ଗାଇସିଲାଟ ଅଞ୍ଚଳରେ ଲୋକଙ୍କୁ ମାକ୍ସ ଓ ସାବୁନ ପ୍ରଦାନ। 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପଦ୍ମପୁର- କରୋନା ଭୂତାଣୁ କୁ ଦମନ ପାଇଁ ସାମାଜିକ ଦୂରତ୍ବ ଏକମାତ୍ର ଉପାୟ । ସାମାଜିକ ଦୂରତ୍ବ ଯୋଗୁଁ କରୋନା ଭୂତାଣୁ ସୁସ୍ଥ ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିପାରିବ ନାହିଁ । ମାକ୍ସ ତଥା ରୁମାଲ ଦ୍ବାରା ମୁହଁକୁ ଘୋଡେଇବା ମଧ୍ୟ ନିତାନ୍ତ ଆବଶ୍ୟକ । ଦେବଦତ୍ତ କ୍ଳବ ସହଯୋଗରେ ଗାଇସିଲାଟ ଅଞ୍ଚଳରେ ଅସହାୟ ତତା ଗରିବ ମାନଙ୍କୁ ମାକ୍ସ ,ସାବୁନ ବଣ୍ଟନ କରାଯାଉଛି । ଆଜି ଯୁବ ସମାଜସେବୀ ରଞ୍ଜନ କୁମାର ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ମଧୁସ୍ମିତା ମିଶ୍ର ଗାଇସିଲାଟ ବ୍ଳକର ବାବେବାହାଲ,ନଟବରପୁର,ଛିନ୍ଦ୍ରାପାଲି ଓ ବୁରୋଛାପୁର ଗ୍ରାମରେ ଲୋକଙ୍କୁ ମାକ୍ସ ଓ ସାବୁନ ବଣ୍ଟନ କରିବା ସହିତ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ଦେବଦତ୍ତ କ୍ଳବର ସମ୍ପାଦକ କାହ୍ନୁଚରଣ ମାଝୀ, ସଞ୍ଜୀବ ପୁରୋହିତ, ଶେଷଦେବ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault