ତହସିଲଦାରଙ୍କର ଦ୍ୱାରା ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଲକଡାଉନ ହେବାପରେ ଛତିଶଗଡ଼ ଅଞ୍ଚଳ ର କିଛି ଲୋକ ଝାରବନ୍ଧ ନିକଟରେ ରହି ଯାଇଥିଲେ । ସେମାନେ ଜଣେ ଗରିବ ଲୋକଙ୍କର ଘରେ ଆଶ୍ରୟ ନେଇ ରହିଥିଲେ । ଗତ ଦୁଇ ଦିନ ହେବ ସମାନଙ୍କୁ ଖାଇବା ପାଇଁ ଅସୁବିଧା ହେବାରୁ ସେମାନେ ଏହି ବାବଦରେ କିଛି ସ୍ବେଚ୍ଛାସେବୀ ଭାଇ ମାନଙ୍କୁ ଜଣାଇଥିଲେ । ସ୍ୱେଚ୍ଛାସେବୀ ଭାଇ ମାନେ ଝାରବନ୍ଧ ର ବାରିଷ୍ଟ ବ୍ୟବସାୟୀ ଶ୍ରୀ ନନ୍ଦ କିଶୋର ଅଗ୍ରୱାଲ ଓ ଖୁଶିରାମ ଅଗ୍ରୱାଲ ଙ୍କୁ ଏହା ଜଣାଇଥିଲେ । ଖାଦ୍ୟ ର ଆବଶ୍ୟକତା ଥିବା ଜାଣି ଉଭୟ ବ୍ୟବସାୟୀ ଆଜି ସକାଳୁ ଝାରବନ୍ଧ ଅତିରିକ୍ତ ତହସିଲଦାର ଶ୍ରୀ ପାର୍ଶୁରାମ ଅର୍ଯ୍ୟନ ପଣ୍ଡା ଙ୍କର ନିକଟକୁ ପହଂଛି ଉକ୍ତ ବ୍ୟକ୍ତି ମାନଙ୍କୁ ଶ୍ରୀ ପଣ୍ଡା ଙ୍କର ଦ୍ୱାରା ଏକ ସପ୍ତାହ ର ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ଏହାସହିତ ବାରିଷ୍ଟ ବ୍ୟବସାୟୀ ଦ୍ବୟ ଆଗାମୀ ଦିନରେ ସେମାନଙ୍କର ଖାଦ୍ୟ ବାବଦରେ ଯଦି କିଛି ଅସୁବିଧା ହୁଏ ତେବେ ସେମାନେ ତହସିଲଦାର ଙ୍କର ମାଧ୍ୟମରେ କିମ୍ବା ସିଧା ସଳଖ ତାଙ୍କୁ ଜଣାଇବା ପାଇଁ କହିଥିଲେ । ଏହାପରେ ଶ୍ରୀ ନନ୍ଦ କିଶୋର ଅଗ୍ରୱାଲ ଝାରବନ୍ଧ BDO ଙ୍କୁ ଗୁଡ଼ାଏ ମାକ୍ସ ପ୍ରଦାନ କରି ଆବଶ୍ୟକ ସ୍ଥଳରେ ବ୍ୟବହାର କରିବା ପାଇଁ ନିବେଦନ କରିଥିଲେ ।

0
0
0
s2sdefault