ହେଡଲାଇନସ୍:

ଯାଯାବରଙ୍କ ମୁହଁରେ ଆହାର ଦେଲେ ବୈସ୍ନୋଦେବୀ ରାଇସ ମିଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବରଗଡ (ଶାସକ ପ୍ରଶାସକ):- ଦେଶ ବର୍ତ୍ତମାନ ଏକ ଘଡିସନ୍ଧି ମୁହୁର୍ତ୍ତ ଦେଇ ଗତି କରୁଛି । ତାଲା ବନ୍ଦ ଯୋଗୁ  ବର୍ତ୍ତମାନ ଅଧିକାଂଶ ଗରିବ ଲୋକଙ୍କ ପାଖରେ କୋଣସି କାମ ନାହିଁ । ଯାହା ଫଳରେ ସେମାନଙ୍କର ସମ୍ମୁଖରେ ନିଜ ପରିବାର ପୋଷଣ କରିବା ସମ୍ଭବ ହୋଇ ପାରୁନାହିଁ । ସରକାର , ସରକାରୀ ଅଧିକାରୀ , ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ବଦାନ୍ୟ ବ୍ୟକ୍ତି ବିଶେଷ ସମସ୍ତ ମିଶି ଆଖ ପାଖ ଅଂଚଳରେ କେହି ଯେମିତି ଭୋକିଲା ନ ରହିବ ସେଥି ପ୍ରତି ଦୃଷ୍ଟି ଦେଉଛନ୍ତି । 

         ଏହି କ୍ରମରେ ଆଜି ପାଇକମାଲ ବୈସ୍ନୋଦେବୀ ରାଇସ ମିଲ ତରଫରୁ ଝାରବନ୍ଧ ବଇତାଲି ନିକଟରେ ରହୁଥିବା ଛତିଶଗଡ଼ ର ଏକ ଯାଯାବର ଗୋଷ୍ଠୀକୁ , ଜଗଡଲପୁର ର ଧଅଁରାଭଟା ଠାରେ ରହୁଥିବା ଏକ ମହାରାଷ୍ଟ୍ରର ଯାଯାବର ଗୋଷ୍ଠୀ ଓ ଧୂମାଭଟା ଠାରେ ରହୁଥିବା ଏକ ସ୍ଥାନୀୟ ଯାଯାବର ଗୋଷ୍ଠୀ ର ପ୍ରତ୍ୟେକ ଛୋଟ ବଡ଼ ଲୋକଙ୍କୁ ଜଣ ପିଛା 15 ଦିନର ଶୁଖିଲା ଝାରବନ୍ଧ ଅତିରିକ୍ତ ତହସିଲଦାର ଶ୍ରୀ ପର୍ଶୁରାମ ଅର୍ଯ୍ୟନ ପଣ୍ଡା ଓ ଜଗଡଲପୁର ଥାନା ଅଧିକାରୀ ଶ୍ରୀମତୀ ଏଲ ଏଲ ବାର୍ଲା ଙ୍କର ଉପସ୍ଥିତିରେ ଶ୍ରୀ ମହେଶ ଅଗ୍ରୱାଲ ଓ ଶ୍ରୀ ସୁରେଶ ଅଗ୍ରୱାଲ ବଣ୍ଟନ କରିଥିଲେ । ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ ଦରୱାନ ଏହି ଘଡିସନ୍ଧି ମୁହୂର୍ତ୍ତରେ ଗରିବ ଲୋକଙ୍କୁ ସାହାଯ୍ୟ ର ହାତ ବଢାଇଥିବା ସମସ୍ତଙ୍କୁ  ଧନ୍ୟବାଦ ଜଣାଇଛନ୍ତି 

0
0
0
s2sdefault