ହେଡଲାଇନସ୍:

ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ବିଜେଡି  ତରଫରୁ ୨,୨୨,୨୨୨ ଟଙ୍କା  ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ l

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ :-ଆଜି  ସକାଳେ ସମୟରେ ସୁନ୍ଦରଗଡ଼ ବିଜୁ ଜନତା ଦଳ ସଭାପତି ଶ୍ରୀ ବିନୟ କୁମାର ଟପ୍ପୋ ଙ୍କ ସହମତି କ୍ରମେ  ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ ଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ବ୍ଲକ ମାନଙ୍କ କାର୍ଯ୍ୟକର୍ତାଙ୍କ ସହ  କରୋନା  ସଂକ୍ରମଣ ଭୁତାଣୁ ପାଇଁ କର୍ମକର୍ତ୍ତାଙ୍କ ସହଯୋଗରେ ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନ୍ଦରଗଡ଼ ପୌରାଞ୍ଚଳ ସଭାପତି, ସଦର ବ୍ଲକ ସଭାପତି, ଟାଙ୍ଗରପାଲି ବ୍ଲକ ସଭାପତି, ହେମଗିର ବ୍ଲକ ସଭାପତି,ବରିଷ୍ଠ,  ଯୁବ, ଛାତ୍ର, ମହିଳା, ଆଇନଜୀବି , କୃଷକ ନେତା ସମସ୍ତେ ଏକତ୍ରିତ ହୋଇ  ସଦର ନିର୍ବାଚନ ମଣ୍ଡଳୀ ର ନିଜ ନିଜ ଅଞ୍ଚଳର  ବିଜୁ ଜନତା ଦଳ କର୍ମୀ ମାନଙ୍କ ଠାରୁ ମିଳିତ ଛୋଟ  ସହାୟତା ୨ ଲକ୍ଷ ୨୨ ହଜାର ୨୨୨ ଟଙ୍କା ସଂଗ୍ରହ କରି ସୁନ୍ଦରଗଡ଼ ବିଜୁ ଜନତା ଦଳ ସାଙ୍ଗଠନିକ ଜ଼ିଲ୍ଲା ସଭାପତି ଶ୍ରୀ  ଟପ୍ପୋ ଏବଂ ଶ୍ରୀଯୁକ୍ତ ସିଂ ଙ୍କ ଉପସ୍ଥିତିରେ ସୁନ୍ଦରଗଡ଼ ସଦର ଉପଜ଼ିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା ଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ  ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅର୍ଥରାଶି ପ୍ରଦାନ କରାଗଲା କରୋନା ର ମୁକାବିଲା ବିପର୍ଜୟ ସମୟରେ ଜନ ସାଧାରଣଙ୍କ ଅସୁବିଧା ରେ କାମରେ ଲଗାଯିବା ପାଇଁ  l

