ଗୁମ୍ମା ବ୍ଲକ ଅଞ୍ଚଳରେ ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ସ୍ୱତନ୍ତ୍ର ଆର୍ଥିକ ସହାୟତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅତ୍ୟନ୍ତ ଆଦିବାସୀ ବହୁଳ ଗୁମ୍ମା ବ୍ଲକ ଅଞ୍ଚଳର ନିର୍ମାଣ ଶ୍ରମିକ ମାନଙ୍କୁ ସରକାରଙ୍କ ସ୍ୱତନ୍ତ୍ର ଆର୍ଥିକ ସହାୟତା ୧୫୦୦ ଟଙ୍କା ପ୍ରଦାନ କରାଯାଉଛି । 

 ଅନ୍ୟପକ୍ଷରେ କରୋନା ଭଳି ଦୁର୍ଦ୍ଦିନ ସମୟର ଲକ୍ ଡାଉନ୍ ଚାଲିଥିବା ବେଳେ ସରକାରଙ୍କ ପକ୍ଷରୁ  ସ୍ୱତନ୍ତ୍ର ଆର୍ଥିକ ସହାୟତା ଦିଆଯାଉଥିବା ପ୍ରତି ନିର୍ମାଣ ଶ୍ରମିକ ମାନଙ୍କ ପକ୍ଷରୁ ସରକାରଙ୍କୁ ପ୍ରଶଂସା କରି ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି ।

 ନିର୍ମାଣ ଶ୍ରମିକ ମାନେ କହିଛନ୍ତି ଯେ , ବର୍ତ୍ତମାନ କରୋନା ସଂକ୍ରମିତର କଡା଼ ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ ଡ଼ାଇନ୍ ଘୋଷଣା କରିଛନ୍ତି । ଯେଉଁଥିରେ କି ଘର ଭିତରେ ନିଜକୁ ଆବଦ୍ଧ ରଖିବା ସହ ବାହାରକୁ ବାହାରିବା ମନା ଓ ସାମାଜିକ ଦୂରତା ରକ୍ଷା କରିବା ପ୍ରଭୃତି କଡା ନିର୍ଦ୍ଦେଶ ରହିଛି ।  ଏଭଳି ସମୟରେ ଆମର କାମଧନ୍ଦା ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏହାକୁ ଚିନ୍ତା କରି ସରକାର ନିର୍ମାଣ ଶ୍ରମିକ ମାନଙ୍କ ପରିବାର ପ୍ରତିପୋଷଣ ପାଇଁ କିଛିଟା ଜୀବିକା ଭାବେ ଯେଉଁ ୧୫୦୦ ଟଙ୍କା ଦେଇଛନ୍ତି , ତାହା ପୁଣି ଆମ ଘର ବାଟକୁ ଆସି , ଏହା ଆମର ବହୁତ ଉପକାରରେ ଆସିବ ।

 ଏହା ସରକାରଙ୍କ ଆମ ଶ୍ରମିକ ମାନଙ୍କ ପ୍ରତି ଏକ ମହତ ତଥା ପ୍ରଶଂସନୀୟ କାର୍ଯ୍ୟ ଓ  ସରକାର ଏଥିପାଇଁ ଧନ୍ୟବାଦର ପାତ୍ର ବୋଲି  ଶ୍ରମିକ ମାନେ କହିଛନ୍ତି । 

