ପୁନଃରୁଦ୍ଧାର ଅପେକ୍ଷାରେ ଗନ୍ଧମାର୍ଦ୍ଦନର ଦୁଇ ଐତିହ୍ୟ "ପଣ୍ତା ଘର ନିବାସ" ଓ "ରଜାବସା"   ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର  / ଶାସକ ପ୍ରଶାସକ : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର କୁ ପାଟଣା ରାଜା ବୈଜଳଦେବ ନିର୍ମାଣ କରିଥିଲେ । ଐତିହାସିକ ଙ୍କ ମତ ଅନୁସାରେ ୧୩ ଶହ ଶତାବ୍ଦୀରେ ଏହି ମନ୍ଦିର ନିର୍ମିତ ହୋଇଥିଲା  । ଲିଙ୍ଗରାଜ ମନ୍ଦିର ର ନିର୍ମାଣ ର ସମସାମୟିକ ନୃସିଂହନାଥ ମନ୍ଦିର ବୋଲି କୁହାଯାଏ । ନୃସିଂହନାଥ ମନ୍ଦିର ର ରକ୍ଷଣାବେକ୍ଷଣ ଦାୟିତ୍ୱ ରାଜ୍ୟ  ପ୍ରତ୍ନତତ୍ତ୍ବ ବିଭାଗ ହାତରେ ଥିବା ବେଳେ ଏହି ମନ୍ଦିରର ଦାୟିତ୍ୱ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ କୁ ହସ୍ତାନ୍ତର କରିବା ପାଇଁ ଅନେକ ଦିନରୁ ଦାବି ହେଉଛି  । ଗନ୍ଧମାର୍ଦ୍ଦନର ଆଉ ଦୁଇଟି ପୁରାତନ ଐତିହ୍ୟ " ପଣ୍ତା ଘର " ନିବାସ ଓ ଗନ୍ଧମାର୍ଦ୍ଦନ ପାହାଡ ଉପରେ ଥିବା " ରଜାବସା " ବର୍ତ୍ତମାନ ଧ୍ବଂସ ମୁଖରେ ଅଛି  ।

ଏହି ଦୁଇଟି କୀର୍ତ୍ତି ସହ ଅନେକ ଭିତ୍ତିଭୂମି ଯୋଡି ହୋଇ ରହିଛି  ।  ନୃସିଂହନାଥ ନିକଟରେ ଥିବା " ପଣ୍ତା ଘର ନିବାସ " ଯାହା ଐତିହାସିକ ମାନଙ୍କ ମତରେ, ଏହାର ନିର୍ମାଣ ସମୟ ପାଞ୍ଚ ଶହ ବର୍ଷରୁ ଉର୍ଦ୍ଧ ହେବ । ପାଟଣା ମହାରାଜ ମନ୍ଦିର ପ୍ରତିଷ୍ଠା କଲାପରେ ମନ୍ଦିରର ସଂପୂର୍ଣ୍ଣ ପରିଚାଳନା ଦାୟିତ୍ବ " ପଣ୍ତା ଘର ନିବାସ ଉପରେ ନ୍ଯସ୍ତ ଥିଲା  ।ପାଖରେ ଏକ ପୁଷ୍କରିଣୀ ମଧ୍ୟ ଅଛି  । ଏହି ନିବାସ ଏବେ ଧ୍ବଂସ ମୁଖରେ । ପଣ୍ତା ଘର ନିବାସ ର ଜଣେ ବଂଶଧର ଶ୍ରୀ ସୁବୋଧ ପଣ୍ତା ବର୍ତ୍ତମାନ ନୃସିଂହନାଥ ମନ୍ଦିରରେ ସେବାୟତ ଭାବେ କାର୍ଯ୍ୟ କରୁଛନ୍ତି  । ଠିକ୍ ସେହିପରି ଗନ୍ଧମାର୍ଦ୍ଦନ ଶିଖର ଉପରେ ନୃସିଂହନାଥ ଠାରୁ ୧୦ କିଲୋ ମିଟର ଓ ହରି ଶଙ୍କର ମନ୍ଦିର ଠାରୁ ୮ କିଲୋ ମିଟର ଦୂରରେ ଏକ ପୁରାତନ କୀର୍ତ୍ତି " ରଜାବସା " ଅବସ୍ଥିତ । ଐତିହାସିକ ଡା ନବୀନ ସାହୁଙ୍କ ମତରେ ଏହାର ନିର୍ମାଣ ପାଖାପାଖି ତିନିଶହ ବର୍ଷ ହେବ । ଏହି ଦୁଇଟି ପୁରାତନ କୀର୍ତ୍ତି ବର୍ତ୍ତମାନ ଧ୍ବଂସ ମୁଖରେ  । ରାଜ୍ୟ ସରକାର ଏହାର ପୁନଃରଦ୍ଧାର କରିବା ପାଇଁ ଦାବି ହେଉଛି   ।

0
0
0
s2sdefault