ହେଡଲାଇନସ୍:

ଭୁଶୁଡିଲା ତମିଆ-ମୁଦଳସର ପୋଲ : ଚାଲିଗଲା ଦୁଇ ଜୀବନ ,ଜଣେ ଗୁରୁତର  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଟଣାଗଡ(ବିମଲ କୁମାର ବାଗ) : ନିମ୍ନମାନର ନିର୍ମାଣ କାର୍ଯ୍ୟକୁ ନେଇ ଚର୍ଚ୍ଚିତ ଥିବା  ପାଟଣାଗଡ ବ୍ଳକ ଅନ୍ତର୍ଗତ ତମିଆ ମୁଦଳସର ସୁକତେଳ ବ୍ରିଜ ଆଜି ସକାଳେ ଭୂଷଡି ପଡିଛି। ଗତ ୨୦୧୫ ମସିହାରେ ସୁକତେଳ ନଦୀ ଉଟରେ ନିର୍ମାଣ ହୋଇଥିବା ତମିଆ-ମୁଦସର ବ୍ରିଜ ଭାଙ୍ଗି ୨ ଜଣ ଘଟଣା ସ୍ଥାଳେ ମୃତ୍ୟୁ ବରଣ କରିଥିବା  ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଗ୍ରାମବାସୀ ଅନେକଥର ଅଭିଯୋଗ ସତ୍ତ୍ୱେ  ପ୍ରଶାସନ ଧ୍ୟାବ  ନଦେବା ଯୋଗୁଁ ୨ଜଣ ନୀରିହଙ୍କ ଜୀବନ ଯାଇଥିବା ଗ୍ରାମବାସୀଙ୍କ ଅଭିଯୋଗ। ଖବର ଲେଖିବା ପର୍ଯ୍ୟନ୍ତ  ଲରମ୍ଭା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିବା ଖବର ମିଲିଛି।

0
0
0
s2sdefault