ଆଜିର ଏହି କାର୍ଯ୍ୟକ୍ରମ ରେ ନିଜ ସହାୟତା ରାଶି ପ୍ରଦାନ କରିବା ସହ ଉପସ୍ଥିତ ଥିଲେ   ବରିଷ୍ଠ ନେତା ତଥା ରାଜ୍ୟ କାରିଣୀ ସଦସ୍ୟ ହରଜେନ୍ଦ୍ର ସିଂ, ଜିତେନ୍ଦ୍ରିୟ କର, ଜୟନାରାୟଣ ତ୍ରିପାଠୀ, ଗୋପ ମହାନ୍ତି, ପ୍ରଦୀପ ବିଶ୍ୱକର୍ମା, ନିର୍ମଳ ବୋଷ, ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ପୂର୍ବତନ କାଉନ୍ସିଲର ବୀଣା ସାହୁ, ସଦର ବ୍ଲକ ଉପାଧକ୍ଷ ତଥା ସଦର ବ୍ଲକ ସଭାପତି ଅଶ୍ଵିନୀ କୁମାର ନାଏକ, ଟାଙ୍ଗରପାଲି ବ୍ଲକ ସଭାପତି ସନ୍ତୋଷ ଆଚାର୍ଯ୍ୟ, ସୁନ୍ଦରଗଡ଼ ପୌରାଞ୍ଚଳ ସଭାପତି ସୁରେନ୍ଦ୍ର ଭିତରିଆ, ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ସୁମନ୍ତ ପଣ୍ଡା, ବିଜୁ ଛାତ୍ର ଜନତା ଦଳ ସମ୍ବଲପୁର ଜୋନ ସଭାପତି ବୈକୁଣ୍ଠ ନାଏକ, ବିଜୁ ଜନତା ଦଳ ଆଇନଜୀବି ସାମ୍ମୁଖ୍ୟ ଜ଼ିଲ୍ଲା ଆବାହକ ଅଶୋକ କୁମାର ସ୍ୱାଇଁ, ଅନିଲ ମହାପାତ୍ର, ଅମିତାଭ ଯୋଶୀ, ନିତାଇ ପଟେଲ, ସହବାଜ଼ ହୁସେନ, ଋତୁରାଜ ପୁରୋହିତ, ଅନିରୁଦ୍ଧ ସାହୁ, ଆଶିଷ ତ୍ରିପାଠୀ,ଶାନ୍ତ ଧୁରୁଆ,  ଅନିତା ଶର୍ମା, ଅମିତ ପଟେଲ , ପ୍ରଦିପ ସାହୁ, ରାକେଶ ଜେନା,ଅଜୟ ଅମାତ,  ସନୋଜ ଘୋଷ, ସମିର ନାଏକ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l ସହାୟତା ରାଶି ପ୍ରଦାନ  କରିଥିବା ମାନଙ୍କ ମଧ୍ୟରେ ଅଛନ୍ତି ସୁନ୍ଦରଗଡ଼ ର ରାଜମାତା ପଦ୍ମିନୀ ଶେଖର ଦେଓ, ବରିଷ୍ଠ ଆଇନଜୀବି ଧର୍ମେଶ କୁମାର ପଟେଲ, ପ୍ରଦିପ ମହାପାତ୍ର, ସ୍ୱରାଜ ପଟେଲ, ସୁମନ୍ତ ସାହୁ, ସୁଶାନ୍ତ ସେଠି, ରଞ୍ଜନା ପଣ୍ଡା, ହେମଗିର ବ୍ଲକ ସଭାପତି ଉପେନ୍ଦ୍ର ଭୋଇ, ଅସିତ ରାଏ, ଟାଙ୍ଗରପାଲି ବ୍ଲକ ଅଧକ୍ଷ ଜଟିଆ ମୁଣ୍ଡା,ଷ୍ଟିଫେନ ଉଇଲସନ ସୋରେଙ୍ଗ,  ଲଲାଟେନ୍ଦୁ ପରିଡା, ଦୀପକ ଉର୍ମା, ପଞ୍ଚା ବାରଲା, ଟିକେଶ୍ଵରୀ ନାଏକ, ସୁନିଲ ମହାପାତ୍ର,ହେମଗିର ବ୍ଲକ ଅଧକ୍ଷ ସୁଧାରାଣୀ ରାଉଡିଆ, ମୟୀଥେଲୀ ବେହେରା, ଦିବ୍ୟଲୋଚନ ଶାସନୀ, ଚନ୍ଦ୍ର କାନ୍ତି ନାଏକ, ବବଲୁ ଦେହୁରୀ, ମୁକେଶ ପୁରୋହିତ, ଶିବାଜୀ ନାଏକ,   ଲୁଇସ କୁଲୁ, ଚନ୍ଦନ, ସମୀର ନାଏକ,ପ୍ରକାଶ ବହିଦାର, ଶୋଭନ ଦାସ, ରାମ ନାଏକ, ସୀତାକାନ୍ତ ପଟେଲ, ଗୋବିନ୍ଦ ଚନ୍ଦ୍ର ପଟେଲ, ଦୁର୍ଗେଶ ପଟେଲ, ଅକ୍ଷୟ ନାଏକ ଙ୍କ  ସମେତ ସମସ୍ତ ବ୍ଲକ ଓ ପୌରାଞ୍ଚଳ ର ଅନେକ  କର୍ମୀ  l ଆପଣ ମାନେ ପ୍ରଶାସନ ର ସମସ୍ତ ନିୟମ ପାଳନ କରନ୍ତୁ ତାଲା ବନ୍ଦ ସମୟରେ ଘରେ ରୁହନ୍ତୁ ଅତ୍ୟନ୍ତ ଜରୁରୀ କାମ ନ ପଡିଲେ ଘରୁ ବାହାରନ୍ତୁ ନାହିଁ l ଯଦି ଅତ୍ୟନ୍ତ ଜରୁରୀ କାମ ରେ  ଘରୁ ବାହାରୁଛନ୍ତି ମୁଁହ ରେ ମାସ୍କ ଲଗେଇ ଘରୁ ବାହାରନ୍ତୁ ସମସ୍ତ ସତର୍କତା ଅଵଲମ୍ବନ କରନ୍ତୁ ଓ ଘରକୁ ପ୍ରବେଶ କରିବା ପୂର୍ବରୁ ସାବୁନ ଅଥବା ହ୍ୟାଣ୍ଡ ୱାସ ରେ ଭଲ ଭାବରେ ହାତ ଧୋଇ ଘରକୁ ପସନ୍ତୁ ବୋଲି  ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ର ସମସ୍ତ ଜନସାଧାରଣ ଙ୍କୁ ଅନୁରୋଧ କରାଯାଉଅଛି | 

0
0
0
s2sdefault