ହେଡଲାଇନସ୍:

ବୁଗୁଡା ବ୍ଲକର ନୟାଗଡ଼ ଜିଲ୍ଲା ସୀମାରେ ଲାଗିଲା ୩ ଗୋଟି ସିସି କ୍ୟାମେରା, ରାସ୍ତା ସିଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ବ୍ଲକର ନୟାଗଡ଼ ଜିଲ୍ଲାକୁ ସଂଯୋଗ କରୁଥିବା କରସିଙ୍ଗି ଛକରେ ଶନିବାର ଦିନ ତିନି ଗୋଟି ସିସିକ୍ୟାମେରା ଲଗା ଯାଇଛି। ନୟାଗଡ ଜିଲ୍ଲାରୁ ଆସୁଥିବା ଯେକୌଣସି ଯାନ କରସିଙ୍ଗି ଗ୍ରାମ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ପ୍ରବେଶ କରି ଗୋଟିଏ ଦିଗରେ ବୁଗୁଡା ଥାନା ଓ ଅନ୍ୟ ଦିଗରେ ଜଗନ୍ନାଥପ୍ରସାଦ ଥାନାରେ ପ୍ରବେଶ କରି ପାରିବ। ନୟାଗଡ ଜିଲ୍ଲାକୁ ସଂଯୋଗ କରୁଥିବା ଏହି ତିନି ଛକିଆରେ ୩ ଗୋଟି ସିସିକ୍ୟାମେରା ଲଗାଯିବ ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଭଞ୍ଜନଗର ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବୁଗୁଡା ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର, ଅତିରିକ୍ତ ତହସିଲଦାର ସଂଗ୍ରାମ କେଶରୀ ଜେନା,ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା,ଜଗନ୍ନାଥପ୍ରସାଦ ଆଇଆଇସି ଯୁବରାଜ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ କରସିଙ୍ଗି ଠାରେ ରାଜ୍ୟ ରାଜରାସ୍ତାକୁ ସିଲ କରାଯାଇ ସେଠାରେ ଜଣେ ମାଜିଷ୍ଟ୍ରେଟ କ୍ଷମତା ପ୍ରାପ୍ତ ଅଧିକାରୀ ଓ ପୋଲିସ ବାହିନୀ ମୁତୟନ ରହିବାର ବ୍ୟବସ୍ଥା କରାଯାଇଛି। ଏଠାରେ ସମସ୍ତ ମାଲବାହୀ ଗାଡି ଓ ଅନ୍ୟାନ ଯାନବାହନ ଗତିବିଧି ଉପରେ କଡା ନଜର ରଖାଯିବ । ଭଞ୍ଜନଗର ଉପଖଣ୍ଡରେ ଅନ୍ୟ ଜିଲ୍ଲାକୁ ସଂଯୋଗ କରୁଥିବା ସୋରଡ଼ା ବ୍ଲକର ଗାଜଲବାଡ଼ି ଏବଂ ଭଞ୍ଜନଗର ବ୍ଲକର ତାରସିଂ ଓ ଦୁର୍ଗାପ୍ରସାଦ ଠାରେ ମଧ୍ୟ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସିସିକ୍ୟାମେରା ଖଞ୍ଜା ଯାଇଥିବା ଜଣାପଡିଛି।

 

0
0
0
s2sdefault