ବରଗଡ଼ ଗସ୍ତରେ ମୁଖ୍ୟ ସଚିବ ଓ ୫-ଟି ସଚିବ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବରଗଡ :- ଆଜି ରାଜ୍ୟ ସରକାର ଙ୍କର ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ଓ ୫-ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ବରଗଡ଼ ପହଂଚିଛନ୍ତି । ବରଗଡ଼ ଖେଦାପାଲି ଠାରେ ପ୍ରସ୍ତୁତ ହେଇଥିବା କୋବିଦ 19 ହସ୍ପିଟାଲ କୁ ଅଧିକାରୀ ଦ୍ବୟ ପରିଦର୍ଶନ କରିଥିଲେ । ଏହି ଅବସରରେ କଲେକ୍ଟର ଶ୍ରୀ ଜ୍ୟୋତି ରଂଜନ ପ୍ରଧାନ ଓ ଏସପି  ପଦ୍ମିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କୋବିଦ ହସ୍ପିଟାଲର ଅନୁଧ୍ୟାନ କରିବା ସହ ଲକ ଡାଉନ ସ୍ଥିତି ଉପରେ ଅନୁଧ୍ୟାନ କରିଥିଲେ |  ଗସ୍ତ ଅବସରରେ କୃଷିଜାତ ଦ୍ରବ୍ୟ ପରିବହନ ଓ ତତସମ୍ପର୍କୀୟ କାର୍ଯ୍ୟକ୍ରମକୁ ଅବାଧ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଏମଜିନରେଗା କାମକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ |  ଯେପରି ଜଣେ କେହି ଅସହାୟ ଭୋକରେ ନରହେ ସେଥିପ୍ରତି ଯତ୍ନବାନ ହେବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ | 

0
0
0
s2sdefault