ବିଜୁ ଯୁବଛାତ୍ର ଜନତାଦଳ ତରଫରୁ ବିଭିନ୍ନ ୱାର୍ଡରେ ଅସହାୟ ଗରିବଙ୍କୁ ଚାଉଳ ଓ ରାସନ ସାମଗ୍ରୀ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼(Horachand Deuria):- କରୋଣା ସଂକ୍ରମଣ ଭୁତାଣୁ ପାଇଁ ସାରା ରାଜ୍ୟରେ ଲକଡାଉନ ଚାଲିଥିବାବେଳେ ଗରିବ ଲୋକଙ୍କ ପାଖରେ ଖାଦ୍ୟର ଅଭାବଜନିତ ସମସ୍ୟା ଦେଖାଦେଇଛି । ଏହି ସମସ୍ୟାକୁ ଦୂର କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ଵାନ କ୍ରମେ ବିଜୁ ଯୁବ-ଛାତ୍ରଜନତା ଦଳ ପକ୍ଷରୁ ସୁନ୍ଦରଗଡ଼ ପୋୖରାଞ୍ଚଳର ବିଭିନ୍ନ ୱାର୍ଡରେ ରାସନକାର୍ଡ ନ ଥିବା ଅସହାୟ ଭୋକିଲା ଏବଂ  ଗରିବ ଶ୍ରେଣୀର ଲୋକମାନଙ୍କୁ ଖାଇବାପାଇଁ ଚାଉଳ ଓ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି ।ବିଜୁ ଛାତ୍ର ଜନତା ଦଳର ସମ୍ବଲପୁର ଯୋନ ସଭାପତି ବୈକୁଣ୍ଠ ନାଏକଙ୍କ ନେତୃତ୍ୱରେ ଯୁବ ଓ ଛାତ୍ର ଜନତା ଦଳର କର୍ମୀମାନେ ପୌରାଞ୍ଚଲର ୩,୬,୧୦ ଓ ୧୫ ନମ୍ବର୍ ୱାର୍ଡ ଗୁଡିକରେ ଥିବା ଅସହାୟ ଗରିବ ଲୋକମାନଙ୍କ ଘରକୁ ଯାଇ ଚାଉଳ ସହ ରାସନ ସାମଗ୍ରୀ ବଣ୍ଟନ କରିଥିଲେ ।ଏହି ବଣ୍ଟନ କାର୍ଯ୍ୟକ୍ରମ ରେ ଶିବାଜୀ ନାଏକ,ସୁବ୍ରତ ନାଏକ,ମୁକେଶ ପୁରୋହିତ ଓ ରୋଶନ ସାହୁ ପ୍ରମୁଖ ସାମିଲ ଥିଲେ।

0
0
0
s2sdefault