କୋବିଦ ୧୯ ମୁକାବିଲା, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ସହରାଞ୍ଚଳରେ ଶ୍ରମଭିତ୍ତିକ କାର୍ଯ୍ୟ ପାଇଁ ୧୦୦ କୋଟି ଟଙ୍କା ମଂଜୁର , ଉପକୃତ ହେବେ ସାଢେ ଚାରି ଲକ୍ଷ ପରିବାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆରମ୍ଭ ହେବ ଅର୍ବାନ ୱେଜ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ

କୋବିଦ ୧୯ ସମ୍ପ୍ରତି ସ୍ୱାସ୍ଥ୍ୟ ସମସ୍ୟା ସହ ସାମାଜିକ ଓ ଆର୍ଥିକ ସମସ୍ୟା ସୃଷ୍ଟି କରିଛି | ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ବେଲେ ଆଜି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ ଘୋଷଣା କରିଛନ୍ତି |  ସହରାଞ୍ଚଳରେ ଶ୍ରମଭିତ୍ତିକ କାର୍ଯ୍ୟ ପାଇଁ ୧୦୦ କୋଟି ଟଙ୍କା ମଂଜୁର କରିଥିବା ବେଳେ ଏଥିରେ ସାଢେ ଚାରି ଲକ୍ଷ ପରିବାର ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି | ଚଳିତ ମାସ ଏପ୍ରିଲରୁ ଆରମ୍ଭ ହୋଇ ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ | ମିଶନ ଶକ୍ତିର ମା ଓ ଭଉଣୀମାନଙ୍କ ମାଧ୍ୟମରେ ଏହି କାର୍ଯ୍ୟ କରାଯିବ | ହିତାଧିକାରୀଙ୍କ ମଜୁରୀ ପ୍ରତି ସପ୍ତାହରେ ସେମାନଙ୍କ ବ୍ୟାଙ୍କ ଏକାଉଣ୍ଟକୁ ପଠାଯିବ | 

ବର୍ତ୍ତମାନର ଏଭଳି କଷ୍ଟକର ସମୟରେ ଅର୍ବାନ ୱେଜ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ ନାମରେ ଏକ ଜରୁରୀ କାଳୀନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି | ଏହାଦ୍ୱାରା ୧୧୪ଟି ପୌରାଞ୍ଚଳରେ ଥିବା ଗରିବ, ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକ ଉପକୃତ ହେବେ | ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଡ୍ରେନରୁ ମାଟି ଓ ବର୍ଜ୍ୟବସ୍ତୁ ଉଠାଣ, ଜଳାଶୟ ଖନନ ଓ ନବୀକରଣ, ପାର୍କ, ଖେଳ ପଡିଆ ଓ ଅନ୍ୟାନ୍ୟ ଖୋଲା ସ୍ଥାନର ଉନ୍ନତିକରଣ, ଶୌଚାଳୟ ନିର୍ମାଣ, ବନୀକରଣ, ସୁନ୍ଦରୀକରଣ କାମ ସହ ସ୍ଥାନୀୟ କଳାକାରଙ୍କୁ ରୋଜଗାର ଦେବା ପାଇଁ କାଂଥ ଚିତ୍ର ଓ ମୂର୍ତ୍ତି ନିର୍ମାଣକୁ ପ୍ରୋତ୍ସାହନ ଦିଆଯିବ ବୋଲି କୁହାଯାଇଛି 

 

0
0
0
s2sdefault