ବିପୁଳ ପରିମାଣରେ ଦେଶୀ ରନ୍ଧାମଦ ଜବତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଦେଶ ବର୍ତ୍ତମାନ ଲକଡାଉନ । ଯାହାଫଳରେ ରାଜ୍ୟର ସବୁ ମଦଭାଟି ଓ ବିଦେଶୀ ମଦ ଦୋକାନ ବନ୍ଦ ରହିଛି । ଅଭ୍ୟାସଗତ ମଦୁଆ ମାନେ ନିଜର ମଦ ର ଚାହିଦା ପୁରଣ କରିବା ପାଇଁ ଅଧିକ ଦାମ ଦେବା ସହିତ ଅନେକ ଦୂରକୁ ମଦ ଟିକିଏ ପାଇଁ ଯାଉଥିବା ଦେଖାଯାଉଛି । ମଦୁଆ ମାନଙ୍କର ଚାହିଦା ଦେଖି  ଗ୍ରାମାଞ୍ଚଳରେ ରନ୍ଧାମଦ ତିଆରି କାରବାର ଏହି ଲକଡାଉନ ସମୟରେ ହଟାତ ବୃଦ୍ଧି ପାଇଛି । ଚଢା ଦରରେ ଅନେକ ସ୍ଥାନରେ ବର୍ତ୍ତମାନ ଦେଶୀ ରନ୍ଧା ମଦ ମିଳୁଛି । 

      ଆଜି ପଦ୍ମପୁର ଅବକାରୀ ବିଭାଗ ର କର୍ମଚାରୀ ମାନେ ଝାରବନ୍ଧ ବ୍ଲକର ଭଣ୍ଡାରପୁରୀ ନିକଟସ୍ଥ ଜଙ୍ଗଲରେ ଏକ ବେଆଇନ ଦେଶୀ ରନ୍ଧାମଦ ଭାଟି ଉପରେ ଚଢ଼ାଉ କରିଥିଲେ । ବିଭାଗ  ସେ ସ୍ଥାନରୁ ତିରିଶ କୁଇଣ୍ଟାଲ ମହୁଲ ପୋଚ , 400 ଲିଟର ଦେଶୀ ରନ୍ଧାମଦ , ମଦ ରାନ୍ଧିବା ପାଇଁ ବ୍ୟବହାର କରାଯାଉଥିବା ବାର ଗୋଟି ବଡ ବଡ ଡେକଚି , 200 ଲିଟର ର ଦଶ ଗୋଟି ଡ୍ରମ ଇତ୍ୟାଦି ଜବତ କରିଥିଲା । ଏହାପରେ ସେହି ଜଙ୍ଗଲ ଭିତରେ ପୋଚ ଆଉ ଦେଶୀରନ୍ଧା ମଦ ସବୁକୁ ନଷ୍ଟ କରି ଦିଆ ଯାଇଥିବା ଅବକାରୀ ଅଧିକାରୀ ଲଳିତ ମୋହନ ମିଶ୍ର ପ୍ରକାଶ କରିଛନ୍ତି । ତେବେ ଘଟଣା ସ୍ଥଳରୁ କାହାରିକୁ ଗିରଫ କରାଯାଇ ପାରିନାହିଁ । ଏହ ଚଢ଼ାଉରେ ସବ ଇନ୍ସପେକ୍ଟର ହେମକାନ୍ତ ସୁନା , ASI ବିଜୟ କୁମାର ପାଣିଗ୍ରାହୀ ଓ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

 

0
0
0
s2sdefault