ହେଡଲାଇନସ୍:

କୃଷକ ସଙ୍ଗଠନ ର ଧମକ୍ ପରେ ଚେଇଁ ଉଠିଲା ପ୍ରସାଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲପଡ଼ା/ବନମାଳୀ ନାଏକ - ବେଲପଡ଼ା ବ୍ଲକ ଧୁମାଭଟା ପଞ୍ଚାୟତ ର ପାଖା ପାଖ୍ ୨୦୦୦ ହେକ୍ଟର ଚାଷ ଜମିରେ ଏଥର ରବି ଫସଲ ହୋଇଛି  । ଓସ୍ତାଲି ଡେମ୍ ଯୋଗୁୁଁ ଜଲସେଚନ ବ୍ୟବସ୍ଥା ଥିବାରୁ ଚାଷ ହେଇଛି , ଧାନ ଚାଷ କରି ଚାଷି ନିଜ ଗୁଜୁରାଣ ମେଣ୍ଟେଇବ ଭାବିଥିଲା ।କିନ୍ତୁ ହଠାତ୍ ଏବର୍ଷ କରାମାଡ଼ ପାଣିପାଗ ପରିବର୍ତନ ଯୋଗୁଁ ଧାନରେ ବ୍ୟାପକ ମାତ୍ରାରେ କିଟ ଲାଗି ଜାଇଥିଲା ଏବଂ ତାହା ଧାନସବୁକୁ ନଷ୍ଟ କରିଦେଲା । କିନ୍ତୁ ଏନେଇ ପ୍ରଶାସନ ଜାଣିଥିଲେ ସୁଦ୍ଧା କିଛି କରୁନଥିବା ଅଭିଯୋଗ ଉଠାଇଥିଲା ଜୟ କୋସଲ କୃଷକ ସଙ୍ଗଠନ ତେଣୁ ବେଲପଡ଼ା ତହସିଲ ଅଫିସ କୁ ଜାଇ ଦାବିପତ୍ର ଦେଇଥିଲା । ଚାଷି ଉଚିତ୍ କ୍ଷତିପୂରଣ ନ ପାଇଲେ ବ୍ୟାପକ ଆନ୍ଦୋଲନ କରିବାର୍ ଧମକ୍ ଦେଲାପରେ ପ୍ରଶାଷନ ତତ୍ପର ହେଇ ଗାଁ ଗୁଡ଼ିକ ବୁଲି ଚାଷ ଜମି ପରିଦର୍ଶନ କରିଥିଲେ ଅଧିକାରୀ । ଚାଷି ଙ୍କୁ ତୁରନ୍ତ ସହାୟତା ଦିଆଯାଉ ବୋଲି ଦାବି କରିଛି ଜୟ କୋସଲ କୃଷକ ସଙ୍ଗଠନ ର ସଭାପତି ପ୍ରକାଶ ବୁଡେକ ଚାଷି ନେତା ସିପୁନ ଖମାରୀ,ଚାଷି ନେତା ବନମାଲୀ ନାଏକ ।

0
0
0
s2sdefault