ହେଡଲାଇନସ୍:

"କରୋନା ଲକ୍ ଡାଉନ୍ " : ପିତାମହୁଲ ମଦଭାଟି ଖୋଲା, ନାମକୁ ମାତ୍ର ପୋଲିସ ପହରା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଫାଇଦା ଉଠାଉଛନ୍ତି କୁଚିଆ ମଦ ବେପାରୀ 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଞ୍ଚଳରେ ଅବାଧରେ ଚାଲିଛି କୁଚିଆ ଦେଶି ମଦ ବେପାର । ପ୍ରତେକ ଗାଁରେ ହେଉଛି ଦେଶି ମଦ ବର୍ଷା । ପ୍ରତେକ ଦିନ  ବସ୍ତା ବସ୍ତା ଦେଶି ମଦ ପାଉଚ ପହଞ୍ଚୁଛି ଗାଁର ଗଲି କନ୍ଦିକୁ ।"କରୋନା" ପାଇଁ ଲାଗିଛି ଲକ୍ ଡାଉନ୍ , ପୋଲିସ କରୁଛି ପଇଁତରା । କିଭଳି ଭାବରେ ହେଉଛି ଦେଶି ମଦ ଭାଟିରୁ ଗ୍ରାମାଞ୍ଚଳକୁ ଦେଶି ମଦ ଚୋରା ଚାଲାଣ । ପ୍ରତେକ ମଦ ଦୋକାନ ପୋଲିସ ପକ୍ଷରୁ ହେଇଛି ସିଲ ହେଲେ କେଉଁଠି ଆସୁଛି ମଦ ସାଧାରଣ ରେ  ହେଉଛି  ଚର୍ଚା । ବିଭିନ୍ନ ମହଲରେ ହେଉଛି ପ୍ରଶ୍ନ, କେବଲ ଲୋକ ଦେଖାଣିଆ ସ୍ଥାନୀୟ ପୋଲିସ କରୁଛି ପହରା । ଏଭଲି ଏକ ଦୃଶ୍ଯ ଦେଖିବାକୁ ମିଳୁଛି - ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପିତାମହୁଲ ସରକାରୀ ଦେଶୀ ମଦଭାଟି "ଲକ ଡାଉନ୍ " ନିୟମକୁ ନ ମାନି ଦେଶି ମଦଭାଟି ଖୋଲା ରଖିଥିବା ଅଭିଯୋଗ ହୋଇଛି । ଏବଂ ଭାଟି  କର୍ମଚାରୀ ଜଣକ ଜଣେ  କୁଚିଆ ମଦ ବେପାରୀ କୁ ମଦ ପାଉଚ ବସ୍ତାରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ଯ ଭାଟି ଖୋଲା ରଖି ମଦ ବିକ୍ରି କରୁଥିବା ଅଞ୍ଚଳର ଯୁବ ସ୍ଵେଚ୍ଛାସେବୀ ମାନେ ଅଭିଯୋଗ କରିଛନ୍ତି । ଏଭଳି "କରୋନା" ମହାମାରୀ ର ସରକାରଙ୍କ ଲକ୍ ଡାଉନ୍ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରୁଥିବା  କର୍ମଚାରୀ ଓ ମଦ ବେପାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଦେଶି ମଦ ଭାଟି ସିଲ୍ କରିବାକୁ ଦାବି ହୁଏ ।

 

0
0
0
s2sdefault