 ଏ ସମ୍ପର୍କରେ ଗୁମ୍ମା ବ୍ଲକ ବିଡ଼ିଓ- ଶ୍ରୀ ନଟବର ଗରଡ କହିଛନ୍ତି ଯେ , ସରକାରଙ୍କ ପକ୍ଷରୁ ଆସିଥିବା ନିର୍ଦ୍ଦେଶ ନାମା ପ୍ରକାରରେ ଯେତେ ସବୁ ନିର୍ମାଣ ଶ୍ରମିକ ଅଛନ୍ତି , ବର୍ତ୍ତମାନ ଲକ୍ ଡାଉନ୍ ର ସମୟ ଏବଂ ସେମାନଙ୍କ ପାଖରେ ମଧ୍ୟ କୌଣସି କାମଧନ୍ଦାର ସୁଯୋଗ ନାହିଁ ।    ତେଣୁ ସେହି ଶ୍ରମିକ ମାନଙ୍କ ଜୀବିକାକୁ ଆଉ ଟିକିଏ ପ୍ରଖର କରିବା ତଥା ବଢ଼ାଇବା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ ଆର୍ଥିକ ସହାୟତା ୧୫୦୦ ଟଙ୍କା ଦିଆଯାଇଛି।

 ସେହି ପ୍ରକାରେ ପ୍ରତ୍ୟେକ ନିର୍ମାଣ ଶ୍ରମିକ ମାନଙ୍କୁ ଯେଉଁମାନଙ୍କ ପାଖରେ ଲେବର-କାର୍ଡ ରହିଛି , ସେହିମାନଙ୍କୁ ହିଁ ଏହି ଆର୍ଥିକ ସହାୟତା ଦିଆଯାଉଛି ।  ପଞ୍ଚାୟତ କାର୍ଯ୍ୟାଳୟ ସମେତ ଗାଁ ଗାଁ ବୁଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ସରପଞ୍ଚ ଓ ସମିତିସଭ୍ୟ ମାନଙ୍କ ସହଯୋଗରେ ନିର୍ମାଣ ଶ୍ରମିକ ମାନଙ୍କୁ ସରକାରଙ୍କ ଏହି ଆର୍ଥିକ ସହାୟତା ୧୫୦୦ ଟଙ୍କା ପ୍ରଦାନ କରୁଛନ୍ତି ।  ପ୍ରତ୍ୟେକ ଠାରେ ସରକାରଙ୍କ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବା ପୂର୍ବରୁ ଶ୍ରମିକ ମାନେ ବାହାରେ  ପ୍ରଥମେ ସାବୁନରେ ହାତ ଧୋଇ ମୁହଁରେ ମାସ୍କ , ଲୁଗା , ଟୁବାଲ ଓ ରୁମାଲ  ବାନ୍ଧି ଏବଂ ଲମ୍ବା ଧାଡିରେ  ସାମାଜିକ ଦୂରତା ରକ୍ଷା କରି ଠିଆ ହୋଇ ଆର୍ଥିକ ସହାୟତା ଟଙ୍କା ଆଣୁଛନ୍ତି । 

 ବ୍ଲକର ଜୀବା ଓ ତରଙ୍ଗଡ଼ା ଗ୍ରାମ ପଞ୍ଚାୟତରେ ଥିବା ନିର୍ମାଣ ଶ୍ରମିକ ମାନଙ୍କ ଏହି ଆର୍ଥିକ ସହାୟତା ପ୍ରତି ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।କରୋନା ସମୟରେ ସେମାନେ କାମଧନ୍ଦା ପାଇଁ କେଉଁ ଆଡେ ଯାଇ ପାରୁ ନ ଥିବା ବେଳେ  ଏଭଳି ସମୟରେ ସରକାର ହିଁ ସେମାନଙ୍କୁ  ଶାହା ହୋଇ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି , ତେଣୁ ସରକାର ପ୍ରଶଂସନୀୟ ଓ କୃତଜ୍ଞତାର ପାତ୍ର ବୋଲି କହିଛନ୍ତି । ନିଜ ପଞ୍ଚାୟତର ସମସ୍ତ କାର୍ଯ୍ୟକ୍ରମରେ ଜୀବା ପିଇଓ- ନୃସିଂହ ଚରଣ ମିଶ୍ର ଏବଂ ତରଙ୍ଗଡ଼ା ପିଇଓ- କରୁଣାକର ଭୂୟାଁ ପ୍ରମୁଖଙ୍କ ପରିଚାଳନାରେ ହୋଇଥିଲା ।

0
0
0
s2sdefault