ହେଡଲାଇନସ୍:

ସୁବଳୟା ଗ୍ରସ୍ତରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ପଞ୍ଚାୟତ ପକ୍ଷରୁ ଅସହାୟ ପରିବାର କୁ ଦୀର୍ଘ ଦିନ ହେବ ସୁସମ   ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଏଥିରେ ଜୟ ମାଁ ଠାକୁରାଣୀ ଏସ ଏଚ ଜି ଗୃପର ମହିଳା ମାନଙ୍କ ଦ୍ଵାରା ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଉଛି । ଆଜି ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ସୁବଳୟା ଗ୍ରସ୍ତ ଆସି ଅଞ୍ଚଳରେ କରୋନା ସଚେତନତା ବାର୍ତ୍ତା ଦେଇଥିଲେ । ସ୍ଥାନୀୟ କଲ୍ୟାଣ  ମଣ୍ଡପକୁ ପହଞ୍ଚି ଅସହାୟ ପରିବାର ମାନଙ୍କ ପାଇଁ ଯୋଗାଇ ଦେଇଥିବା ଖାଦ୍ୟର ମାନ ଯାଞ୍ଚ କରି ପ୍ରତ୍ୟେକ ଲୋକଙ୍କ ପରସିଥିଲେ । ସେହି କ୍ରମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (କୋଭିଡ୍ -୧୯ ) କୁ ୫୪ ଜଣ ଏସ ଏଚ ଜି ମହିଳାଙ୍କ ୨ ,୯୦୧ ଟଙ୍କା ଓ ଜଣେ ମହିଳା ଟିଉସନ ଶିକ୍ଷୟିତ୍ରୀ ବର୍ଷାରାଣୀ ଅଗ୍ରୱାଲ ୧୦୦୦ ଟଙ୍କା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ  ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏଥିରେ ସରପଞ୍ଚ (ଏସ ଏଚ ଜି ସଭାନେତ୍ରୀ ) ଲିଲି ପାତ୍ର, ସମ୍ପାଦକ ଆରତୀ ବେହେରା, କବିତାରାଣୀ ରଥ, ରେଖା ନାଏକ,ବିଷ୍ଣୁପିୟା ଭୋକ୍ତା, ପଞ୍ଚାୟତ ସ୍ତରୀୟ ମହିଳା ସଂଘ ସଭାନେତ୍ରୀ ଶ୍ରୀମତୀ ଇନ୍ଦିରା ଦାସ, ସଂପାଦିକା ପଙ୍କଜିନୀ ଜଗଦଲା, ଏ ବି ଏମ ବବିତାରାଣୀ ମହାପାତ୍ର ଓ ସମସ୍ତ ସି ଆର ପି  ମାନେ ଉପସ୍ଥିତ ରହିଥିବା ବେଳେ ସାମ୍ବାଦିକ ଶେଷଦେବ ବାରିକ,  ପରିବର୍ତ୍ତନ ସମ୍ପାଦକ କୈଳାସ ଅଗ୍ରୱାଲ ଓ  ସରପଞ୍ଚ ନମିନୀ ଲଳିତ ମୋହନ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

 

0
0
0
s2sdefault