ହେଡଲାଇନସ୍:

କୁରାଳ : ସଙ୍ଗରୋଧ ଗୃହରେ ବାଲେଶ୍ୱର ଫେରନ୍ତା ଅଶୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, କୁରାଳ(ଶ୍ରୀକାନ୍ତ ମିଶ୍ର)  :  ଓଡ଼ଗାଁ ବ୍ଲକ କୁରାଳ ଗ୍ରାମ ପଂଚାୟତ କୁରାଲ ବେଙ୍ଗେଇ ସାହିର ଅଶୋକ କୁମାର ଖଟେଇ(୩୨)ଙ୍କୁ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ ଗୃହରେ ରଖାଗଲା । ଅଶୋକ ବାଲେଶ୍ୱର ଜିଲ୍ଲ ଖଇରା ବ୍ଲକ କୁପାରୀ ଗ୍ରାମପଂଚାୟତରେ ମନ୍ଦିର କୁମ୍ଭାକାର ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । କରୋନା ସଂକ୍ରମଣ କାରଣରୁ ହଠାତ୍ ଲକଡାଉନ ଘୋଷଣା ହେବାରୁ ସେଠାରେ ଫସି ରହିଥିଲେ । କୈାଣସି ମତେ ସେ ଗତକାଲି ଘରେ ପହଁଚିଥିଲେ । ରାତିରେ ସେ ନିଜଘରେ ଏକାନ୍ତ ରହିଥିଲେ । ସରପଂଚ ଝୀଲିପ୍ରଧାନ ଅଶୋକଙ୍କୁ ନେଇ ପ୍ରଥମକରି ସଙ୍ଗରୋଧ ଘରେ ରଖିବା ସହିତ ତାଙ୍କର ସମସ୍ତ ବ୍ୟବସ୍ଥା ବୁଝିଥିଲେ । ଅଶୋକ କଥା ମାନି ସଙ୍ଗରୋଧ ଗୃହରେ ରହିବା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ସରପଂଚ କହିଥିଲେ । ଅନ୍ୟ ପକ୍ଷରେ କୋମଣ୍ଡ ପଂଚାୟତ କୋମଣ୍ଡର ଜଣେ ଯୁବକ ଗତକାଲି ତାଳଚେରରୁ ଆସି ଗାଁରେ ପହଁଚିଥିଲେ । ସରପଂଚ ତାଙ୍କୁ ସଙ୍ଗରୋଧ ଗୃହକୁ ଯିବାକୁ କହିବାରୁ ସେ ରାଜି ହୋଇନଥିଲେ । ଆଜି ଡାକ୍ତରଙ୍କ ପାଖରେ ତାଙ୍କର ପରୀକ୍ଷା ପରେ ନିଜ ଗୃହରେ ୧୪ ଦିନ ସଙ୍ଗରୋଧରେ ରହିବା ପାଇଁ ତାଙ୍କୁ ପରାମର୍ଶ ଦିଆଯାଇଛି । 

0
0
0
s2sdefault