ପିଲାଏ ଟିଭିରେ ପଢିବେ ପାଠ :ଛାତ୍ର ଓ ଅଭିଭାବକ ଧ୍ୟାନ ଦିଅନ୍ତୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ଯୋଗୁ ସବୁକିଛି ଓଲଟା ପାଲଟ ହୋଇ ଯାଇଥିବା ବେଳେ ପିଲାମାନଙ୍କ ପାଠପଢା ବି ଗୋଲ ହୋଇଯାଇଛି | ପ୍ରଶାସନ ବି ଅତ୍ୟନ୍ତ ଅମାନବୀୟ ଭାବେ ବହି ଦୋକାନକୁ ଅତ୍ୟାବଶ୍ୟକ ସାମଗ୍ରୀ ଭିତରେ ସାମିଲ କରିବାକୁ ଉଚିତ ମନେ କରିନାହାନ୍ତି | ହେଲେ ସରକାର ଏବେ ଦଶମ ଶ୍ରେଣୀର ପିକାଙ୍କ କଥା ଭାବିଛନ୍ତି | ଦୂରଦର୍ଶନ ଓଡିଆ ଜରିଆରେ ଏବେ ପାଠ ପଢିବେ ୧୦ମ ଶ୍ରେଣୀର ପିଲାଏ। ଏଡୁସାଟ ଅନଲାଇନ କ୍ଳାସ ଅନ୍ତର୍ଗତ ରେକର୍ଡେଡ ଭିଡିଓ ପାଠ୍ୟକ୍ରମ  ୨୦ ଏପ୍ରିଲରୁ ୧୨ ମେ ପର୍ଯ୍ୟନ୍ତ ଦିନ ୧୧ ଟାରୁ ୧୨ଟା ପୁଣି ୩.୩୦ରୁ ୪.୩୦ ପର୍ଯ୍ୟନ୍ତ ପଢାଯିବ ପାଠ। ସ୍କୁଲ ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡ଼ ସନାତନ ପଣ୍ଡା ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷା ଓ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟକୁ ଚିଠି ପଠାଇଛନ୍ତି | ସେହିପରି ଦୀକ୍ଷା ଆପ ଓ ମଧୁ ଆପ ରେ ଥିବା ଅନ୍ୟ ଭିଡିଓ ଗୁଡିକୁ ଅନ୍ୟ ଶ୍ରେଣୀର ଛାତ୍ରଛାତ୍ରୀମାନେ ଦେଖିବା ପାଇଁ ଅନୁରୋଧ କରାଯାଇଛି | ସୂଚନାଯୋଗ୍ୟ ଯେ ଅପର ପ୍ରାଇମେରୀ ଟି ଜି ଟି ଆସୋସିଏସନ ବରଗଡ଼ ତରଫରୁ ସ୍ମାର୍ଟ ଫୋନରେ ପାଠ ପଢ଼ାଇବା ବଦଳରେ ଦୂରଦର୍ଶନ ମାଧ୍ୟମରେ ପଢ଼ାଇବା ପାଇଁ ଅନୁରୋଧ କରାଯାଇଥିଲା |   

 

0
0
0
s2sdefault