ହାଟଡିହିରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହାଟଡିହି/ମକରଧ୍ବଜ ଜେନା : କେନ୍ଦୁଝର ଜିଲା ହାଟଡିହି ବ୍ଲକର ବିଭିନ୍ନ  ସ୍ଥାନରେ ପ୍ରବାଦ ପୁରୁଷ ଭୁମିପୁତ୍ର ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ବ୍ଲକ ଅନ୍ତର୍ଗତ ଜଳକଳଙ୍ଗ ଗ୍ରାମର ଶାନ୍ତିଲତା ଭବନ ପରିସରରେ ବରିଷ୍ଠ  ବିଜେଡି ନେତା ବୁଦ୍ଧଦେବ ଜେନାଙ୍କ ଆବହକତ୍ୱରେ ବିଜୁ ବାବୁଙ୍କ  ଶ୍ରାଦ୍ଧଦିବସ ପାଳିତ ହୋଇଛି । ବିଜେଡିର ବହୁ କର୍ମୀ ତଥା ବିଜୁ ପ୍ରେମୀ ଉପସ୍ଥିତ ରହି ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖାଯାଇ ସାମାଜିକ ଦୁରତ୍ୱ ପୂର୍ବକ ନିରାଡମ୍ବର ଭାବେ ଶ୍ରାଦ୍ଧ ଦିବସକୁ ପାଳନ କରାଯାଇଥିଲା । ବିଜେଡି ହାଟଡିହୀ ପଂଚାୟତ ସଭାପତି କାମପାଳ ନାୟକ,ବରିଷ୍ଠ  ବିଜେଡି କର୍ମୀ ଭୀମସେନ ପେରେଇ,ନକୁଳ ଯେନା,କହ୍ନେଇ ଚରଣ ଓଝା,ମଦନ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

ସେହିପରି ଶାଳଣିଆ  ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ  କରାଯାଇ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏଥିରେ ଶାଳଣିଆ ସରପଂଚ ଶ୍ରୀଧର ବେହେରା,ଜିଲାପରିଷଦ ସଭ୍ୟା ପ୍ରଣତୀ ଦେଓ,ବରିଷ୍ଠ ବିଜେଡି କର୍ମୀ ପ୍ରତାପ ଦେଓ,ବିରେନ ବିଶ୍ୱାଳ,ରଙ୍ଗାଧର ମଲ୍ଲିକ,ରଂଜନ ପହି,ବ୍ରଜକିଶୋର ଜେନା ଉପସ୍ଥିତ ଥିଲେ ।

0
0
0
s2sdefault