧିକ  ଚାଷୀ ରବିଧାନ ବିକ୍ରୟ ନିମନ୍ତେ ନାମ ପଞ୍ଜୀକରଣ କରିଛନ୍ତିା 

ଏହି ୧୭ଟି ଜିଲ୍ଲା ମଧ୍ୟରେ ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତା ମୋଟ ୮୨୯ ପ୍ୟାକସ୍, ଲ୍ୟାମ୍ପସ୍, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ ସଂଗ୍ରହ କରାଯିବା ପ୍ରତ୍ୟେକ ଦିନ ସକାଳ ୭ ଘଟିକାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯିବ । ସେହିଦିନ ଅପରାହ୍ନରେ  କଷ୍ଟମ ମିଲରମାନେ କେନ୍ଦ୍ରରୁ ଧାନ ଉଠାଣ କରିବୋ କେନ୍ଦ୍ରରେ ଭିଡ଼ ଏଡାଇବା ପାଇଁ ଦୈନିକ ୩୦ରୁ ୩୫ ଜଣରୁ ଅଧିକ  ଚାଷୀଙ୍କଠାରୁ ଧାନ ସଂଗ୍ରହଣ କରାଯିବ ନାହିାଁ ଗୋଟିଏ ଥରରେ ୧୦ରୁ ୧୨ ଜଣ ଚାଷୀଙ୍କୁଠାରୁ ଧାନ ସଂଗ୍ରହ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ସମୟ ଦିଆଯିବା ସେହି ସମୟ ମଧ୍ୟରେ ଚାଷୀ ତାଙ୍କ ଧାନ ମଣ୍ଡିକୁ ଆଣିବୋ 

