ବଲାଙ୍ଗୀର କୋବିଦ ହସ୍ପିଟାଲ ଗସ୍ତକଲେ ମୁଖ୍ୟ ସଚିବ ଓ ୫ ଟି ସଚିବ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର(ନିରୋଜ ମିଶ୍ର) : ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ଭିକେ ପାଣ୍ଡିଆନ ଆଜି ହଠାତ୍ ପଶ୍ଚିମ ଓଡିଶାର ବଲାଙ୍ଗୀର, ବରଗଡ, ସୋନପୁର ଓ କନ୍ଧମାଳ ଜିଲ୍ଲା ଗସ୍ତ କରିଥିବା ବେଳେ ପ୍ରଥମେ ସେମାନେ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ସେଠାରେ କରୋନା ରୋଗୀଙ୍କ ପାଇଁ ପ୍ରସ୍ତୁତ ଥିବା କୋଭିଡ-୧୯ ହସ୍ପିଟାଲ ଗୁଡିକର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ । ଏହା ବ୍ୟତୀତ ଆଗାମୀ ରବିଋତୁ ପାଇଁ କୃଷି ପ୍ରସ୍ତୁତି ଓ ମଣ୍ଡି ସମସ୍ୟା ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ | 

ପ୍ରଥମେ ସ୍ଥାନୀୟ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସ ଠାରେ ନିର୍ମିତ ୨୦୦ ଶଯ୍ୟା ବିଶିଷ୍ଟ  କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ । ରୋଗୀଙ୍କ ପାଇଁ ଏଠାରେ ତିନି ସ୍ତରୀୟ ବ୍ୟବସ୍ଥା ରହିଛି । ଗତ ୧୪ ତାରିଖରୁ ୨ ଶହ ଶଯ୍ୟା ବିଶିଷ୍ଟ ଏହି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇ ଥିବା ବେଳେ ଏସବୁ ବ୍ୟବସ୍ଥା ର ତଦାରଖ କରି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ୫-ଟି ସଚିବ ଭି. କେ. ପାଣ୍ଡିଆନ ସନ୍ତୋଷ ବ୍ୟକ୍ତ କରିଥିଲେ ।  ସେମାନେ ଏହି ହସ୍ପିଟାଲର ଆଇସିୟୁ, ଏଚ୍‌ଡିୟୁ ସମେତ ସାଧାରଣ ଓ୍ବାର୍ଡ ପରିଦର୍ଶନ କରିବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ତଦାରଖ କରିଥିଲେ  । ପରିଦର୍ଶନ ସମୟରେ ଜିଲାପାଳ ଅରିନ୍ଦମ ଡାକୁଆ, ଏସ୍‌ପି ସନ୍ଦୀପ ମାଡ଼କର, ସିଡିଏମ୍‌ଓ ଡା ନାରାୟଣ ଥନାପତି, କୀମସ କୋବିଦ ହସ୍ପିଟାଲ ନୋଡାଲ ଅଫିସର ଦିଲ୍ଲୀପ ପଣ୍ଡା,  କୋଭିଡ ହସ୍ପିଟାଲ ଇନ୍‌ଚାର୍ଜ ଡା. ଅବିନାଶ ନାୟକ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।  ଲକ ଡାଉନ ସ୍ଥିତି ଉପରେ ଅନୁଧ୍ୟାନ କରିବା ସହ କୃଷିଜାତ ଦ୍ରବ୍ୟ ପରିବହନ ଓ ତତସମ୍ପର୍କୀୟ କାର୍ଯ୍ୟକ୍ରମକୁ ଅବାଧ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଏମଜିନରେଗା କାମକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ |  ଯେପରି ଜଣେ କେହି ଅସହାୟ ଭୋକରେ ନରହେ ସେଥିପ୍ରତି ଯତ୍ନବାନ ହେବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ | 

0
0
0
s2sdefault