ହେଡଲାଇନସ୍:

  କରୋନା  ଯୋଗୁଁ କାଜୁ ଚାଷ ପ୍ରଭାବିତ :  କ୍ଷତିପୁରଣ ଦାବିକଲେ ନିଲାମଧାରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : କରୋନା ଭାଇରସ ସମଗ୍ର ବିଶ୍ୱରେ କାୟା ବିସ୍ତାର କରୁଥିବା ବେଳେ ଏହାର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକକାଉନ ଘୋଷଣା ପ୍ରଭାବ ସିଧା ସଳଖ କାଜୁ ଚାଷିଙ୍କ ଉପରେ ପଡିଛି । ପ୍ରଭାବିତ ନିଲାମ ଧାରୀ କାଜୁ ଚାଷୀ ଏ ନେଇ  ଓଡ଼ିଶା ବନ ଉନ୍ନୟନ ନିଗମ ଲିଃର ଉଚ୍ଚ କର୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଓଡ଼ିଶା ବନ ଉନ୍ନୟନ ନିଗମ ଲିଃ ଅଧିନରେ ଥିବା ନୟାଗଡ଼ ଜିଲ୍ଲା  ନୂଆଗାଁ ଏବଂ  ଓଡ଼ଗାଁ  ବ୍ଳକ୍ର  ବିଭିନ୍ନ ଅଂଚଳର  ଶହ ଶହ ହେକ୍ଟର କାଜୁ ବଗିଚାକୁ  ତିନି ବର୍ଷ ପାଇଁ ନିଲାମରେ ନେଇଛନ୍ତି । ମାତ୍ର ପ୍ରତ୍ୟେକ ବର୍ଷ ମାର୍ଚ ଏବଂ ଏପ୍ରିଲ୍  ମାସରେ  କାଜୁ ଅମଳ କରାଯାଉଥିବା ବେଳେ ଚଳିତ ବର୍ଷ ପ୍ରତିବନ୍ଧକ ସୃଷ୍ଟି କରିଛି  ମହାମାରୀ କରୋନା  । ବର୍ତମାନର କରୋନା ସଂକ୍ରମଣ ଭୟରେ ପ୍ରଶାସନର ସତର୍କତା ଦୃଷ୍ଟିରୁ ଲୋକମାନେ ସାମାଜିକ ଦୂରତା ରକ୍ଷା କରିବା ସହିତ କୌଣସି ଶ୍ରମିକ କାଜୁ ବଗିଚାକୁ  ଆସୁନାହାଁନ୍ତି । ଫଳରେ ନିଲାମ ଧାରୀମାନେ ସଠିକ ସମୟରେ ଔଷଧ  ପିଡିଆ ପକାଇବା ଓ ବଗିଚା ସଫା କରି ଖର୍ଚ୍ଚାନ୍ତ ହୋଇଥିବା ବେଳେ ବର୍ତମାନର ଏଭଳି ସ୍ଥିତି ସେମାନଙ୍କୁ କ୍ଷତିରେ ପକାଉଛି । ଏଥି ସହିତ’ ଟିମସ୍’ ପୋକ ଦାଉରେ ବଉଳସବୁ ନଷ୍ଟ ହୋଇ ତଳେ ପଡ଼ୁଥିବା ଦେଖିବାକୁ ମିଳୁଛି । କାଜୁ ଚାଷରୁ  ଦିପଇସା ରୋଜଗାର କରିବା ସହିତ ନିଜ ପରିବାର ପ୍ରତିପୋଷଣ କରିବାର ଆଶା ରଖିଥିବା ନିଲାମଧାରୀ  ଏବେ ଆର୍ଥିକ କ୍ଷତି ସହୁଥିବା ଅଭିଯୋଗ କରିଛନ୍ତି । ଏଣୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି ।  

0
0
0
s2sdefault