କେନ୍ଦ୍ରକୁ ଆସୁଥିବା ଚାଷୀ, ଶ୍ରମିକ, ମିଲର ଏବଂ ଧାନ ସଂଗ୍ରହ କେନ୍ଦ୍ରର କର୍ମଚାରୀମାନଙ୍କ ବ୍ୟବହାର ନିମନ୍ତେ ପର୍ଯ୍ୟାପ୍ତ ହ୍ୟାଣ୍ଡ ସାନିଟାଇଜର ରଖାଯିବା କେନ୍ଦ୍ର ମଧ୍ୟକୁ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତି ମାସ୍କ କିମ୍ବା କପଡ଼ାରେ ମୁହଁ, ପାଟି ଘୋଡ଼ାଇବା ବାଧ୍ୟତାମୂଳକ କରାଯାଇଛିା ମଣ୍ଡିର ସବୁ ଯନ୍ତ୍ରପାତି ଓ କମ୍ପୁ୍ୟଟର ଆଦି ପ୍ରତ୍ୟେକ ଦିନ ଭଲ ଭାବେ ସାନିଟାଇଜ୍ କରାଯିବା ସହିତ ପ୍ରତ୍ୟେକ ଥର ଆଇରିସ୍ ସ୍କାନ୍ର ମେସିନ୍ ବ୍ୟବହାର ସମୟରେ ସାନିଟାଇଜ୍ କରାଯିବା ସାମାଜିକ ଦୂରତ୍ୱ ବଜାୟ ରଖିବା ଲକ୍ଷ୍ୟରେ ଧାନ ସଂଗ୍ରହ କେନ୍ଦ୍ରକୁ ଲୋଡ଼ିଂ, ଅନ୍ଲୋଡ଼ିଂ, ଚାଷୀମାନଙ୍କ ପ୍ରତିକ୍ଷା ସ୍ଥଳ ଆଦି ଅଲଗା ଅଲାଗ ଜୋନ୍ରେ ବିଭକ୍ତ କରାଯିବା ପ୍ରତ୍ୟେକ ଜୋନ ମଧ୍ୟରେ ଅନ୍ତତଃ ୩ ମିଟରର ଦୂରତ୍ୱ ରଖାଯିବା କେନ୍ଦ୍ର ମଧ୍ୟକୁ ସମ୍ପୃକ୍ତ କର୍ମଚାରୀ, ମିଲରଙ୍କ ଏଜେଣ୍ଟ, ଶ୍ରମିକ, ଏବଂ ସେହିଦିନ ପାଇଁ ଉଦ୍ଦିଷ୍ଟ ଚାଷୀ ଓ ଗାଡ଼ିର ଡ୍ରାଇଭରଙ୍କ ବ୍ୟତୀତ ଅନ୍ୟ କେହି ପ୍ରବେଶ କରିପାରିବେ ନାହିାଁ ପ୍ରତ୍ୟେକ କେନ୍ଦ୍ରରେ ମାଇକ୍ ଘୋଷଣା ଦ୍ୱାରା ଚାଷୀମାନଙ୍କୁ ସେମାନଙ୍କର ଧାନ ବିକିବା ପାଳି ଓ ସମୟ ସଂପର୍କରେ ଜଣାଇ ଦିଆଯିବା ସମସ୍ତ ପଞ୍ଜିକୃତ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯିବା ତେଣୁ ଚାଷୀମାନଙ୍କୁ ଧୈର୍ଯ୍ୟ ଧରିବା ପାଇଁ ପରାମର୍ଶ ଦିଆଯାଇଛିା ଧାନ ସଂଗ୍ରହ କେନ୍ଦ୍ର ପରିସରରେ ଧୂମପାନ ଓ ଛେପ ପକାଇବା ନିଷିଦ୍ଧ କରାଯାଇଛି । ଧାନ ସଂଗ୍ରହ କେନ୍ଦ୍ର ପରିଚାଳନା କରୁଥିବା କର୍ମଚାରୀମାନେ ହାତରେ ନନ୍ ସର୍ଜିକାଲ୍ ଗ୍ଲୋଭସ୍ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ଆବଶ୍ୟକସ୍ଥଳେ କେନ୍ଦ୍ରକୁ ଧାନ ନେଇ ଆସୁଥିବା ଗାଡିଗୁଡିକୁ ସାନିଟାଇଜ କରାଯିବ । ସେହିପରି ଧାନ ଉଠାଣ ଗାଡ଼ିଗୁଡ଼ିକ ସଠିକ ଭାବରେ ସାନିଟାଇଜ ହୋଇଛି ବୋଲି ସମ୍ପୃକ୍ତ ମିଲରମାନଙ୍କ ସାର୍ଟିଫିକେଟ୍ ପ୍ରଦର୍ଶନ ପରେ କେନ୍ଦ୍ର ମଧ୍ୟକୁ ଗାଡି ପ୍ରବେଶ ପାଇଁ ଅନୁମତି ମିଳିବ । ଏଥିସହିତ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ-୧୯ ପରିପ୍ରେକ୍ଷୀରେ ସମୟ ସମୟରେ ଜାରି କରାଯାଉଥିବା ମାର୍ଗଦର୍ଶିକାଗୁଡ଼ିକ କଡାକଡି ଭାବରେ ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏତଦ୍ବ୍ୟତୀତ ଛତିଶଗଡ ରାଜ୍ୟରୁ ଓଡ଼ିଶାକୁ ଯେପରି ଧାନ ଆସିନପାରେ ସେଥି  ପ୍ରତି ଓଡ଼ିଶା ସୀମାରେ ନିୟମିତ ପାଟ୍ରୋଲିଂ ବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି ।

ଉପରୋକ୍ତ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ଏବଂ ସୁରୁଖୁରୁରେ ରବି ଧାନ ସଂଗ୍ରହ କାର୍ଯ୍ୟ ସମ୍ପନ୍ନ କରିବା ନିମନ୍ତେ ସମବାୟ ସମିତି ସମୁହର ଡ଼ିଭିଜିନାଲ ରେଜିଷ୍ଟ୍ରାର୍, ଆସିଷ୍ଟାଣ୍ଟ ରେଜିଷ୍ଟ୍ରାରଙ୍କ ସମେତ ଜିଲ୍ଲା ଯୋଗାଣ ଅଧିକାରୀମାନଙ୍କୁ ନିୟମିତ ତଦାରଖ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । 

 

0
0
0
s2sdefault