ହେଡଲାଇନସ୍:

ପ୍ରଥମ ଥର ପାଇଁ ଋଷରୁ ପାରାଦୀପ ବନ୍ଦରରେ ଅଶୋଧିତ ତୈଳ ପହଁଚାଇବା ପାଇଁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

• ଗତମାସରେ ଋଷରୁ ପାରାଦୀପ ବନ୍ଦରରେ ପହଁଚିଥିଲା ଅଶୋଧିତ ତୈଳ

• ପାରାଦୀପ ବନ୍ଦରକୁ ଅଶୋଧିତ ତୈଳ ଯୋଗାଣ ପାଇଁ ପୂର୍ବରୁ ରୋଜନେଫ୍ଟ ଏବଂ ଆଇଓସିଏଲ ମଧ୍ୟରେ ହୋଇଥିଲା ଚୁକ୍ତି

• ଭାରତୀୟ ତୈଳ ଏବଂ ଗ୍ୟାସ ଉଦ୍ୟୋଗ ଓ ରୋଜନେଫ୍ଟ ମଧ୍ୟରେ ସହଯୋଗ ବୃଦ୍ଧି କରିବା ନେଇ ଆଲୋଚନା

• ଋଷରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ଭାରତର ପୁଞ୍ଜିନିବେଶ ନେଇ ସମୀକ୍ଷା

ନୂଆଦିଲ୍ଲୀ/ଭୁବନେଶ୍ୱର,(ଶାସକ ପ୍ରଶାସକ)– କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ରୋଜନେଫ୍ଟର ସିଇଓ ଇଗୋର ସଚିନଙ୍କ ସହ ଭିଡିଓ କନଫରେନ୍ସି ଯୋଗେ ଆଲୋଚନା କରିଛନ୍ତି । ଏହି ଅବସରରେ ରୋଜନେଫ୍ଟ ଏବଂ ଇଣ୍ଡିଆନ୍ ଅଏଲ ମଧ୍ୟରେ ହୋଇଥିବା ପ୍ରଥମ ଥର ଚୁକ୍ତି ଅନୁଯାୟୀ ଗତମାସରେ ପାରାଦୀପ ବନ୍ଦରରେ ଋଷରୁ ଅଶୋଧିତ ତୈଳ ପହଁଚାଇଥିବାରୁ ରୋଜନେଫ୍ଟର ସିଇଓ ସଚିନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ ।

ସେହିପରି ଋଷରେ ଭାରତୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଦ୍ୱାରା ତୈଳ ଏବଂ ଗ୍ୟାସ ପୁଞ୍ଜିନିବେଶ, ଭାରତରେ ରୋଜନେଫ୍ଟର ପୁଞ୍ଜିନିବେଶ ଏବଂ ଭୋଷ୍ଟୋକ ପ୍ରକଳ୍ପର ଉନ୍ନତିକରଣ ଉପରେ ଶ୍ରୀ ପ୍ରଧାନ ସମୀକ୍ଷା କରିଥିଲେ । ଏହାବ୍ୟତିତ ବିଶ୍ୱ ଉର୍ଜା ବଜାର ପାଇଁ ବର୍ତମାନର ଆହ୍ୱାନମୂଳକ ସମୟରେ ଭାରତୀୟ ତୈଳ ଏବଂ ଗ୍ୟାସ ରଷ୍ଟ୍ରାୟତ ଉଦ୍ୟୋଗ ଓ ରୋଜନେଫ୍ଟ ମଧ୍ୟରେ ସହଯୋଗ ବୃଦ୍ଧି କରିବା ନେଇ ଉଭୟ ବିଚାରବିମର୍ଷ କରିଥିଲେ ।

କରୋନା ପାଇଁ ବିଶ୍ୱ ତୈଳ ଏବଂ ଗ୍ୟାସ ବଜାରରେ ପଡିଥିବା ପ୍ରଭାବ ଏବଂ ଋଷିଆ ସମେତ ଓପେକ୍ ପ୍ଲସ ଦେଶ ଗୁଡିକରେ ତୈଳ ଉପôାଦନକୁ ହ୍ରାସ କରିବା ଘୋଷଣା ପ୍ରସଙ୍ଗରେ ଉଭୟ ଆଲୋଚନା କରିଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି । 

0
0
0
s2sdefault