ହେଡଲାଇନସ୍:

ଓଡ଼ଗାଁରେ ଶ୍ରୀରାମ ନବମୀ ଯାତ୍ରାର ୯ମ ସନ୍ଧ୍ୟା :  ପ୍ରଭୁ ଶ୍ରୀରାମ ଅନୁଜ ଲକ୍ଷ୍ମଣଙ୍କ ଯୁଦ୍ଧା ଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡଗ୍ରାମେ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର ନବମ ସନ୍ଧ୍ୟାରେ ପ୍ରଭୁଙ୍କର ଯୁଦ୍ଧଯାତ୍ରା ବେଶ ଅନୁଷ୍ଠିତ  ହୋଇଯାଇଛି । ପ୍ରଭୁ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ମାତା ସୀତାଙ୍କୁ ମୁକ୍ତ କରିବା ପାଇଁ ଭକ୍ତ ହନୁମାନ ଓ ଯୁବରାଜ ଅଙ୍ଗଦଙ୍କ ସ୍କନ୍ଧରେ ବସି ଲଙ୍କା ଅଭିଯାନରେ ବାହାରିବା ଦୃଶ୍ୟ ଥିଲା ଅତ୍ୟନ୍ତ ମନୋରମ । ଅଷ୍ଟ ସେନାଧ୍ୟକ୍ଷ ଅସ୍ତ୍ର ଶସ୍ତ୍ରରେ ସଜିତ ହୋଇ ସଙ୍ଗରେ ବାହାରି ଥିଲେ । ପ୍ରଭୁ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ଅଷ୍ଟ ସେନାଧ୍ୟକ୍ଷ ଓ ବାନରସେନାଙ୍କ ସହାୟତାରେ ମାତା ସୀତାଙ୍କୁ ଉଦ୍ଧାର କରିବା ସହିତ ପ୍ରବଳ ପ୍ରତାପୀ ରାବଣର ନିଧନ ଘଟାଇବା ପରେ ବିଭୀଷଣଙ୍କୁ ଲଙ୍କାର ରାଜା ଭାବରେ ଅଭିଷିକ୍ତ  କରି ବନ୍ଧୁତ୍ୱ ନିଦର୍ଶନ ପ୍ରତିପାଦିତ କରିଥିଲେ । ପ୍ରଭୁ ଶ୍ରୀରାମ ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହିତ ୧୪ବର୍ଷର ବନବାସ ସାରି ଅଯୋଧ୍ୟା ଫେରିଥିଲେ । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରଶାସନର ନିର୍ଦ୍ଦେଶରେ  ରାବଣ ପୋଡି ଓ ଆତାଶବାଜି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା । ଆସନ୍ତା କାଲି ଯାତ୍ରାର ଅନ୍ତିମ ସନ୍ଧ୍ୟାରେ ପ୍ରଭୁଙ୍କର ରାଜ୍ୟାଭିଷେକ ବେଶ ଅନୁଷ୍ଠିତ ହେବ ।

0
0
0
s2sdefault